ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବରଗଡ଼ରେ ମହାସମାରୋହରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ବରଗଡ଼ରେ ମହାସମାରୋହରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନ୍ୟୁଜ:

ବରଗଡ଼, ୦୨/୧୦/୨୬

ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ୧୫୭ତମ ତଥା ଶାନ୍ତି ଦୂତ ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ୧୨୨ତମ ଜୟନ୍ତୀ ସମାରୋହ ବରଗଡ଼ ଜିଲ୍ଲା ସଦର ମହକୁମାଠାରେ ମହାସମାରୋହରେ ପାଳିତ ହୋଇଯାଇଛି Iସ୍ଥାନୀୟ ଗାନ୍ଧୀ ଛକଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ଆରକ୍ଷୀ ଅଧିକ୍ଷକ ରବି ନାରାୟଣ ଶତପଥୀ, ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଈ ପ୍ରମୁଖ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ I

ବରଗଡ଼ରେ ମହାସମାରୋହରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ – ସମୀକ୍ଷା

କାର୍ଯ୍ୟକ୍ରମ ଅନୁସାରେ, ଭୋର ୫.୦୦ ଘଟିକା ରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ ପରିବେଷଣ କରାଯାଇଥିଲା I ଏହା ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ପ୍ରଭାତ ଫେରି ଆୟୋଜିତ ହୋଇଥିଲା I ଏହି ଅବସରରେ ଗାନ୍ଧୀ ଛକଠାରେ ଅବସ୍ଥାପିତ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ସମେତ ବିପ୍ଳବୀ ପାର୍ବତୀ ଗିରୀ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା I ପରେ ପଣ୍ଡିତ ଦେବରାଜ ଦାଶ, ଫାଦର୍ ଅନୁରଞ୍ଜନ, ମୌଲବୀ ସାହେବ ଜମିଲ୍ ଅଖତାର ଓ ପଣ୍ଡିତ ଜ୍ଞାନୀ ସିଂଙ୍କ ମାର୍ଗଦର୍ଶନରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା I ଉତ୍ସବର ଶେଷ ଭାଗରେ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରିରେ ତ୍ରିବେଣୀ ସଙ୍ଗମ: ପାଳିତ ହେଲା ଜିଲ୍ଲା ପ୍ରତିଷ୍ଠା ଦିବସ, ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ