ଆଦର୍ଶ ମହାନ୍ତି / ଭୁବନେଶ୍ୱର ସାମ୍ବାଦିକ / ସମୀକ୍ଷା ନ୍ୟୁଜ:
ଭୁବନେଶ୍ୱର, ତା ୧/୧୦/୨୦୨୬ ରିଖ – ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଥିବା ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ ଏସ ଏସ ପ୍ରଗ୍ରାମ ଅଫିସର ଚନ୍ଦନ କୁମାର ସାମଲଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଏନ ଏସ ଏସ ସ୍ୱେଚ୍ଛାସେବୀ ମାନେ ଏକ ନିଆରା ଗାନ୍ଧୀଜୟନ୍ତୀ ପାଳନ କରିଛନ୍ତି। ଏହିଅବସରରେ ୭ ଫୁଟ ଉଚ୍ଚତା ଓ ୪ ଫୁଟ ଚଉଡା କାନଭାସ ଉପରେ ଗାନ୍ଧିଙ୍କ ଚିତ୍ର ଅଙ୍କନ କରି ସମାଜକୁ ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ l ଦିବସ ଅବସରରେ ମହାବିଦ୍ୟାଳୟ କ୍ୟାମ୍ପସର ଚାରି ପାର୍ଶ୍ୱରେ ଏବଂ ଧଉଳି ପାହାଡ଼ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମହାବିଦ୍ୟାଳୟର ସମ୍ପାଦକ ରବିଶଙ୍କର ଦାସ, ଲଷ୍ମୀଧର ସ୍ୱାଇଁ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ l






