ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଲୁପ୍ତ ହେବା ଦ୍ୱାରରେ ଓଡ଼ିଶାର ଦେଶୀ ଘୋଡ଼ା ୨୦୧୯ ପଶୁସମ୍ପଦ ଗଣନାରେ ରାଜ୍ୟରେ ମାତ୍ର ୧୧୬ ଘୋଡ଼ା ଓ ୨୭ ପୋନି

ଲୁପ୍ତ ହେବା ଦ୍ୱାରରେ ଓଡ଼ିଶାର ଦେଶୀ ଘୋଡ଼ା ୨୦୧୯ ପଶୁସମ୍ପଦ ଗଣନାରେ ରାଜ୍ୟରେ ମାତ୍ର ୧୧୬ ଘୋଡ଼ା ଓ ୨୭ ପୋନି – ସମୀକ୍ଷା ଖବର

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ:

ଭୁବନେଶ୍ୱର : ଓଡ଼ିଶାର ପାରମ୍ପରିକ ପଶୁସମ୍ପଦର ଏକ ଅଂଶ ଭାବେ ପରିଚିତ ଘୋଡ଼ା ଓ ଦେଶୀ ପୋନି ପ୍ରଜାତିର ସଂଖ୍ୟା ଅତ୍ୟନ୍ତ କମିଯାଇଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ ହେଉଛି। ଓଡ଼ିଶା ପଶୁସମ୍ପଦ ଉନ୍ନୟନ ସମିତିରେ ପ୍ରକାଶିତ ୨୦ତମ ପଶୁସମ୍ପଦ ଗଣନା-୨୦୧୯ ଅନୁସାରେ, ସମଗ୍ର ରାଜ୍ୟରେ ମାତ୍ର ୧୧୬ଟି ଘୋଡ଼ା ଓ ୨୭ଟି ପୋନି, ଅର୍ଥାତ୍ ମୋଟ ୧୪୩ଟି ରେକର୍ଡ ହୋଇଥିଲା। ଏତେ ବଡ଼ ରାଜ୍ୟରେ ଘୋଡ଼ା ଓ ପୋନିର ଏଭଳି ଅତ୍ୟନ୍ତ କମ୍ ସଂଖ୍ୟା ଦେଶୀ ପ୍ରଜାତିର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛି। ବିଶେଷକରି ସ୍ୱଦେଶୀ ପ୍ରଜାତିର ଜନ୍ୟୁ ସମ୍ପଦ ସଂରକ୍ଷଣ ଦୃଷ୍ଟିରୁ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ। ମାଲକାନଗିରି ପୋନି ନେଇ ବଢ଼ୁଛି ଗୁରୁତ୍ୱ ଓଡ଼ିଶାର ସ୍ୱଦେଶୀ ଘୋଡ଼ା ପ୍ରଜାତି ମଧ୍ୟରେ ମାଲକାନଗିରି ପୋନି ଏକ ଗୁରୁତ୍ୱପୂର୍ଣ୍ଣ ନାମ। ଏହି ପ୍ରଜାତିକୁ ନେଇ ଭାରତୀୟ କୃଷି ଗବେଷଣା ପରିଷଦ ପକ୍ଷରୁ ଗବେଷଣା କରାଯାଇଛି। ୨୦୨୩-୨୪ ମସିହାରେ କରାଯାଇଥିବା ଏକ ଅଧ୍ୟୟନରେ ମାଲକାନଗିରି ଅଞ୍ଚଳରେ ୧,୦୮୦ଟି ସ୍ୱଦେଶୀ ଘୋଡ଼ା ଚିହ୍ନଟ ହୋଇଥିବା ଉଲ୍ଲେଖ ରହିଛି।

ଲୁପ୍ତ ହେବା ଦ୍ୱାରରେ ଓଡ଼ିଶାର ଦେଶୀ ଘୋଡ଼ା ୨୦୧୯ ପଶୁସମ୍ପଦ ଗଣନାରେ ରାଜ୍ୟରେ ମାତ୍ର ୧୧୬ ଘୋଡ଼ା ଓ ୨୭ ପୋନି – ସମୀକ୍ଷା


ତେବେ ଏହି ସଂଖ୍ୟାକୁ ୨୦୧୯ର ପଶୁସମ୍ପଦ ଗଣନାର ୧୪୩ଟି ଘୋଡ଼ା ଓ ପୋନି ସହ ସିଧାସଳଖ ତୁଳନା କରିବା ଠିକ୍ ହେବ ନାହିଁ। ଦୁଇଟି ତଥ୍ୟର ଗଣନା ପଦ୍ଧତି ଓ ଶ୍ରେଣୀକରଣ ଭିନ୍ନ ହୋଇପାରେ। ତଥାପି ମାଲକାନଗିରି ପୋନିକୁ ନେଇ ବୈଜ୍ଞାନିକ ଅଧ୍ୟୟନ ହେଉଥିବା ଘଟଣା ଏହି ପ୍ରଜାତିର ସଂରକ୍ଷଣ ଗୁରୁତ୍ୱକୁ ଦର୍ଶାଉଛି।
ସଂରକ୍ଷଣ ପାଇଁ କେନ୍ଦ୍ରର ଯୋଜନା ଦେଶୀ ପଶୁ ପ୍ରଜାତିର ସଂରକ୍ଷଣ ଓ ବଂଶଗତ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ପଶୁସମ୍ପଦ ଅଭିଯାନ ଅଧୀନରେ ଘୋଡ଼ା, ଗଧ ଓ ଉଟ ଭଳି ପ୍ରଜାତିକୁ ନେଇ ବ୍ୟବସ୍ଥା ରହିଛି। ଦେଶୀ ଘୋଡ଼ା ପ୍ରଜନନ ଫାର୍ମ ସ୍ଥାପନ ପାଇଁ ୫୦ ପ୍ରତିଶତ ପର୍ଯ୍ୟନ୍ତ ମୂଳଧନ ସହାୟତା, ସର୍ବାଧିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାର ବ୍ୟବସ୍ଥା ରହିଛି। ଏହାସହିତ ବଂଶଗତ ଉନ୍ନତି, ଚୟନମୂଳକ ପ୍ରଜନନ ଏବଂ ଦେଶୀ ପ୍ରଜାତିର ଜନ୍ୟୁ ସମ୍ପଦ ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶାରେ କାର୍ଯ୍ୟକାରିତା ନେଇ ପ୍ରଶ୍ନ ସରକାରୀ ଯୋଜନା ଓ ଜନ୍ୟୁ ସମ୍ପଦ ସଂରକ୍ଷଣ ବ୍ୟବସ୍ଥା ଥିବା ସତ୍ତ୍ୱେ ଓଡ଼ିଶାର ଦେଶୀ ଘୋଡ଼ା ପ୍ରଜାତି ପାଇଁ ଭୂମିସ୍ତରରେ କେତେ ଦୂର ସଂରକ୍ଷଣ କାର୍ଯ୍ୟ ହେଉଛି, ତାହା ନେଇ ପ୍ରଶ୍ନ ଉଠୁଛି।

ଲୁପ୍ତ ହେବା ଦ୍ୱାରରେ ଓଡ଼ିଶାର ଦେଶୀ ଘୋଡ଼ା ୨୦୧୯ ପଶୁସମ୍ପଦ ଗଣନାରେ ରାଜ୍ୟରେ ମାତ୍ର ୧୧୬ ଘୋଡ଼ା ଓ ୨୭ ପୋନି – ସମୀକ୍ଷା

ବିଶେଷକରି ମାଲକାନଗିରି ପୋନି ଭଳି ସ୍ୱଦେଶୀ ପ୍ରଜାତି ପାଇଁ ବର୍ତ୍ତମାନ କେତେ ସଂଖ୍ୟକ ପ୍ରାଣୀ ରହିଛନ୍ତି, କେତେ ପ୍ରଜନନକ୍ଷମ ଘୋଡ଼ା ଉପଲବ୍ଧ ଅଛନ୍ତି, ସରକାରଙ୍କ ପକ୍ଷରୁ କୌଣସି ସ୍ୱତନ୍ତ୍ର ପ୍ରଜନନ କେନ୍ଦ୍ର ରହିଛି କି ନାହିଁ, ମାଲିକମାନଙ୍କୁ କେଉଁ ପ୍ରୋତ୍ସାହନ ଦିଆଯାଉଛି ଏବଂ ଏଥିପାଇଁ କେତେ ଅର୍ଥ ବ୍ୟୟ ହେଉଛି—ଏସବୁ ତଥ୍ୟ ସାର୍ବଜନୀନ ହେବା ଆବଶ୍ୟକ। ଦେଶୀ ଘୋଡ଼ା ପ୍ରଜାତି କେବଳ ଏକ ପଶୁସମ୍ପଦ ନୁହେଁ। ଏହା ଅଞ୍ଚଳର ପାରମ୍ପରିକ ଜୀବନଶୈଳୀ, ଜନ୍ୟୁ ସମ୍ପଦ ଓ ଜୈବ ବିବିଧତା ସହ ଜଡ଼ିତ। ତେଣୁ ଏହାର ସଂରକ୍ଷଣ ପାଇଁ କେବଳ ଯୋଜନା ଘୋଷଣା ନୁହେଁ, ନିୟମିତ ସର୍ବେକ୍ଷଣ, ବୈଜ୍ଞାନିକ ପ୍ରଜନନ କାର୍ଯ୍ୟକ୍ରମ, ଜନ୍ୟୁଗତ ତଥ୍ୟ ସଂରକ୍ଷଣ ଏବଂ ଘୋଡ଼ା ମାଲିକଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ସରକାରୀ ତଥ୍ୟରେ ଯେତେବେଳେ ସଂଖ୍ୟା ଏତେ କମ୍ ଦେଖାଯାଉଛି, ସେତେବେଳେ ଓଡ଼ିଶାର ଏହି ସ୍ୱଦେଶୀ ଘୋଡ଼ା ପ୍ରଜାତିକୁ ଆଗାମୀ ପିଢ଼ି ପାଇଁ କିପରି ସୁରକ୍ଷିତ ରଖାଯିବ—ଏହା ଏବେ ସରକାର ଓ ପ୍ରାଣୀସମ୍ପଦ ବିଭାଗ ସାମ୍ନାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବନ୍ୟାପାଣି ପ୍ରଭାବରେ ମୟୂରଭଞ୍ଜ ପ୍ରସିଦ୍ଧ ଦେବକୁଣ୍ଡ ମା’ଅମ୍ବିକାପୀଠର ବ୍ୟାପକ କ୍ଷତି ନେଇ ପର୍ଯ୍ୟଟକ ଅଶାନ୍ତି