କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ନମିତା ନାୟକ ଙ୍କ ରିପୋର୍ଟ ସମୀକ୍ଷା ନ୍ୟୁଜ:
ଗମନାଗମନ ପାଇଁ ଏକ ମାତ୍ର ରାସ୍ତାଟି, ନିମ୍ନମାନର କାମ ପାଇଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି।ଆଜି ସ୍କୁଲ ପିଲା ମାନଙ୍କ ଠାରୁ ଆରମ୍ଭ କରି।ବୁଦ୍ଧା ବୃଦ୍ଧ, ଓ ଗ୍ରାମବାସୀ ମାନେ ଯିବାଆସିବା କରିପାରୁ ନାହାନ୍ତି। ଆମ୍ବୁଲାନ୍ସ ଗାଁ କୁ ପଶିପାରିବନୀ, କୁମ୍ଭୀର ଘେରା ନଦୀ, ସରୀସୃପ ଙ୍କ ବାସସ୍ଥଳୀ ପାଲଟିଛି। ବାଘୁଆମେଦୀ ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରି ପାରୁନାହାନ୍ତି। ଏହି ଭଳି ସ୍ଥିତି ହେଲେ ଅଙ୍ଗନବାଡି ପିଲା, ସ୍କୁଲ ପିଲା ମାନଙ୍କ ପାଠ ପଢା ପୁରା ବନ୍ଧ ହୋଇଯିବ।ଏ ନେଇ ପିଲାମାନଙ୍କ ଭବିଷ୍ୟତକୁ ଖେଳ ଯାଉଛି।
ସମଗ୍ର ଓଡ଼ିଶାର ବିକାଶ ଯେତେବେଳେ ଜଣେ ଅନୁସୂଚିତ ଜନଜାତି ର ନେତା ଶ୍ରୀ ମୋହନ ଚରଣ ମାଝୀ ଙ୍କ ଉପରେ ଅଛି । ସେତେବେଳେ ବାଘୁଆ ମେଦି ର ଜନସାଧାରଣ ଅନୁସୂଚିତ ଲୋକଙ୍କ ଅସୁବିଧା କୁ ସଜାଡ଼ିବାରେ ପ୍ରଶାସନ ନୀରବ କଣ ପାଇଁ। ଏଥିପାଇଁ ମହାକାଳପଡ଼ା ର ବିଧାୟକ, କେନ୍ଦ୍ରାପଡ଼ା ସାଂସଦ , କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଅନୁରୋଧ।ଏହି ରାସ୍ତା ପ୍ରତି ଧ୍ୟାନ ଦିଅନ୍ତୁ।






