ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କଳିଙ୍ଗ ମହିଳା ଶକ୍ତି ତରଫରୁ ଗାନ୍ଧୀ ଜୟନ୍ତୀ ଠାରୁ ସପ୍ତାହ ଧରି ସ୍ଵଛତା କାର୍ଯ୍ୟକ୍ରମ

କଳିଙ୍ଗ ମହିଳା ଶକ୍ତି ତରଫରୁ ଗାନ୍ଧୀ ଜୟନ୍ତୀ ଠାରୁ ସପ୍ତାହ ଧରି ସ୍ଵଛତା କାର୍ଯ୍ୟକ୍ରମ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ପାରାଦୀପ ପାରାଦୀପ ର ଏକ ଅଗ୍ରଣୀ ଅନୁଷ୍ଠାନ କଳିଙ୍ଗ ମହିଳା ଶକ୍ତି ତରଫରୁ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସପ୍ତାହ ଧରି ସ୍ଵଛତା ଉପରେ କାର୍ଯ୍ୟ କ୍ରମ କରାଯାଇ ଥିବା ବେଳେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଫିସ ସମୁଖରେ ଥିବା ମହାତ୍ମା ଗାନ୍ଧି ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଥିବା ଦେଖିବାକୁ ମିଳିଥିଲା l ଏଥି ସହ୍ ପାରାଦୀପ ନେହେରୁ ବଙ୍ଗଳା ବସ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟ କ୍ରମ କରିଥିବା ବେଳେ ଆଜି ଅଠର ବାଙ୍କୀ ସ୍ଥିତ ମା ଅମ୍ବିକା ହାଇ ସ୍କୁଲ ର ପିଲା ମାନଙ୍କୁ ନେଇ ଚିତ୍ରାଙ୍ଗନା ପ୍ରତି ଯୋଗିତା ହେବାସହ କଳିଙ୍ଗ ମହିଳା ଶକ୍ତି ର ସମସ୍ତ ସଦସ୍ୟ ଓ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମା ଅମ୍ବିକା ସ୍କୁଲ୍ ପରିସରରୁ ମଦ ବିରୋଧୀ ଏକ ରାଲି ପାରାଦୀପ ସହରକୁ ପ୍ରବେଶପଥ ଅଠର ବାଙ୍କୀ ଗେଟ୍ ପର୍ୟ୍ୟନ୍ତ ମଦ ବିରୋଧୀ ନାରା ଦେଇ ବହୁ ମହିଳା ଓ ସ୍କୁଲ ଛାତ୍ର ଛାତ୍ରୀ ମାନେ ଯାଇଥିବା ଦେଖିବାକୁ ମିଳିଥିଲା l

କଳିଙ୍ଗ ମହିଳା ଶକ୍ତି ତରଫରୁ ଗାନ୍ଧୀ ଜୟନ୍ତୀ ଠାରୁ ସପ୍ତାହ ଧରି ସ୍ଵଛତା କାର୍ଯ୍ୟକ୍ରମ – ସମୀକ୍ଷା

ଏହି କାର୍ଯ୍ୟ କ୍ରମ କୁ କଳିଙ୍ଗ ମହିଳା ଶକ୍ତି ସଭାନେତ୍ରୀ ମନୋରମା ଖଟୁଆ ଙ୍କ ନେତୃତ୍ଵ ରେ କରାଯାଇ ଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦୀପ ପୌର ପରିଷଦ ଉପାଧ୍ୟକ୍ଷ ଛବିରାଣି ରାଉତ୍ ଯୋଗ ଦେଇ ଥିବା ବେଳେ ମିଳିତ ଓଡିଶା ନିଶା ନିବାରଣ ରାଜ୍ୟ କମିଟି ସଦସ୍ୟ ବାବୁରାମ ଚୌଧୁରୀ,କଳିଙ୍ଗ ମହିଳା ଶକ୍ତି ଉପଦେଷ୍ଟା ବିଜୟାନନ୍ଦ ପରିଡ଼ା, ଉପଦେଷ୍ଟା ରବୀନ୍ଦ୍ର ମଲ୍ଲିକ ମା ଅମ୍ବିକା ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଓ ବହୁ ଅତିଥି ମାନେ ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜାରକାଣିରେ ୨୮ତମ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ