ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବଡସାହି: ପୋଖରୀରେ ବୁଡି ଯୁବକ ମୃତ

ବଡସାହି: ପୋଖରୀରେ ବୁଡି ଯୁବକ ମୃତ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ

ବଡ଼ସାହି, ୩/୧୦/୨୬ – ବଡସାହି ଥାନା ଅନ୍ତର୍ଗତ କଇଁଫୁଲିଆରେ ପୋଖରୀରେ ବୁଡି ଜଣେ ଯୁବକର ଦୁଃଖଦ ମୃତ୍ୟୁ ହୋଇଛି । ଯୁବକ ଜଣକ କଇଁଫୁଲିଆ ଗ୍ରାମର ଗଜେନ୍ଦ୍ର ନାଏକଙ୍କ ପୁଅ ହେମନ୍ତ ନାଏକ (୪୨) ବୋଲି ଜଣାପଡିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଶନିବାର ସନ୍ଧ୍ୟାରେ ହେମନ୍ତଙ୍କୁ ସ୍ଥାନୀୟ ପୋଖରୀ ପାଣିରେ ଭାସିବାର ଦେଖାଯାଇଥିଲା । ପରେ ବେତନଟୀ ଦମକଳ କେନ୍ଦ୍ରକୁ ଖବର କ୍ରମେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ହେମନ୍ତଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାକୁ ନେଇ ଯାଇଥିଲେ । ତାଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ପ୍ରଘଟ ହେଲାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି । ହେମନ୍ତଙ୍କର ଗୋଟିଏ ପୁଅ ,ଗୋଟିଏ ଝିଅ ଓ ସ୍ତ୍ରୀ ଅଛନ୍ତି । ଗରିବ ପରିବାରକୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ବଡସାହି: ପୋଖରୀରେ ବୁଡି ଯୁବକ ମୃତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାବୁରିଆରେ କଳାକାର ସଂଘର ବାର୍ଷିକ ନୂଆଁଖାଇ ପର୍ବ