ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର
ପାଟଣା :୧୬/୯,ପାଟଣା ରେ ଯୁବ କଣ୍ଠ ଶିଳ୍ପୀ ସଙ୍ଗୀତକାର ଶ୍ରୀତମ କୁମାର ପଣ୍ଡା ଙ୍କ ସ୍ମୁତି ରେ ଆଜି ବିଘ୍ନ ରାଜ୍ ପୂଜା କମିଟି ପାଟଣା ର ଡି ଭାଇରସ ଗ୍ରୁପ୍ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ରକ୍ତଦାନ ଶିବିର ରେ ଡ଼କ୍ଟର ଶୁଭେନ୍ଦୁ ସାଗର କୁମାର ନାଏକ , ଡ଼କ୍ଟର ଅଭିଷେକ ସାହୁ, ଡକ୍ଟର ଅର୍ଣ୍ଣବ୍ ସାହୁ,ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଓଡ଼ିଶା ରକ୍ତ ଭଣ୍ଡାର କେନ୍ଦୁଝର ଜିଲ୍ଲା ଶାଖା ର କର୍ମଚାରୀ ମାନଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା ।ଏଠାରେ ଯୁବ କଣ୍ଠ ଶିଳ୍ପୀ ଶ୍ରୀତମ ଙ୍କ ଭାଇ ଭାଉଜ ନିକଟ ସମ୍ପର୍କୀୟ ଙ୍କ ସହ ଶିଶୁ ବିଦ୍ୟାମନ୍ଦିର ର ଗୁରୁଜୀ ଗୁରୁମା ଆ ଅନ୍ୟାନ୍ୟ ସ୍ଵେଚ୍ଛା ସେବୀ ମାନେ ରକ୍ତଦାନ କରିବା ଦ୍ୱାରା ମୋଟ ୬୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।






