
ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ
ନୂଆପଡା /କୋମନା ତାରିଖ -16-09-2026:
କୋମନା ବ୍ଲକ ବୁଦ୍ଧିକୋମନା ଗ୍ରାମରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଅବସରରେ ଆମ୍ବେଦକର ୟୁଥ ବ୍ରିଗେଡ ବୁଦ୍ଧିକୋମନା, ନୂଆପଡା ପକ୍ଷରୁ ଧୁମଧାମରେ “ନୁଆଁଖାଇ ଭେଟଘାଟ–୨୦୨୬” ଆୟୋଜିତ ହୋଇଯାଇଛି। ନୁଆଁଖାଇ କେବଳ ଏକ କୃଷିଭିତ୍ତିକ ପର୍ବ ନୁହେଁ, ଏହା ଭାଇଚାରା, ପ୍ରେମ, ସମ୍ପର୍କ ଓ ସାମାଜିକ ଏକତାର ପ୍ରତୀକ। ଏହି ମହାନ ପରମ୍ପରାକୁ ଆହୁରି ସୁନ୍ଦର ଓ ଜୀବନ୍ତ କରିବା ପାଇଁ ଅଞ୍ଚଳର ଯୁବକମାନଙ୍କ ପକ୍ଷରୁ ଏଭଳି ଏକ ନିଆରା ପ୍ରୟାସ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ଶ୍ରୀମତୀ ପ୍ରତିଭା ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୀରାବାଈ ପାଣିଗ୍ରାହୀ, ମମତାଞ୍ଜଳି ପାଣିଗ୍ରାହୀ, ଶୁଭମ ତାଣ୍ଡି, ମିସ୍ ଲକିତା ଆଲବମ କୁଇନ୍, ଶ୍ରୀଯୁକ୍ତ ପୁରୋହିତ ସୁନାନୀ (ପ୍ରଗତିବାଦୀ ନ୍ୟୁଜ୍), ଶ୍ରୀଯୁକ୍ତ ଚଇତୁ ପ୍ରଧାନୀ (ଓଡ଼ିଶା ହାଲଚାଲ), ଶ୍ରୀ ଲକ୍ଷ୍ମୀକାନ୍ତ ତାଣ୍ଡି (ସ୍ୱାଧୀନ ବିଧାୟକ ପ୍ରାର୍ଥୀ), ଗିରେନ୍ଦ୍ର ଜଗତ (କଳିଙ୍ଗ ଫୋକସ୍ ନ୍ୟୁଜ୍) ଓ ତିଳ ରାଉତ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ମାନସ ରଥ ଯୋଗଦେଇ ନୁଆଁଖାଇର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ନିଜର ମତ ରଖିଥିଲେ।ଏହି କାର୍ଯ୍ୟକ୍ରମ ଆରମ୍ଭରେ ବାବା ସାହେବ ଡ. ବି.ଆର୍. ଆମ୍ବେଦକର ଏବଂ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା






