ଭଗବାନ ମହାନ୍ତି/ବରିଷ୍ଠ ସାମ୍ବାଦିକ/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 3/10/2026:ଜଗତସିଂହପୁର ଜିଲାର ବାଲିକୁଦା-ବୋରିକିନା ଏକ କୃଷି ପ୍ରଧାନ ଅଞ୍ଚଳ |ଏଠାକାର ଅଧିକାଂଶ ଲୋକ କୃଷି କରି ଜୀବିକା ନିର୍ବାହ କରନ୍ତି |ଧାନ ଏହିଅଞ୍ଚଳର ଏକ ମୁଖ୍ୟ ଚାଷ | ସରକାର ଚାଷକୁ ଗୁରୁତ୍ୱ ଦେଇ ମାଛଗାଁ କେନାଲରୁ କଣିଆ-କୋଳଦା ଏକ କେନାଲ ଖୋଳି ଥିଲେ | ଚାଷୀଙ୍କ ଜମିରେ ଜଳ ସେଚନ କରି ଏ ଅଞ୍ଚଳର ଚାଷୀଙ୍କ ଧାନ ଅମଳ ଭଲ ହେଲେ ତାଙ୍କର ଅର୍ଥ ନୀତି ସୁଧୁରିବ |ଏହାହିଁ ଏହି କେନାଲର ଆଭିମୁଖ୍ୟ |ଚାଷୀ କହୁଛନ୍ତି ଯେ ବର୍ଷା ଯାଉ ଯାଉ କେନାଲ ପାଣି ରୁଗ୍ଣ ହୋଇପଡ଼ୁଛି |କେନାଲର ପାଣି ସ୍ଥର ଅତି କମ |କେନାଲଟି କୋଡିଏ ବର୍ଷ ବିତିଯାଇଥିଲେ ମଧ୍ୟ ତାର ଅବସ୍ଥା କେହି ଠିକ କରୁ ନାହାନ୍ତି |କୌଣସି ଜମିକୁ ପାଣି ମାଡିପାରୁନାହିଁ |ଚାଷୀ ମାନଙ୍କ ମତରେ କେନାଲ ଖୋଳା ହୋଇ ଭଲ ଭାବରେ ତିଆରି ହୋଇ ନାହିଁ | ପାଣି ଆସିପାରୁନାହିଁ |କେନାଲ ଜଳ ସେଚନ ବିଭାଗ ସେଥିପ୍ରତି ଧ୍ୟାନ ଦେଲେ ଚାଷୀ ଉପକୃତ ହେବେ |

ଜଳସେଚନ ଅଧିକାରୀ ସମ୍ପର୍କ କରିବା ଦ୍ୱାରା କହିଛନ୍ତି ଆସନ୍ତା ଖରା ଦିନରେ ଏହି କେନାଲ ମରାମତି ହୋଇ ଜଳ ପରିମାଣ ବଢିବ | ଚାଷୀ ମାନଙ୍କ ଜମିରେ ପାଣି ମାଡିପାରିବ | ସବୁ ଯୋଜନା ପ୍ରସ୍ତୁତ ଅଛି |
ସେପଟେ କୃଷି ବିଭାଗ ସମ୍ପର୍କ କରିବାଦ୍ୱାରା, ବିଭାଗୀୟ ଅଧିକାରୀ କହିଛନ୍ତି, ସେମାନେ ଜଳ ସେଚନ ବିଭାଗକୁ ଏହାର ଅବଗତ କରାଇଛନ୍ତି |
ଜିଲା କୃଷକମୋର୍ଚ୍ଚା ସଚିବ ଇଂ ଭଗବାନ ମହାନ୍ତିକୁ ସମ୍ପର୍କ କରିବା ଦ୍ୱାରା ସେ କହିଛନ୍ତି ବାଲିକୁଦା କୃଷି ଅଧିକାରୀ ଓ ଜଳସେଚନ ଯନ୍ତ୍ରୀଙ୍କୁ ସେ ଅବଗତ କରାଇଛନ୍ତି |ସେ ପୁଣି ଏହି ସମସ୍ୟାର ପିଛା କରିବେ | କୃଷକଙ୍କ ମଙ୍ଗଳ ପାଇଁ ଦରକାର ପଡିଲେ ଅଧିକ୍ଷକ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ |ବିଧାୟକ ଓ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରାଇବେ |





