ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ମଡେଲ ଡିଗ୍ରୀ ମହାବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ମଡେଲ ଡିଗ୍ରୀ ମହାବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ – ସମୀକ୍ଷା ଖବର

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି/ ସୁବର୍ଣ୍ଣପୁର
ସୋନପୁର ତା-୦୩.୧୦.୨୦୨୬
ସ୍ଥାନୀୟ ମଡେଲ ଡିଗ୍ରୀ କଲେଜ୍ ଠାରେ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିଷ୍ଣୁଚରଣ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜନୀତି ବିଜ୍ଞାନ ବିଭାଗର ବିଭଗମୁଖ୍ୟ ଡକ୍ଟର ସିଦ୍ଧାର୍ଥ ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଗାନ୍ଧୀଜୀଙ୍କୁ ବିଶ୍ବାତ୍ମା ଏବଂ ଶାସ୍ତ୍ରୀଜୀଙ୍କୁ ଶାନ୍ତି ଦୂତ ଭାବରେ ବିଭିନ୍ନ ଉଦାହରଣ ଭାବରେ ଉପସ୍ଥାପିତ କରିଥିଲେ।

ମଡେଲ ଡିଗ୍ରୀ ମହାବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ – ସମୀକ୍ଷା

ସମ୍ମାନିତ ଅତିଥି ଭାବରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଡକ୍ଟର ଶଙ୍କର ଛତ୍ରିଆ ଯୋଗଦେଇ ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ବହୁମୁଖୀ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ସାମ୍ପ୍ରତିକ ପରିସ୍ଥିତିରେ ଦୁଇ ମହାମାନବଙ୍କ ଭୂମିକା ସମ୍ପର୍କରେ ସଭାକୁ ଜଣାଇଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ସନ୍ତୋଷ ଭୋଇ ସଭା ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ଏକ ସାମୂହିକ ସଫାଇ କରାଯାଇଥିଲା। ସଭାକୁ ଅଧ୍ୟାପିକା କମଳା ସିଂହ, ଅଧ୍ୟାପକ କେଶବ ଭୂଏ, ଅଧ୍ୟାପକ ସଞ୍ଜୟ କୁମାର ନାଏକ, ଡକ୍ଟର ବିଶ୍ବରଂଜନ ଜେନା, ସୁଶ୍ରୀ ପ୍ରିୟଦର୍ଶିନୀ ଘଡେ଼ଇ, ବନମାଳୀ ବାଘ, ରମେଶ ସେଠୀ, ସୁଜଳ ହୋତା, ଅଂଶୁମାନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କର୍ତ୍ତବ୍ୟରେ ଅବହେଳା କାରଣରୁ ସାହାରପଡା ଫାଣ୍ଡି ଅଧିକାରୀ ନିଲମ୍ବିତ