ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବାଣପୁରରେ ଆରମ୍ଭ ହେଲା ଶାରଦୀୟ ପର୍ବ; ମା’ ଭଗବତୀଙ୍କ ପୀଠରେ ବାଜିଲା ଶଙ୍ଖକାହାଳୀ

ବାଣପୁରରେ ଆରମ୍ଭ ହେଲା ଶାରଦୀୟ ପର୍ବ; ମା’ ଭଗବତୀଙ୍କ ପୀଠରେ ବାଜିଲା ଶଙ୍ଖକାହାଳୀ – ସମୀକ୍ଷା ଖବର

ଦୁର୍ଗା ପ୍ରସାଦ ଦାଶ/ ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ

ଖୋର୍ଦ୍ଧା,ବାଣପୁର, ୪/୧୦/୨୬ ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋର୍ଦ୍ଧା,ଆଶ୍ୱିନ କୃଷ୍ଣ ଅଷ୍ଟମୀ ତିଥି, ମୂଳାଷ୍ଟମୀରେ ଶୟନରୁ ଉଠିବେ ମା’ ଭଗବତୀ ଆରମ୍ଭ ହେବ ବାଣପୁରର ପ୍ରାଚୀନ ଶକ୍ତିପୀଠରେ ପବିତ୍ର ଶାରଦୀୟ ପର୍ବ,ସହରସାରା ଚଳଚଞ୍ଚଳ l ସପ୍ତମୀରେ ରାଜା ସନ୍ତୋଷ କୁମାରମାନସିଂ ମର୍ଦ୍ଦରାଜ ହରିଚନ୍ଦ୍ରଙ୍କ ନଅରକୁ ଗଲା ପାରମ୍ପରିକ ଗୁଆ,ପଇତା । ରାଜା ଆଜି ମନ୍ଦିରର ଶାରଦୀୟ ଷୋଳପୂଜା ନିମନ୍ତେ ଗୁଆପଇତା ଛୁଇଁ ବ୍ରାହ୍ମଣବରଣୀ କଲେ ।କାର୍ଯ୍ୟାଳୟର କର୍ମଚାରୀ ଅକ୍ଷୟ ମିଶ୍ର, ସୁରେନ୍ଦ୍ର ସାହୁଙ୍କ ସହଯୋଗରେ ମନ୍ଦିର ପୁରୋହିତ ଶାରଦା ମହାପାତ୍ର,ପୂଜକ ନିରଞ୍ଜନ ମହାପାତ୍ର, ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କୁ ବରଣୀ କରି ମଠା ବନ୍ଧାଇଲେ ରାଜା। ମା’ଙ୍କ ଶ୍ରୀଅଙ୍ଗଭୂଷଣ ପାଇଁ କାଠିନାହାକ ପବିତ୍ରନାୟକ,ପ୍ରତିନିଧି ଗଣେଶ ନାୟକଙ୍କ ହାତରେ ପାଟ,ଓଢ଼ଣୀ, ସିନ୍ଦୁର,କଜ୍ଜ୍ବଳ,ଶଙ୍ଖା, ଚୁଡ଼ି,ଶାଢ଼ି,ଅଳତା ପୁଷ୍ପମାଲ୍ୟ ପଠାଇଲେ l ରାଜା ଶୟନରୁ ଉଠି ଶହସ୍ର କୁମ୍ଭାଭିଷେକ ପରେ ୧୦୮ ସୁବାସିତ ଜଳରେ ଅଙ୍ଗରାଗ ମାଜଣା ପରେ ରଜାଘର ପାଟଶାଢ଼ି ଚୁଡ଼ି ପିନ୍ଧି ମଣ୍ଡଣୀ ହୋଇ ସଂଧ୍ୟାରେ ଥାଟ ପଟୁଆରରେ ସାତଦିନ ପାଇଁ ଭିତରପର୍ବ ଗୃହକୁ ବିଜେ କରିବେ ମା’ ଭଗବତୀ ସ୍ତମ୍ବେଶ୍ୱରୀ କାଠିଠାକୁରାଣୀ | ସାଥିରେ ଥିବେ ରାଜାଙ୍କ ଇଷ୍ଟଦେବୀ ମା’ କନକଦୁର୍ଗା ସେଥିପାଇଁ ପିତ୍ରାଳୟ ଦକ୍ଷପ୍ରଜାପତି ମନ୍ଦିରଠାରୁ
ମା’ଭଗବତୀଙ୍କ ମନ୍ଦିର ବେଢ଼ା ଭିତର ପର୍ବ ଗୃହ ପର୍ଯ୍ୟନ୍ତ ସବୁଠି ଚାଲିଛି ପ୍ରସ୍ତୁତି lକେଉଁଠି କେଉଁଠି ଆଲୋକର ସୁଉଚ୍ଚ ତୋରଣ ତ ରାସ୍ତାର ଉଭୟ
ପାର୍ଶ୍ଵରେ ଝିଲିମିଲି ଆଲୁଅର ମନଲୋଭା ଦୃଶ୍ୟ ପରିମଳ ବ୍ୟବସ୍ଥା ସହିତ ମନ୍ଦିର ଚତୁଃପାର୍ଶ୍ଵରେ ନାଲି ହଳଦିଆ ଗେଣ୍ଡୁଫୁଲର ଆକର୍ଷଣୀୟ ସାଜସଜ୍ଜା, ଦେବୀ ସ୍ତମ୍ବେଶ୍ବରୀ କାଠି ଠାକୁରାଣୀଙ୍କ ତାଣ୍ଡବ ନୃତ୍ୟ ଦେଖିବାକୁ ସମଗ୍ର ବାଣପୁର ଅଞ୍ଚଳ ଅପେକ୍ଷାରତ lଘଣ୍ଟା ଘଣ୍ଟ ମାଦଳର ତାଳେତାଳେ ଛତ୍ର ତରାଶ ଚାମର ମଶାଲ ସହିତ ମା’ ଙ୍କ ଜୟ ଜୟକାର ଧ୍ଵନୀ, ଶଙ୍ଖ ହୁଳହୁଳି ନାଦରେ ବାଣପୁର ବଡ଼ଦାଣ୍ଡ ଉଛୁଳି ପଡ଼ିବ ।

ବାଣପୁରରେ ଆରମ୍ଭ ହେଲା ଶାରଦୀୟ ପର୍ବ; ମା’ ଭଗବତୀଙ୍କ ପୀଠରେ ବାଜିଲା ଶଙ୍ଖକାହାଳୀ – ସମୀକ୍ଷା

ସେବାୟତମାନେ ବନଦୁର୍ଗା ବେଶରେ ମା’ଙ୍କୁ ନଚେଇ ନଚେଇ ବଡ଼ଦାଣ୍ଡରେ ପବିତ୍ର ପର୍ବଗୃହକୁ ନେଲା ବେଳେ ସାଥିରେ ରହିବେ ଆଦ୍ୟ ସେବକ ନରବଳୀର ପ୍ରତୀକ ବଳିଜେନା, ନିଯୋଗୀ ସେବାୟତଙ୍କ ଗହଣରେ ଅନନ୍ୟ ପରମ୍ପରା କ୍ରମେ ଏହି ବଳିଜେନା ନୃତ୍ୟ ଅତ୍ୟନ୍ତ ବିଚିତ୍ରମୟ l ମୂଳାଷ୍ଟମୀ ଠାରୁ କୃଷ୍ଣଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପ୍ରତି ସଂଧ୍ୟାରେ ମା’ଙ୍କ ଦେବୀ ନୃତ୍ୟ ପରେ ମହାଳୟା ଭେଟ ଅମାବାସ୍ୟାରେ ସାତ ଭଉଣୀଙ୍କ ଭେଟଘାଟରୁ ସାତବଖରା ଘରେ ଆରମ୍ଭହେବ ସପ୍ତମାତୃକା ପୂଜା। ମା’ଭଗବତୀଙ୍କ ସହିତ ଭଉଣୀ ବିରଜାଇ, ନାରାୟଣୀ, କାଳିଜାଇ, ସିଦ୍ଧେଶ୍ଵରୀ, କନକଦୁର୍ଗା, ବୁଢ଼ି ଠାକୁରାଣୀ ସାତ ଭଉଣୀଙ୍କୁ ଗୋଟିଏସ୍ଥାନରେ ସାତ ବଖରା ପର୍ବଗୃହରେ ଦର୍ଶନ କରିବାର ସୌଭାଗ୍ୟ ଲାଭ କରି ମା’ଙ୍କ ଅଶେଷ କରୁଣା ପାଇବାକୁ ଅଗଣିତ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ l ମା’ଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ କର୍ମଚାରୀମାନଙ୍କ ସହଯୋଗରେ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ପ୍ରକାଶ କରିଛନ୍ତି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାଦ ପଡ଼ିଥିବା ଓ ନୂଆ ଯୁବ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ