ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବରଗଡ ପୋଲିସ୍ କୁ ବଡ ସଫଳତା ୩୧୫୬ ବୋତଲ କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ଜବତ, ଜଣେ ଗିରଫ

ବରଗଡ ପୋଲିସ୍ କୁ ବଡ ସଫଳତା ୩୧୫୬ ବୋତଲ କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ଜବତ, ଜଣେ ଗିରଫ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼, ୫।୧୦ ବରଗଡ଼ ଗ୍ରାମାଞ୍ଚଳ ଥାନା ପୁଲିସ ବେଆଇନ କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିବା ସହ ୩୧୫୬ ବୋତଲ କଫ୍‌ ସିରପ୍‌ ଜବତ କରିଛି। ଜବତ କଫ୍‌ ସିରପ୍‌ରେ ମୋଟ ୬୩୧.୨ ଗ୍ରାମ କୋଡିନ୍‌ ଫସ୍‌ଫେଟ୍‌ ଥିବା ବିଷୟ ବରଗଡ ଏସପି ରବୀନ୍ଦ୍ର ନାଥ ଶତପଥୀ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ସୋମବାର ଦିନ ଏସ ଡି ପି ଓ ଏ ବି ଶିଳ୍ପା, ଏସ ଡି ପି ଓ ପଦାର ବିନ୍ଦ ତ୍ରିପାଠୀ,ଗ୍ରାମାଞ୍ଚଳ ଥାନା ଅଧିକାରୀ ସୁଶାନ୍ତ ଦାଶ ଓ ଷ୍ଟାଫ ମିଶି ପାଟ୍ରୋଲିଂ, ଅବକାରୀ ଚଢ଼ଉ ଓ ମୋଟରଯାନ ଯାଞ୍ଚ ଚାଲିଥିଲା। ଏହି ସମୟରେ ତୋରା-ନାଗେନପାଲି ରାସ୍ତାରେ ଏକ ବୋଲେରୋ ମ୍ୟାକ୍ସ ପିକ୍‌ଅପ୍‌ ଉପରେ ସନ୍ଦେହ ହେବାରୁ ପୁଲିସ ତାହାକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିରୁ ବହୁ ପରିମାଣରେ ବେଆଇନ କଫ୍‌ ସିରପ୍‌ ମିଳିଥିଲା। ଏହି ଘଟଣାରେ ବରଗଡ଼ ଟାଉନ୍‌ ଥାନା ଅଞ୍ଚଳର ଭାରତୀ ନଗର, ୧୮ ନମ୍ବର ୱାର୍ଡର ସାହିଦ ହୁସେନ୍‌ ଓରଫ୍‌ ଖାନ୍‌ (୩୨)ଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ନିକଟରୁ ୩୧୫୬ ବୋତଲ କଫ୍‌ ସିରପ୍‌, ଓଡି-୧୭-ଏଏଚ୍‌-୯୭୯୧ ନମ୍ବର ବିଶିଷ୍ଟ ଏକ ବୋଲେରୋ ମ୍ୟାକ୍ସ ପିକ୍‌ଅପ୍‌ ଏବଂ ଏକ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି। ଏନେଇ ବରଗଡ଼ ଗ୍ରାମାଞ୍ଚଳ ଥାନାରେ କେସ୍‌ ନମ୍ବର ୨୫୫/୫।୧୦।୨୦୨୬ରେ ଏନ୍‌ଡିପିଏସ୍‌ ଆଇନର ଧାରା ୨୧(ସି), ୨୫ ଓ ୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ କଫ୍‌ ସିରପ୍‌ କେଉଁଠାରୁ ଆସିଥିଲା ଓ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

ବରଗଡ ପୋଲିସ୍ କୁ ବଡ ସଫଳତା ୩୧୫୬ ବୋତଲ କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ଜବତ, ଜଣେ ଗିରଫ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କାଉନସିଲରକୁ ମାଡ଼ ଦିଆଯିବା ଅଭିଯୋଗରେ ବରଗଡ଼ ଏସ୍. ପି ଙ୍କ ଦ୍ବାରସ୍ଥ ହେଲା ବିଜେଡି