ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ:
କ. ନୂଆଗାଁ :ତା 5/10/26: ବସୁଧା ସାଧାରଣ ଟାଙ୍କି ଅଛି, ବିଦ୍ୟୁତ ଯୋଗାଣ ନ ଥିବାରୁ ଦୀର୍ଘ ତିନି ମାସ ହେଲା ଲୋକଙ୍କୁ ମିଳୁପାରୁନି ପାଣି.ଲୋକଙ୍କ ପାଇଁ ପାନୀୟଜଳର ସୁବ୍ୟବସ୍ଥା ପାଈଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ଯେଉଁ ବସୁଧା ଯୋଜନାରେ କାମ ହେଉଛି ତାହା ସଠିକ୍ ଭାବରେ କାମ ହେଉନଥିବାରୁ ଜନ ସାଧାରଣ ପାଣି ଟାଙ୍କି ଥିଲେ ସୁଦ୍ଧା ପାଣି ପାଈ ପାରୁନାହାନ୍ତି ଏପରି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତର ଉପର କଙ୍ଗେରିକିଆ ଗ୍ରାମରେ ତିନୀ ମାସ ହେବ ବସୁଧା ପାନୀୟ ଜଳ ପ୍ରକଳ୍ପ ଅଚଳ । ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ କରାଯାଉଛି ଲାକ୍ଷାଧିକ ଟଙ୍କା ର ବ୍ୟୟ ଅଟକଳ ପାନୀୟ ଜଳ ପ୍ରକଳ୍ପ କିନ୍ତୁ କିଛି ଦିନ ତଳେ ତାହା ଅଚଳ ହୋଇ ପଡ଼ି ରହିଛି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କଙ୍ଗେରିକିଆ ଗ୍ରାମରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି । ଗ୍ରାମବାସୀଙ୍କ ପାନୀୟ ଜଳ ଆବଶ୍ୟକ ମେଣ୍ଟାଇବା ପାଇଁ ବହୁତ ବର୍ଷ ପୁର୍ବରୁ ବସୁଧା ପାନୀୟ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ଗୋଟିଏ ମାସ ହେବ ପାନୀୟ ଜଳ ପାଇବାରୁ ବଞ୍ଚିତ । ପାଣି ପମ୍ପ କୁ ବିଦ୍ୟୁତ ଠିକ୍ ଭାବରେ ଯାଉନଥିବାରୁ ରୁ ତାହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ପଡ଼ି ରହିଛି । ଏହି ବିଷୟରେ ବିଦ୍ୟୁତ ବିଭାଗୀୟ ଅଧିକାରୀ ଓ ଦାୟିତ୍ୱ ରେ ପାନୀୟଜଳ ଯନ୍ତ୍ରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତା ମରାମତି ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି ଯୋଶବନ୍ତ ପ୍ରଧାନ,ରିଙ୍କୁ ପ୍ରଧାନ,ଶଙ୍କର ପ୍ରଧାନ, କୃପା ନନ୍ଦ ପ୍ରଧାନ,ବିମିରାଜ ପ୍ରଧାନ, ସନ୍ତୋଷ ପ୍ରଧାନ, ସମେତ କଙ୍ଗେରିକିଆ ଅଞ୍ଚଳବାସୀ ଦାବି କରିଛନ୍ତି





