ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

KIIT ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ୧୦ ହଜାରରୁ ଅଧିକ ସ୍ନାତକଙ୍କୁ ଡିଗ୍ରୀ ପ୍ରଦାନ

KIIT ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ୧୦ ହଜାରରୁ ଅଧିକ ସ୍ନାତକଙ୍କୁ ଡିଗ୍ରୀ ପ୍ରଦାନ – ସମୀକ୍ଷା ଖବର

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:

KIIT ବିଶ୍ୱବିଦ୍ୟାଳୟର ୨୨ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ୧୦ ହଜାରରୁ ଅଧିକ ସ୍ନାତକଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। ତିନିଦିନିଆ ଏହି ସମାରୋହ ସୋମବାର ଏଠାରେ ଉଦଯାପିତ ହୋଇଛି। ଛାତ୍ରଛାତ୍ରୀଙ୍କ ବିଭିନ୍ନ କ୍ଷେତ୍ରର ଉତ୍କୃଷ୍ଟ ସଫଳତା ପାଇଁ ଫାଉଣ୍ଡର୍ସ ଗୋଲ୍ଡ ମେଡାଲ, ଚାନ୍ସେଲର୍ସ ଗୋଲ୍ଡ ମେଡାଲ, ପି.କେ. ବାଲ ମେମୋରିଆଲ ଗୋଲ୍ଡ ମେଡାଲ, ପାରାଦୀପ ଫସଫେଟ୍ସ ଲିମିଟେଡ୍ (PPL) ଗୋଲ୍ଡ ମେଡାଲ, ନାନୀବାଲା ମେମୋରିଆଲ ଗୋଲ୍ଡ ମେଡାଲ, ଶ୍ରୀକୃଷ୍ଣ ଚନ୍ଦ୍ର ପଣ୍ଡା ମେମୋରିଆଲ ଗୋଲ୍ଡ ମେଡାଲ ଏବଂ ଡ. ୱାଟି ପରମଗୁରୁ ମେମୋରିଆଲ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଥିଲା।

KIIT ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ୧୦ ହଜାରରୁ ଅଧିକ ସ୍ନାତକଙ୍କୁ ଡିଗ୍ରୀ ପ୍ରଦାନ – ସମୀକ୍ଷା

ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରି ନାଗାଲାଣ୍ଡର ରାଜ୍ୟପାଳ ନନ୍ଦ କିଶୋର ଯାଦବ ଛାତ୍ରଛାତ୍ରୀଙ୍କୁ ସୁଯୋଗର ସଦୁପଯୋଗ କରିବା, ନବସୃଜନକୁ ଆପଣାଇବା ଏବଂ ସାମାଜିକ ଦାୟିତ୍ୱ ପୂରଣ କରିବାକୁ ଆହ୍ୱାନ ଦେଇଥିଲେ।

ଯାଦବ KIITର ଯାତ୍ରାକୁ ଦୂରଦୃଷ୍ଟି, ଦୃଢ଼ତା ଓ ସଂକଳ୍ପର ଏକ ଉଦାହରଣ ବୋଲି ପ୍ରଶଂସା କରିଥିଲେ। ଉଚ୍ଚଶିକ୍ଷା ଓ ଜାତୀୟ ବିକାଶ କ୍ଷେତ୍ରରେ ଅବଦାନ ପାଇଁ ସେ KIIT ଓ KISSର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ନୀତି ଆୟୋଗର ଉପାଧ୍ୟକ୍ଷ ଅଶୋକ କୁମାର ଲାହିରୀ କହିଥିଲେ ଯେ, ଭାରତର ଭବିଷ୍ୟତ ପ୍ରଯୁକ୍ତିବିଦ୍ୟା ଓ ଆଧୁନିକୀକରଣ ଦ୍ୱାରା ଗଢ଼ିଉଠିବ। ତେବେ ପ୍ରଯୁକ୍ତିଗତ ପ୍ରଗତି ସହିତ ଦେଶର ପରମ୍ପରାକୁ ମଧ୍ୟ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଆମେରିକାର ପ୍ରତିନିଧି ସଭାର ସଦସ୍ୟ ତଥା କଂଗ୍ରେସମ୍ୟାନ୍ ମାଇକେଲ ବମଗାର୍ଟନର ଏବଂ ଆମେରିକାର ମୋଣ୍ଟାନା ଷ୍ଟେଟ୍ ୟୁନିଭର୍ସିଟିର ସଭାପତି ବ୍ରକ୍ ଟେସମାନ ମଧ୍ୟ ସମାରୋହକୁ ସମ୍ବୋଧିତ କରିଥିଲେ। ତିନିଦିନିଆ ଏହି କାର୍ଯ୍ୟକ୍ରମରେ ମୋତିଲାଲ ଓସୱାଲ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡର ସହ-ପ୍ରତିଷ୍ଠାତା, ଗ୍ରୁପ୍ ମ୍ୟାନେଜିଂ ଡାଇରେକ୍ଟର ଓ CEO ମୋତିଲାଲ ଓସୱାଲ, ଟେକ୍ନୋ ଇଣ୍ଡିଆ ଗ୍ରୁପ୍ ଏବଂ ଟେକ୍ନୋ ଇଣ୍ଡିଆ ୟୁନିଭର୍ସିଟି, କୋଲକାତାର ଅଧ୍ୟକ୍ଷ ଓ କୁଳାଧିପତି ଗୌତମ ରାୟ ଚୌଧୁରୀ ଏବଂ ବରିଷ୍ଠ ସାମ୍ବାଦିକ ଚିତ୍ରା ତ୍ରିପାଠୀ ମଧ୍ୟ ଯୋଗଦେଇଥିଲେ। KIITର ପ୍ରତିଷ୍ଠାତା ତଥା RP-ସଞ୍ଜୀବ ଗୋଏଙ୍କା ଗ୍ରୁପର ଅଧ୍ୟକ୍ଷ ସଞ୍ଜୀବ ଗୋଏଙ୍କା ମଧ୍ୟ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। KIIT ଓ KISSର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, KIIT ବିଶ୍ୱବିଦ୍ୟାଳୟର କୁଳାଧିପତି ଅଶୋକ କୁମାର ପରିଜା, କୁଳପତି ପ୍ରଫେସର ସରନଜିତ ସିଂହ ଏବଂ ପ୍ରୋ-ଭାଇସ୍ ଚାନ୍ସେଲର ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ମଧ୍ୟ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପୀତାବାସ ପଣ୍ଡା ହତ୍ୟା ମାମଲା: ଜେଲ୍‌ରୁ ଫୋନ୍‌ କଲ୍ ଅଭିଯୋଗ ପରେ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା