ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସୁରଭି ମଞ୍ଚରେ ଫୁଟିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା:କ. ନୂଆଗାଁ ଉତ୍ସବମୁଖର

ସୁରଭି ମଞ୍ଚରେ ଫୁଟିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା:କ. ନୂଆଗାଁ ଉତ୍ସବମୁଖର – ସମୀକ୍ଷା ଖବର

.ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ:

ନୂଆଗାଁ – କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସୁରଭି କାର୍ଯ୍ୟକ୍ରମକୁ ସିଆରସିସି ସୁଶାନ୍ତ କୁମାର ସାହୁ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଗହିଙ୍ଗିଆ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଚାନ୍ଦ,ଶିକ୍ଷୟିତ୍ରୀ କାବେରୀ ମହାରଣା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲୁଚି ରହି ଥିବା ଅନ୍ତଃର୍ନିହିତ ଦକ୍ଷତା ହାସଲ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଳ ଲକ୍ଷ୍ୟ ବୋଲି କହିଥିଲେ।ଏଥିରେ ୧୦ ଟି ବିଦ୍ୟାଳୟର ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଥିବା ବେଳେ ବିତର୍କ,ପ୍ରବନ୍ଧ ଲିଖନ,ବକ୍ତୃତା, ସୃଜନଶୀଳ ଲିଖନ,ଚିତ୍ରାଙ୍କନ,ସଙ୍ଗୀତ, ସାଧାରଣ ଜ୍ଞାନ,ସୁନ୍ଦର ହସ୍ତାକ୍ଷର,ଦଳଗତ ନୃତ୍ୟ ଆଦି ପ୍ରତିଯୋଗିତା ମାନ ଆୟୋଜନ ହୋଇଥିଲା।ପ୍ରତ୍ୟେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବ୍ଲକ ସ୍ତରକୁ ମନୋନୀତ କରାଯାଇଥିଲା l ଏଥିରେ କୃତିତ୍ବ ଅର୍ଜ୍ଜନ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମନୋଜ କୁମାର ବିଶି ମାଝୀ ମଞ୍ଚ ସଂଞ୍ଚାଳନ କରିଥିଲା ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ

ସୁରଭି ମଞ୍ଚରେ ଫୁଟିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା:କ. ନୂଆଗାଁ ଉତ୍ସବମୁଖର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଝାରସୁଗୁଡ଼ା- ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ: ସାଟେଲାଇଟ୍ ହସ୍ପିଟାଲକୁ ନେଇ ଗର୍ଜିଲା ବିଜେଡି’