ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା ସମୀକ୍ଷା ନ୍ୟୁଜ:
କୋମନା/ନୂଆପଡା-07-10-2026 : ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁରଲୀବାହାଳୀ ଗ୍ରାମଠାରେ ସମାଜସେବୀ ଶାବିର ହୁସେନଙ୍କ ନେତୃତ୍ୱ ରେ ଡ୍ରେନ ଓ ଗାଁ ରାସ୍ତା ସଫେଇ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗାଁ ର ଯୁବ ସାଥୀ ସୁରେନ୍ଦ୍ର ସୁନାନୀ, କୃଷ୍ଣ ସୁନା, ସାନ ସୁନା, ରାଜେଶ ସୁନା ସହଯୋଗ କରିଥିଲେ।”ସ୍ବଚ୍ଛତା ହ ସେବା” ହେଉଛ ଏକ ଜାତୀୟ ସ୍ବଚ୍ଛତା ଅଭିଯାନ, ଯାହା ଦେଶରେ ପରିଚ୍ଛନ୍ନତା ଏବଂ ସାମାଜିକ ଦାୟିତ୍ବବୋଧକୁ ପ୍ରୋତ୍ସାହିତ କରିଥାଏ ।
ଲୋକଙ୍କ ଭିତରେ ପରିବେଶକୁ ସଫା ରଖିବା ପାଇଁ ଭାବନା ଜାଗ୍ରତ କରିବା।

ସାଧାରଣ ଜନତା,ସମାଜସେବୀ, ଯୁଵ ପୀଢ଼ି, ସରକାରୀ କର୍ମଚାରୀ ଓ ନେତୃବୃନ୍ଦଙ୍କ ମିଳିତ ସହଯୋଗରେ ସ୍ଥାନସବୁ ସଫା କରିବା ଆବଶ୍ୟକ।ଅଳିଆ ଆବର୍ଜନାକୁ ସଠିକ୍ ଭାବରେ ନିୟନ୍ତ୍ରଣ କରିବା ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ କରିବା।ଓଡ଼ିଶାରେ ମଧ୍ୟ “ସ୍ବଚ୍ଛତା ହିଁ ସେବା ୨୦୨୬” ଅଧୀନରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଯେପରିକି ପଂଚାୟତ ଭବନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ଓ ଶ୍ରମଦାନ କରାଯାଉଛି। ଗାନ୍ଧୀ ଜୟନ୍ତୀ ଏବଂ ବିଭିନ୍ନ ସାମାଜିକ ଅବସରରେ ଏହି ଅଭିଯାନ ଜରିଆରେ ସମାଜକୁ ସୁସ୍ଥ ଓ ସ୍ବଚ୍ଛ ରଖୁବାକୁ ଆହ୍ବାନ କରାଯାଏ।ଏହି ଅଵସର ରେ ଲଖନା ଗ୍ରାମପଞ୍ଚାୟତ ର ସମସ୍ତ ଗାଁ କୁ ଯାଇ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସମାଜସେବୀ ଶାବିର ହୁସେନ ପ୍ରକାଶ କରିଛନ୍ତି।





