ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଅଦ୍ଭୁତ ଦୃଶ୍ୟ: ବାଲିକୁଦାରେ ଗଛ ଗଣ୍ଡିଟି ଫାଟି ଦିଫାଳ

ଅଦ୍ଭୁତ ଦୃଶ୍ୟ: ବାଲିକୁଦାରେ ଗଛ ଗଣ୍ଡିଟି ଫାଟି ଦିଫାଳ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:


ଜଗତସିଂହପୁର, 07/10/2026(ନି. ପ୍ର ):ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଶୋଭା ଗ୍ରାମ ରାସ୍ତା କଡରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି | ଗୋଟିଏ ଚାକୁଣ୍ଡା ଗଛଗଣ୍ଡି ଫାଟି ଦିଫାଳ ହୋଇଯାଇଛି |l ସଖାଳ ଚାଲିବା ସମୟରେ କେହି ଜଣେ ଭଦ୍ର ମହିଳା କହିବାର ଶୁଣିବାକୁ ମିଳିଲା ଗଛ ଗଣ୍ଡିଟି ଫାଟି ଯାଇଛି | ଖବର ନେଲାରୁ ଜଣାପଡିଲା ପଡୋଶୀ ଭଦ୍ରମହିଳା ଜଣକ ଥିଲେ ମିନତୀ ରାଉତରାୟ | ସେକୁହନ୍ତି କାଲି ଗଛଟି ଭଲ ଥିଲା |ଏହି ଚାକୁଣ୍ଡା ଗଛର ଦୁଇଟି ଶାଖା ଥିଲା |ସାମନ୍ତରାଳ ଭାବରେ ଦୁଇ ଡାଳ ଦୁହିଁଙ୍କୁ ଧରି ରଖିଥିଲା | କାହାର କୌଣସି ଅସୁବିଧା ଏହି ବୃକ୍ଷ୍ୟ କରିନଥିଲା | ବରଂ ଛାଇ ସହ ପିଲାମାନେ ଦୋଳି ଖେଳିବା ପାଇଁ ସୁବିଧା ପାଉଥିଲେ | ବାତାବରଣକୁ ଅମ୍ଳଜାନ ଦେଇ ତାର ଧର୍ମ ପାଳନ କରୁଥିଲା|ଆମେମାନେ ତାର ଶୁଖିଲା ଡାଳ ଗୋଟେଇ କେବେ କେମୀତି ଜାଳ କରୁଥିଲୁ |ହୋମାଦୀ ହେଉଥିଲା | ଅନ୍ୟ ପଡୋଶୀ ନୀଳମଣି ରାଉତରାୟ କୁହନ୍ତି ବୃକ୍ଷ୍ୟର ଉପାଦୟତା ମାନବ ସମାଜ ପ୍ରତି ବହୁତ ଅଛି କିନ୍ତୁ ଆଜିର ମାନବ ସ୍ଵାର୍ଥୀ ହୋଇପଡିଛି ଓ ବ୍ୟଗ୍ର ହୋଇ ପଡିଛି | ସେ ନିଜର ସାମାନ୍ୟ ସ୍ୱାର୍ଥ ପାଇଁ ସମାଜର ସଂପଦକୁ ନଷ୍ଟ କରି ହାତେଇବାରେ ଚାହିଁଛି |ସେ ଅନୁମାନ ଲଗାନ୍ତି ଏହା ମାନବ କୃତ |କେହି କ୍ରେନ ବୁମରେ ସାଖାକୁ ଶକ୍ତ ଧକ୍କା ଦେଇଛି |ଡାଳ ଶୁଖିଗଲେ ସେ ଗଛ ନେଇ ଜାଳ କରି ବିକ୍ରି କରିବ |

ଅଦ୍ଭୁତ ଦୃଶ୍ୟ: ବାଲିକୁଦାରେ ଗଛ ଗଣ୍ଡିଟି ଫାଟି ଦିଫାଳ – ସମୀକ୍ଷା


ଏହା ମଣିଷ କୃତ |ଗଛ ଫଟେଇଦେଲେ ଗଛ ମାଲିକ ଗଛ ବିକ୍ରି କରିଦେବେ | ତାଙ୍କର ଉଦେଶ୍ୟ ପୂରଣ ହୋଇଯିବ ସେ ଶସ୍ତାରେ କିଣି ନେବେ|କେତେଦିନ ପର୍ଯ୍ୟନ୍ତ ଏମିତି ମନ୍ଦ ଉଦେଶ୍ୟରେ ମାନବ ଜାତି ଛୋଟ ଲାଭ ପାଇଁ ପରିବେଶ ନଷ୍ଟ କରିଚାଲିଥିବ, ତାହା କିଛି ଲୋକଙ୍କ ମୁହଁର ଚର୍ଚ୍ଚା ବୋଲି ଶୁଣିବାକୁ ମିଳିଛି |

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୮୪ ବର୍ଷୀୟ ବୃଦ୍ଧାଙ୍କ ୯ ମାସର ଭତ୍ତା ଟଙ୍କା ଆତ୍ମସାତ ଅଭିଯୋଗ