ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

୮୪ ବର୍ଷୀୟ ବୃଦ୍ଧାଙ୍କ ୯ ମାସର ଭତ୍ତା ଟଙ୍କା ଆତ୍ମସାତ ଅଭିଯୋଗ

୮୪ ବର୍ଷୀୟ ବୃଦ୍ଧାଙ୍କ ୯ ମାସର ଭତ୍ତା ଟଙ୍କା ଆତ୍ମସାତ ଅଭିଯୋଗ – ସମୀକ୍ଷା ଖବର

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ:

ବଲାଙ୍ଗୀର, ୦୭.୧୦.୨୦୨୬
ସରକାର ବୃଦ୍ଧ, ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ନିୟମିତ ଭତ୍ତା ପ୍ରଦାନ କରୁଛନ୍ତି। କିନ୍ତୁ ତୃଣମୂଳ ସ୍ତରରେ ଏହି ଯୋଜନାର ଟଙ୍କା ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ ପୁଣିଥରେ ସାମ୍ନାକୁ ଆସିଛି। ତୁରେକେଲା ବ୍ଲକ ଅନ୍ତର୍ଗତ କୁଇବାହାଲ ଗ୍ରାମପଞ୍ଚାୟତର ବାଞ୍ଜିପାଲି ଗାଁର ୮୪ ବର୍ଷୀୟ ବୃଦ୍ଧା ଫଗୁନି ଧାରୁଆଙ୍କ ନଅ ମାସର ଭତ୍ତା ଟଙ୍କା ପ୍ରଦାନ ନକରି ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ କୁଇବାହାଲ ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟ ସିଂ ମେହେରଙ୍କ ଭୂମିକା ନେଇ ଅଭିଯୋଗକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ଅଭିଯୋଗ ଅନୁସାରେ, ଦୀର୍ଘ ନଅ ମାସ ଧରି ଫଗୁନି ଧାରୁଆ ତାଙ୍କର ଭତ୍ତା ଟଙ୍କା ପାଇନାହାନ୍ତି। ବୟସର ଅପରାହ୍ନରେ ସରକାରଙ୍କ ଏହି ସାମାଜିକ ସୁରକ୍ଷା ଭତ୍ତା ତାଙ୍କ ପାଇଁ ଜୀବନଧାରଣର ଏକ ମୁଖ୍ୟ ଆଧାର ହୋଇଥିବା ବେଳେ ଟଙ୍କା ନମିଳିବା ଘଟଣା ତାଙ୍କୁ ଆର୍ଥିକ ଭାବେ ଅସୁବିଧାରେ ପକାଇଛି। ଏହି ଘଟଣାରେ ଭତ୍ତା ଟଙ୍କା ବାସ୍ତବରେ କାହା ମାଧ୍ୟମରେ ଉଠାଯାଇଛି, ଟଙ୍କା ପ୍ରଦାନ ସମ୍ପର୍କିତ ରେକର୍ଡରେ କ’ଣ ଉଲ୍ଲେଖ ରହିଛି ଏବଂ ନଅ ମାସର ଭତ୍ତା କାହିଁକି ବୃଦ୍ଧାଙ୍କୁ ମିଳିନାହିଁ—ତାହାର ନିରପେକ୍ଷ ତଦନ୍ତ ଜରୁରୀ ବୋଲି ଦାବି ହୋଇଛି।

୮୪ ବର୍ଷୀୟ ବୃଦ୍ଧାଙ୍କ ୯ ମାସର ଭତ୍ତା ଟଙ୍କା ଆତ୍ମସାତ ଅଭିଯୋଗ – ସମୀକ୍ଷା


ଅନ୍ୟପକ୍ଷରେ, ଏପରି ଗୁରୁତର ଅଭିଯୋଗ ସତ୍ତ୍ୱେ ତୁରେକେଲା ବ୍ଲକ ପ୍ରଶାସନ ଘଟଣାକୁ କିପରି ଗ୍ରହଣ କରୁଛି, ତାହା ମଧ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ବିଡିଓଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ତଦନ୍ତ କରାଯାଇ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଓ ବିଭାଗୀୟ ନିୟମ ଅନୁଯାୟୀ ପଦକ୍ଷେପ ନେବା ସହ ବୃଦ୍ଧାଙ୍କ ବକେୟା ଭତ୍ତା ତୁରନ୍ତ ପ୍ରଦାନ କରାଯିବାକୁ ଦାବି ହୋଇଛି।
୮୪ ବର୍ଷୀୟ ଜଣେ ବୃଦ୍ଧାଙ୍କ ନଅ ମାସର ଭତ୍ତା ଯଦି ପ୍ରକୃତରେ ହଡ଼ପ ହୋଇଥାଏ, ତେବେ ଏହା କେବଳ ଜଣେ ହିତାଧିକାରୀଙ୍କ ଅଧିକାର ହରଣ ନୁହେଁ, ବରଂ ସାମାଜିକ ସୁରକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ମଧ୍ୟ ଗୁରୁତର ପ୍ରଶ୍ନଚିହ୍ନ। ତେଣୁ ଘଟଣାର ସ୍ୱଚ୍ଛ ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ଏବଂ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଜରୁରୀ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବ୍ୟାଙ୍କ ଅଫ୍ ଇଣ୍ଡିଆର ୮୮ତମ ଶାଖା ସାଲେପୁରରେ ଉଦଘାଟିତ