ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସହଭାଗୀ ଶିକ୍ଷା ଓ କାର୍ଯ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ

ସହଭାଗୀ ଶିକ୍ଷା ଓ କାର୍ଯ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ – ସମୀକ୍ଷା ଖବର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/କେନ୍ଦୁଝର:

ପାଟଣା ୭/୧୦ , ଗତ ୫ ଓ ୬ ତାରିଖ ଦୁଇଦିନ ଧରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଭାରତ’ କାର୍ଯ୍ୟାଳୟ ଏରେଣ୍ଡେଇ ଠାରେ ସେହାଟ ପ୍ରକଳ୍ପ ର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ କେନ୍ଦୁଝର ର ୪ ଟି ବ୍ଲକ ର ଗୋଷ୍ଠୀ ସେବା ପ୍ରଦାନକାରୀ କର୍ମୀ ଓ ହାଟ ସେବା ପ୍ରଦାନକାରୀ କର୍ମୀ ଯୋଗ ଦେଇଥିଲେ। ପ୍ରଶିକ୍ଷକ ଭାବେ ଏକଜୁଟ୍ ସଂସ୍ଥା ର ରେବତୀ ସାହୁ, ସୁମିତ୍ରା ଗାଗରାଇ, ପବିତ୍ର ମୋହନ ବିଶ୍ୱାଳ, ନିରାଶ ମହାନ୍ତ ଓ ବିବେକାନନ୍ଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ଭାରତର ପ୍ରକଳ୍ପ ସଂଯୋଜକ ଶିବନାଥ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ଅନୁଷ୍ଠାନରେ ସମ୍ପାଦକ ନବକିଶୋର ମିଶ୍ର ଯୋଗ ଦେଇଥିଲେ। ମାତୃ ଓ ଶିଶୁ ଙ୍କୁ ପ୍ରଭାବିତ କରୁଥିବା ପୋଷଣ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା କୁ ଜାଣିବା, ପ୍ରଭାବ କୁ ବିଶ୍ଳେଷଣ କରିବା ଓ ସମାଧାନ ପାଇଁ ଗୋଷ୍ଠୀର ସହାୟତା ରେ ରଣନୀତି ପ୍ରସ୍ତୁତି କରିବା ତାଲିମ ର ଉଦ୍ଦେଶ୍ୟ ଥିଲା। ଏଥିରେ କାହାଣୀ ପ୍ରସ୍ତୁତ କରିବା, ଚିତ୍ର ମାଧ୍ୟମରେ ଲୋକଙ୍କୁ କିପରି ବ୍ୟବହାରିକ ପରିବର୍ତ୍ତନ କରି ପାରିବା ସେ ବିଷୟରେ ଆଲୋଚନା ହୋଇଥିଲା। ଉନ୍ନତ ପୁଷ୍ଟିସାର ପାଇଁ ଭାରତୀୟ ଖାଦ୍ୟ ପ୍ରଣାଳୀ (ଇନଫିଉଜନ) ପ୍ରକଳ୍ପ ଏକ ଅନୁସନ୍ଧାନ ପାଇଁ ଅଧ୍ୟୟନ ଏବଂ ମୁଖ୍ୟତଃ ଏହା ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ ମେଡିସିନ ଓ ସେଫିଲ୍ଡ ବିଶ୍ୱବିଦ୍ୟାଳୟ ସହାୟତା କରୁଥିବା ବେଳେ ରାଷ୍ଟ୍ରୀୟ ପୋଷଣ ସଂସ୍ଥା, ହାଇଦ୍ରାବାଦ ପରାମର୍ଶ ଏବଂ ତଦାରଖ ଜାରି ରଖିଛନ୍ତି। ବିଶେଷକରି ଗ୍ରାମାଞ୍ଚଳ ର ସାପ୍ତାହିକ ହାଟ ର ଉନ୍ନତି ସହିତ ଗୋଷ୍ଠୀର ମା ଓ ଶିଶୁ ମାନଙ୍କର ପୋଷଣ କୁ ଉନ୍ନତି କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର କର୍ମୀ ଝରଣା ଦାଶ , ରଣଜିତ ମହାନ୍ତ, ଜ୍ୟୋତିରଞ୍ଜନ ବାରିକ୍, ଅର୍ଜୁନ ସେଠୀ ପ୍ରମୁଖ ସହଯୋଗ କରିଥିଲେ।

ସହଭାଗୀ ଶିକ୍ଷା ଓ କାର୍ଯ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାଟଣାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କେନ୍ଦୁଝର ବନଖଣ୍ଡ ଅଧିକାରୀ