ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଚାଷୀ ମାନଙ୍କ ଚିନ୍ତା ର କାରଣ ଚକଡା

ଚାଷୀ ମାନଙ୍କ ଚିନ୍ତା ର କାରଣ ଚକଡା – ସମୀକ୍ଷା ଖବର

ଅବିନାଶ ଗଡତିଆ/ବରଗଡ଼/ସମୀକ୍ଷା ନ୍ୟୁଜ :


ବରଗଡ଼ ଜିଲ୍ଲା ରେ ଚକଡା ପୋକ ଲାଗିବା ଯୋଗୁଁ ବହୁ ଚାଷୀ ମାନଙ୍କ ଚିନ୍ତା ବଢିବା ସହ ଫସଲ ନଷ୍ଟ ହେଉଛି। ଅଦିନିଆ ବର୍ଷା ହେଲେ ଚାଷୀ ମାନଙ୍କ ଫସଲ ନଷ୍ଟ ହେଲେ ସରକାର ତରଫରୁ ସହାୟତା ପ୍ରଦାନ କରାଯାଇ ଥାଏ କିନ୍ତୁ ଚକଡା ପୋକ ମଧ୍ୟ ଚାଷୀ ମାନଙ୍କ ପାଇଁ ବଡ ସମସ୍ୟା ରୂପେ ଦେଖା ଦେଲନି ଏଥିରେ କ୍ଷୟ କ୍ଷତି ହେଲେ ସରକାର ପକ୍ଷରୁ ଉଚିତ ମୂଲରେ ସହାୟତ ପ୍ରଦାନ କରାଯାଉ ନାହିଁ। ଯାହାଫଳରେ ଚାଷୀମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବରଗଡ଼ ହେଉଛି ଓଡିଶା ର ଭାତ ହାଣ୍ଡି। ସରକାର ଏହି ଚାଷୀଙ୍କୁ କିଛି ସୁବିଧା ସୁଯୋଗ ଦେବା ସହ ଚକଡା ପୋକଙ୍କୁ କେମିତି କାବୁ କରିବେ ସେ ପ୍ରତି ସଚେତନ କରାଇବା ଦରକାର। ବଜାରରେ ବହୁ ପ୍ରକାର ନକଲି ରସାୟନ ମିଳୁଛି ଅଧିକା ଲାଭ ପାଇଁ ବେପାରି ଗୁଡିକ ଭଲ କୀଟନାଶକ ରଖୁନାହାନ୍ତି। ଚାଷୀ ମାନଙ୍କ ସେ ବାବଦରେ ବେଶୀ ଜ୍ଞାନ ନଥିବା ଯୋଗୁଁ ସେମାନେ ଯାହା ବେପାରୀ ଦ୍ୱାରା ପରାମର୍ଶ ଦିଆ ଯାଉଛି ତାହା କିଣିବା ଯୋଗୁଁ ଓ ଚାଷ ଜମିରେ ପ୍ରୟୋଗ କରିବା ଦ୍ୱାରା ଚାଷୀ ମାନଙ୍କୁ କିଛି ସୁଫଳ ମିଳୁ ନାହିଁ ଜମିରେ ପ୍ରୟୋଗ କଲେ ସୁଫଳ ମିଳୁ ନାହିଁ।

ଚାଷୀ ମାନଙ୍କ ଚିନ୍ତା ର କାରଣ ଚକଡା – ସମୀକ୍ଷା

ସରକାର ଚକଡା ପୋକ ପ୍ରତି ସତର୍କତା କିମ୍ବା ସଚେତନା।କାର୍ଯ୍ୟକ୍ରମ କଲେ ଚାଷୀ ଗୁଡିକ ଉପକୃତ ହୋଇପାରନ୍ତି। ଚକଡା ପୋକ ଲାଗିଲେ ଗଛ ଗୁଡିକ ଶୁଖିଲା ଦିଶେଵା ସହ ଧାନ ଗୁଡିକ ଲାଳ କିମ୍ବା ପୋଡ଼ିଲା ଭଳିଆ ଦିଶି ଥାଏ। ଅତ୍ୟଧିକ ରସାୟନ ବ୍ୟବହାର କରିବା ଚକଡା ପୋକ ବୃଦ୍ଧି ହେବାର ମୁଖ୍ୟ କାରଣ। ବିଲ ଗୁଡିକରେ ପବନ ଓ ଆଲୋକ ପ୍ରବେଶ ନ କରିବା ଦ୍ୱାରା ଚକଡା ପୋକ ଶିଘ୍ର ବ୍ୟାପି ଥାଏ। ଚାଷ ଜମିରେ ପାଖା ପାଖି ଧାନ ନ ବୁଣି କିଛି ଦୂରତା ରଖିବା ଉଚିତ । ଉପଯୁକ୍ତ ପରିମାଣ ର କୀଟନାଶକ ବ୍ୟବହାର କରିବା ଦ୍ୱାରା । ଚକଡା ପୋକର ସମଧାନ ହୋଇଥାଏ। ଏହା ସହ ଚାଷୀ ମାନଙ୍କୁ ଫସଲ ବୀମା ବିଷୟରେ ଅବଗତ ହେବା ଆବଶ୍ୟକ। ଚକଡା ଦେଖିଲେ କୃଷି ବିଶେଷଜ୍ଞ କଂର ପରାମର୍ଶ ନେବା ଉଚିତ। ଏହି ସବୁ ନୀତି ଅଵଲମ୍ବନ କଲେ ଆମେ ଚକଡା ପୋକ ଜନିତ ସମସ୍ୟରୁ ରକ୍ଷା ପାଇ ପାରିବ।।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଓସ୍କାର ବିଜେତା ଇଭା ମାରି ସେଣ୍ଟ ୧୦୨ ବର୍ଷ ବୟସରେ ପରଲୋକ