ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଖଡ଼ିଆଳ କଂଗ୍ରେସ ତରଫରୁ ଓଡିଶା ବନ୍ଦ ପାଳନ

ଖଡ଼ିଆଳ କଂଗ୍ରେସ ତରଫରୁ ଓଡିଶା ବନ୍ଦ ପାଳନ – ସମୀକ୍ଷା ଖବର

ଦେବେଶ ହୋତା/ବିଶେଷ ପ୍ରତିନିଧି/ସମୀକ୍ଷା ନ୍ୟୁଜ :

ନୂଆପଡା ଜ଼ିଲ୍ଲା: ୦୮-୧୦-୨୬ କଂଗ୍ରେସ କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ଆଜି ଓଡିଶା ବନ୍ଦ ପାଳନ କରାଯାଉଥିବା ବେଳେ, ଏହାର ପ୍ରଭାବ ନୂଆପଡା ଜ଼ିଲ୍ଲା ରେ ମଧ୍ୟ ଦେଖାଦେଇଛି। ନୂଆପଡା ଜ଼ିଲ୍ଲା ସଦର ମହୁକମା ସ୍ଥିତ ଏକତା ଛକ,ଖଡ଼ିଆଳ ଆମ୍ବେଦକର ଛକ ବୋଡେ଼ନ ବସ ଷ୍ଟାଣ୍ଡ,ସିନାପାଲି ବସ ଷ୍ଟାଣ୍ଡ କୋମନା ବସ ଷ୍ଟାଣ୍ଡ ପାଖରେ କଂଗ୍ରେସ ନେତା କର୍ମି ମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପିକେଟିଙ୍ଗ କରି ରାଜ୍ୟ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ଗର୍ଜିଛନ୍ତି। MMDR act କୁ ତୁରନ୍ତ ସରକାର ପ୍ରତ୍ୟାର ପ୍ରତ୍ୟାହାର କରନ୍ତୁ, CEO ଜ୍ଞାନେଶ କୁମାର ଙ୍କ ଇସ୍ତଫା ଦାବି କରିବା ସହିତ ଓଡିଶା ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି କରିଛନ୍ତି।

ଖଡ଼ିଆଳ କଂଗ୍ରେସ ତରଫରୁ ଓଡିଶା ବନ୍ଦ ପାଳନ – ସମୀକ୍ଷା

ଏହା ସହିତ ଓଡିଶା ର ବନ୍ୟା ବିପନ୍ନ ଙ୍କୁ ସହାୟତା ତୁରନ୍ତ ଯୋଗାଇବା ସହିତ UPI ଅତିରିକ୍ତ GST ଫିଜ କୁ ପ୍ରତ୍ୟାହାର କରିବା ପାଇଁ ଆଜି କଂଗ୍ରେସ ବିକ୍ଷୋଭ କାରି ମାନେ ରାଜ ରାସ୍ତାକୁ ଓଲ୍ହାଇ ନୂଆପଡା ଜ଼ିଲ୍ଲା ବ୍ୟାପି ବନ୍ଦ ପାଳନ କରିଛନ୍ତି। ବନ୍ଦ ପାଳନ ସକାଳ 6 ଘଣ୍ଟାରୁ ସନ୍ଧ୍ୟା 6 ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି କଂଗ୍ରେସ ବିକ୍ଷୋଭ କାରିମାନେ ଚେତାବନୀ ଦେଇଛନ୍ତି। ଏନେଇ ନୂଆପଡା ଜ଼ିଲ୍ଲା ବ୍ୟାପି ଦୋକାନ ବଜାର ଗାଡି ମୋଟର ସରକାରୀ ବେସରକାରୀ ଶିକ୍ଷା ନୁଷ୍ଠାନ ବ୍ୟବସାୟୀ ପ୍ରତିଷ୍ଠାନ ସମ୍ପୂର୍ଣ ଠପ ହୋଇ ପଡିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଚାଷୀ ମାନଙ୍କ ଚିନ୍ତା ର କାରଣ ଚକଡା