ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ୮। ୧୦
ବରଗଡ଼ ଜିଲ୍ଲା ଓଡ଼ିଶାର ଭାତ ହାଣ୍ଡି ଭାବେ ପରିଚିତ। ରାଜ୍ୟର ମୋଟ ଧାନ ସଂଗ୍ରହର ୨୦%ଧାନ କେବଳ ବରଗଡ଼ ଜିଲ୍ଲାରୁ ସଂଗ୍ରହ ହୋଇଥାଏ। ହେଲେ ଜିଲ୍ଲାର ଚାଷ ଓ ଚାଷୀମାନଙ୍କ ସମସ୍ୟା ବୁଝିବା ପାଇଁ କେବଳ ଆଶ୍ୱାସନା ଛଡା କାହାରି ଦରଦ ନାହିଁ। ଚଳିତ ବର୍ଷ ବିଶ୍ୱ ପାଣିପାଗ ବିଭାଗ ତରଫରୁ ବ୍ୟସ୍ୱିକ ବିପର୍ଯୟ ଆସିବାର ସତର୍କ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଉପରେ କୌଣସି ପ୍ରଭାବ ପଡ଼ିନଥିବା ଅନୁମାନ ହେଉଥିବା ବେଳେ କୃଷି ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ନିଦ୍ରିତ ଫଳସ୍ୱରୂପ ଜିଲ୍ଲାର ଅନେକ ସ୍ଥାନରେ ଅଜଣା ରୋଗପୋକ କାରଣରୁ ଧାନ ଫସଲ ଲାଲ ହୋଇ ପଚିସଢ଼ି ନଷ୍ଟ ହେବାକୁ ବସିଲାଣି। ଗତ ଜନ ଶୁଣାଣି ସମୟରେ ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ଏହି ପ୍ରସଙ୍ଗ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ଗଭୀର ଅଭିଯୋଗ ରଖିଛି ।

ଯାହା ଦ୍ୱାରା ଆଜି ଜିଲ୍ଲାର ଅନେକାଂଶରେ ଫସଲ ନଷ୍ଟ ଚିତ୍ର ଦେଖିବାକୁ ମିଳୁଛି। ଏଣୁ ଆମର ଦାବୀ ଏହାର ସମାଧାନ ପାଇଁ ପାଞ୍ଚ ଦଫା ଦାବୀ ପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି। ଦାବୀ ମାନଙ୍କ ମଧ୍ୟରେ ଧାନ ଚାଷରେ ଲାଗିଥିବା ଅଜଣା ରୋଗପୋକ ବିଷୟରେ ସନ୍ଧାନ କରାଯାଉ। ଏବଂ ୩୩% ରୁ ଉର୍ଦ୍ଧ୍ୱ ଧାନ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ବୀମା ଓ ଇନପୁଟ ସଵସିଡି ତୁରନ୍ତ ଯୋଗାଇ ଦିଆଯାଉ।ଅଜଣା ରୋଗପୋକ ଦ୍ୱାରା ପ୍ରଭାବିତ ଚାଷକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ। ଯେହେତୁ କୃଷି ଅର୍ଥ ନୀତି ବା ସର୍ବାଧିକ ଚାଷ ଉପରେ ନିର୍ଭର କରୁଥିବାରୁ ଆବଶ୍ୟକ କୃଷି ବିଭାଗରେ କର୍ମ ଚାରି ଅଭାବରୁ ବିଭିନ୍ନ ସମୟରେ ଚାଷ ଏବଂ ଚାଷୀ ଅବହେଳିତ ହେଉଛନ୍ତି ଏଣୁ ଆବଶ୍ୟକ ମୁତାବକ କର୍ମଚାରୀ ଦିଆଯାଉ ଏବଂ ଯେଉଁ କର୍ମଚାରୀ ମାନେ ଦାଇତ୍ୱରେ ଅବହେଳା କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ବୋଲି ଡେପୁଟି କଲେକ୍ଟର ସୁମତି ପଣ୍ଡାକୁ ଦାବିପତ୍ର ଦେଇଛନ୍ତି। ପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଲୋଚନା ମୁତାବକ ପ୍ରଭାବିତ ଚାଷୀଙ୍କୁ ତାଙ୍କର କ୍ଷତିର ଆଇନ ଅନୁସାରେ କ୍ଷତିପୂରଣ ଦିଆଯିବ ଏବଂ ଯେଉଁ ଚାଷୀମାନଙ୍କ ଏହି ପରି ଫସଲ ରୋଗ ପୋକ ଲାଗିଛନ୍ତି ସ୍ଥାନୀୟ ଗ୍ରାମସେବକ ମାନଙ୍କ ଅବଗତ କରି ତାଙ୍କର ପରାମର୍ଶ ଅନୁସାରେ ଔଷଧ ପ୍ରଯୋଗ କରନ୍ତୁ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ତପନ ମିଶ୍ର, କାରଣ ସାହୁ, ଟେକରାଜ ପଧାନ, ବିଶ୍ୱନାଥ ନାୟକ, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, କିଶୋର ସାହୁ, ରବିଶଙ୍କର ପଧାନ, ଭିଜନ ପାଢ଼ୀ,କଳାକାର ଦେହେରୀ,ମୋତିଲାଲ ମହାକୁଡ଼, ସୁଦାମ ପାତ୍ର ଏବଂ ରମେଶ ମହାପାତ୍ର ନେତୃତ୍ୱ ନେଇଥିଲେ






