ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ୦୭/୧୦
କେନ୍ଦ୍ର ସରକାର ତଥା ଭାରତୀୟ ଜନତା ପାର୍ଟି ସରକାର ର ୨୫ ବର୍ଷ ପୂର୍ତ୍ତି ଅବସରରେ ନରେନ୍ଦ୍ର ମୋଦିଙ୍କ ଜନ ସେବାର ପ୍ରେରଣା ଦାୟକ ଯାତ୍ରା ର ସ୍ମୃତି ଚାରଣ କରିବା ପାଇଁ ସେବା ସଂକଳ୍ପ ଜ୍ୟୋତି ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି ଯାତ୍ରା ରେ ନଙ୍ଗଲବୋଡ଼ ରୁ ନୂଆପଡ଼ା ପର୍ଯ୍ୟନ୍ତ ମୋଟର ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭର୍ଚୁଆଲ ମାଧ୍ୟମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କ ଉଦବୋଧନ ପରେ ଦେଶର ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷ ରେ ସେବା ଉପରେ ଉଦବୋଧନ ଦେଇଥିବା ବେଳେ ୨୦୪୭ ଭାରତ ବିକଶିତ ରାଷ୍ଟ୍ର ଗଠନ ର ସଂକଳ୍ପ ଏବଂ ଦେଶ ଏବଂ ରାଷ୍ଟ୍ର ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ।

ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମ ରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ସୁଶାସନ କାଳ ଦେଶର ଗୌରବମୟ ଅଧ୍ୟାୟ ଅଟେ ବୋଲି ପ୍ରକାଶ କରିଥିଲେ। କ୍ରମାଗତ ଭାବରେ ୨୫ ବର୍ଷ ଲୋକଙ୍କ ସେବାରେ ସଂକଳ୍ପିତ ଏହି ରାଷ୍ଟ୍ରକୁ ପ୍ରଧାନ ଭାବରେ ଜଣେ ସିଦ୍ଧି ହାସଲ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କଳାହାଣ୍ଡି ସାଂସଦ ତଥା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ଜିଲ୍ଲା ବିଜେପି ସଭାପତି କମଲେଶ ଦୀକ୍ଷିତ ଅଧ୍ୟକ୍ଷତା କରିଥିବା ବେଳେ ଅଭିନନ୍ଦନ ପଣ୍ଡା ଜିଲ୍ଲା ବିଜେପି ସାଧରଣ ସମ୍ପାଦକ, ତୁଳସ ପଟେଲ ସମ୍ପାଦକ, ସୋନିଆ ଜୈନ NAC ଅଧ୍ୟକ୍ଷା ଖରିଆରରୋଡ଼, ଜିଲ୍ଲା ପ୍ରଭାରୀ ଆର୍ତ୍ତ ଭାଇ, ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ୍ ସିଂ ମାଝୀ, ପୂର୍ବତ୍ତନ ବିଧାୟକ ହିତେଶ ବଗର୍ତ୍ତି, ଲମ୍ବୋଦର୍ ନିଆଲ, ଯଦୁମଣି ପାଣିଗ୍ରାହୀ, ସୁଶାନ୍ତ ପତି, ଅଜିତ୍ କିଶୋର ଚଲାନ, ପ୍ରସନ୍ନ ପାଢ଼ୀ, ସୁବ୍ରତ ଠାକୁର, ନିର୍ମଳକର ନିଶାନ୍ତ ଡାଗା ଭଳି ବହୁ କର୍ମୀ ସାମିଲ ହୋଇଥିଲେ। ତତ ସହିତ ଶତ୍ରୁଘ୍ନ ସ୍ୱାଇଁ, ଚନ୍ଦନ ଠାକୁର, ଲୋକନାଥ ସିନ୍ଦୁର, ଲୋକନାଥ ହୋତା, ରଞ୍ଜିତ ସିଂ ଦଣ୍ଡସେନା, ମାନସ ରଥ, ସହଦେବ ପ୍ରଧାନ ସହ ଅନେକ ବିଜେପି ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଏହି ଉପଲକ୍ଷେ ସେବା ସଂକଳ୍ପ ଜ୍ୟୋତି ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ମାନେ ସେବା ଜ୍ୟୋତିକୁ ଦୀପ ପ୍ରଜ୍ବଳନ କରିଥିଲେ।





