ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଯୁଦ୍ଧ ନୁହେଁ : ଶାନ୍ତି ଚାହୁଁ ବାର୍ତ୍ତା ନେଇ ଏକାକୀ ଶ୍ରୀକ୍ଷେତ୍ର ରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା

ଯୁଦ୍ଧ ନୁହେଁ : ଶାନ୍ତି ଚାହୁଁ ବାର୍ତ୍ତା ନେଇ ଏକାକୀ ଶ୍ରୀକ୍ଷେତ୍ର ରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୮/୧୦/୨୬

ପୁରୀ ଶ୍ରୀକ୍ଷେତ୍ରରୁ “ଯୁଦ୍ଧ ଵିରତି ଓ ବିଶ୍ଵଶାନ୍ତି” ର ବାର୍ତ୍ତା ନେଇ ମହାମହିମ ରାଷ୍ଟ୍ରପତି ଏଵଂ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସହ ଭେଟକରି ଉକ୍ତ ସନ୍ଦେଶ ପହଞ୍ଚାଇବାକୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରି ଏକାକୀ ପାଣିକୋଇଲି, ଯାଜପୁର ଶ୍ରୀପୀଠର ସାଧୁ ଶ୍ରୀ ଦେବଦତ୍ତ ରାୟ ୧୭ ଦିନ ଯାତ୍ରାରେ ଠାକୁରମୁଣ୍ଡାରେ (ମଙ୍ଗଳବାର) ସନ୍ଧ୍ୟାରେ ପହଞ୍ଚିବା ପରେ ପଦ୍ମଲୋଚନ ନନ୍ଦଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଅଭ୍ୟର୍ଥନା ଜଣାଇଥିଲେ ।

ଯୁଦ୍ଧ ନୁହେଁ : ଶାନ୍ତି ଚାହୁଁ ବାର୍ତ୍ତା ନେଇ ଏକାକୀ ଶ୍ରୀକ୍ଷେତ୍ର ରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା – ସମୀକ୍ଷା

ପଦଯାତ୍ରା ଅଭିପ୍ରାୟ ଆଲୋଚନା ସହିତ ଠାକୁରମୁଣ୍ଡାରେ ରାତ୍ରୀଯାପନ କରି ବୁଧବାର ୧୮ତମ ଦିବସରେ କରଞ୍ଜିଆ ଅଭିମୁଖେ ପଦଯାତ୍ରା ଆରମ୍ଭ କରିବା ସମୟରେ ଠାକୁରମୁଣ୍ଡା ବରିଷ୍ଠ ନାଗରିକ ମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ଦତ୍ତ ଏକ ମାନପତ୍ର ଦେଇ ଯାଇଛନ୍ତି ଏବଂ ତାଙ୍କ ଦ୍ଵାରା ନିର୍ମିତ ହେଉଥିବା ଏକ ଲକ୍ଷ୍ମୀ ଜଗନ୍ନାଥ ମନ୍ଦିର ଉଦ୍ଦେଶ୍ୟରେ ଶୁଭେଚ୍ଛା ସହଯୋଗ ନେଇ ଆଲୋଚନା କରିଛନ୍ତି । ସେ ଦିନକୁ ୩୦ କିଲୋମିଟର ଚାଲି ପାରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ସେଇ କ୍ରମରେ ବୁଧବାର କରଞ୍ଜିଆରେ ପହଁଚିବା ପରେ ତାଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନ, କରଞ୍ଜିଆ ପ୍ରେସ କ୍ଳବ ତଥା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଜଣାପଡିଛି । ବିଶ୍ୱରେ ଅଶାନ୍ତ ପରିସ୍ଥିତି ସହ ଯୁଦ୍ଧ ଲାଗିରହି ଜନଜୀବନ ପ୍ରତି ବିପଦ ଓ ସମସ୍ୟା ନେଇ ବିଭିନ୍ନ ସାଧୁଙ୍କ ବାର୍ତ୍ତା କ୍ରମେ ସେ ନିଜ ଖର୍ଚ୍ଚରେ ଶ୍ରୀକ୍ଷେତ୍ର ପୁରୀରୁ ଏକୁଟିଆ ଏହି ଶ୍ରୀଯାତ୍ରା ପଦଯାତ୍ରା କରୁଛନ୍ତି ଏବଂ ଦୁଇ ରୁ ଅଢେଇ ମାସ ମଧ୍ୟରେ ଦିଲ୍ଲୀ ପହଁଚିବା ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନୂଆପଡ଼ାରେ ଛାତ୍ର ସଂସଦ ନିର୍ବାଚନ ପ୍ରସ୍ତୁତି ବୈଠକ