ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାଇତ୍ୱ ଦେଲେ ପଶ୍ଚିମବଙ୍ଗ ସରକାର

ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାଇତ୍ୱ ଦେଲେ ପଶ୍ଚିମବଙ୍ଗ ସରକାର – ସମୀକ୍ଷା ଖବର

ସମୀକ୍ଷା ନ୍ୟୁଜ ବ୍ୟୁରୋ /ନୂଆଦିଲ୍ଲୀ:

ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗ ସରକାର ବଡ଼ ଦାୟିତ୍ୱ ଦେଇଛନ୍ତି। ଆଜି (୭ ଅକ୍ଟୋବର ୨୦୨୬)ରେ ଜାରି ସରକାରୀ ନିଯୁକ୍ତି ଅନୁସାରେ, ମିଥୁନ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ଓ ସାଂସ୍କୃତିକ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି। ବିଶେଷ କଥା ହେଉଛି, ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଛି। ନିଯୁକ୍ତି ତୁରନ୍ତ ପ୍ରଭାବରେ ଲାଗୁ ହୋଇଛି ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଦାୟିତ୍ୱ କାହିଁକି ଗୁରୁତ୍ୱପୂର୍ଣ୍ଣ?
ସୂଚନା ଓ ସାଂସ୍କୃତିକ ବିଭାଗ ସହ ରାଜ୍ୟର ସଂସ୍କୃତି, କଳା, ସିନେମା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଜଡ଼ିତ। ମିଥୁନଙ୍କର ପ୍ରାୟ ପାଞ୍ଚ ଦଶନ୍ଧିର ସିନେମା ଅଭିଜ୍ଞତା ଥିବାରୁ ଫିଲ୍ମ ଓ ସାଂସ୍କୃତିକ କ୍ଷେତ୍ରରେ ତାଙ୍କ ଅଭିଜ୍ଞତାକୁ ସରକାର ବ୍ୟବହାର କରିବାକୁ ଚାହୁଁଥିବା ଜଣାପଡ଼ୁଛି। ଫିଲ୍ମ ଶିଳ୍ପ ଉପରେ ମଧ୍ୟ ଫୋକସ ନିକଟରେ ଉତ୍ତମ କୁମାରଙ୍କ ଜନ୍ମଶତବାର୍ଷିକୀ ସମ୍ପର୍କିତ କାର୍ଯ୍ୟକ୍ରମରେ ମିଥୁନଙ୍କୁ ଆହୁରି ବଡ଼ ଭୂମିକା ଦିଆଯିବ ବୋଲି ଘୋଷଣା ହୋଇଥିଲା। ଏହାସହ ନ୍ୟୁ ଟାଉନରେ ହେବାକୁ ଥିବା ଉତ୍ତମ କୁମାର ଫିଲ୍ମ ସେଣ୍ଟର ସହ ମଧ୍ୟ ତାଙ୍କ ଭୂମିକା ଜଡ଼ିତ ହୋଇଛି। ଆସନ୍ତା କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ ପାଇଁ ଗଠିତ କମିଟିର ମୁଖ୍ୟ ଉପଦେଷ୍ଟା ଭାବେ ମଧ୍ୟ ସେ ଦାୟିତ୍ୱ ପାଇଛନ୍ତି।

ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାଇତ୍ୱ ଦେଲେ ପଶ୍ଚିମବଙ୍ଗ ସରକାର – ସମୀକ୍ଷା

ରାଜନୈତିକ ପୃଷ୍ଠଭୂମି
ମିଥୁନ ୨୦୨୧ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ପଶ୍ଚିମବଙ୍ଗରେ ଦଳର ଜଣେ ପ୍ରମୁଖ ପ୍ରଚାରକ ଭାବେ ରହିଆସିଛନ୍ତି। ତାଙ୍କର ପୂର୍ବରୁ ତୃଣମୂଳ କଂଗ୍ରେସ ସହ ମଧ୍ୟ ରାଜନୈତିକ ସମ୍ପର୍କ ଥିଲା ଏବଂ ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ। ମିଥୁନ ଚକ୍ରବର୍ତ୍ତୀଙ୍କ ନୂଆ ଦାୟିତ୍ୱ କେବଳ ଏକ ସମ୍ମାନଜନକ ପଦ ନୁହେଁ; କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ସହ ସୂଚନା ଓ ସାଂସ୍କୃତିକ କ୍ଷେତ୍ରରେ ସରକାରଙ୍କୁ ପରାମର୍ଶ ଦେବା ତାଙ୍କର ମୁଖ୍ୟ ଭୂମିକା ହେବ। ତେବେ ତାଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ଷେତ୍ର ନେଇ ଆହୁରି ସ୍ପଷ୍ଟତା ପରବର୍ତ୍ତୀ ସମୟରେ ଆସିପାରେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଇରାନରେ ମୁଦ୍ରାସ୍ଫୀତି ୩ ଶହ ପ୍ରତିଶତ ଛୁଇଁଲା: ନା ଅର୍ଥନୀତି ଅଛି ନା ତେଲ, ମନ୍ତ୍ରୀ ଦେଲେଣି ଇସ୍ତଫା, ଟ୍ରମ୍ପଙ୍କ ମନ୍ତବ୍ୟ