ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଗଞ୍ଜାମ ଖୋର୍ଦ୍ଧା ମାଲକାନଗିରି

ନୂଆପଡ଼ାରେ ଉଠାଜଳ ସେଚନ ଓ ବିଦ୍ୟୁତୀକରଣ କାର୍ଯ୍ୟର ସମୀକ୍ଷା

ନୂଆପଡ଼ାରେ ଉଠାଜଳ ସେଚନ ଓ ବିଦ୍ୟୁତୀକରଣ କାର୍ଯ୍ୟର ସମୀକ୍ଷା – ସମୀକ୍ଷା ଖବର

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ:
ନୂଆପଡ଼ା, ୦୮/୧୦: ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଉଠାଜଳ ସେଚନ ଓ ବିଦ୍ୟୁତ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉଭୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ। ଏହି ବୈଠକରେ ଜିଲ୍ଲାରେ ଉଠାଜଳ ସେଚନ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ବିଦ୍ୟୁତୀକରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ୨୦୨୬ ମସିହାରେ ଡ୍ରିଲିଂ କରାଯାଇଥିବା ୧,୦୬୪ଟି କ୍ଲଷ୍ଟର ବୋରୱେଲ୍ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୩୫ଟି ବୋରୱେଲ୍‌ର ବିଦ୍ୟୁତୀକରଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟରେ ଟାଟା ପାୱାର ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉଛି। ଏଥିସହ ଜିଲ୍ଲା ପାଇଁ ଆଉ ୧୦୬ଟି ନୂତନ ଗୋଷ୍ଠୀ ଉଠାଜଳ ସେଚନ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସ୍କ୍ରିନିଂ କମିଟି (SLSC) ଅନୁମୋଦନ କରିଛି। ଏହି ୧୦୬ଟି ନୂତନ ପ୍ରକଳ୍ପ ସହିତ ୬୬ଟି ବନ୍ଦ ଗୋଷ୍ଠୀ ଉଠାଜଳ ସେଚନ ପ୍ରକଳ୍ପର ପୁନରୁଦ୍ଧାର ଏବଂ ୯୩ଟି ଚାଲୁଥିବା ପ୍ରକଳ୍ପର ଆବଶ୍ୟକ ମରାମତି ଓ ସୁଦୃଢ଼ୀକରଣ କାର୍ଯ୍ୟ ପାଇଁ ଚଳିତ ମାସରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ। ଡିସେମ୍ବର ସୁଦ୍ଧା ଏହି ସମସ୍ତ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ନୂଆପଡ଼ାରେ ଉଠାଜଳ ସେଚନ ଓ ବିଦ୍ୟୁତୀକରଣ କାର୍ଯ୍ୟର ସମୀକ୍ଷା – ସମୀକ୍ଷା


ଉକ୍ତ ବୈଠକ ଶେଷରେ ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ୍ (OLIC) ପକ୍ଷରୁ ବିଭାଗର ବିଭିନ୍ନ ସଫଳତା ଓ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କିତ ‘Success Story’ ପ୍ରଦର୍ଶିତ କରାଯାଇଥିଲା।
ଜିଲ୍ଲାପାଳ ଶ୍ରୀ ଦାଶ ଉଠାଜଳ ସେଚନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଓ ବିଦ୍ୟୁତୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବିଭାଗୀୟ ଅଧିକାରୀମାନେ ପରସ୍ପର ମଧ୍ୟରେ ଉତ୍ତମ ସମନ୍ୱୟ ରଖି ସମୟବଦ୍ଧ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସିବିଆଇ ପଞ୍ଝାରେ ନୂଆପଡା ଏକଲବ୍ୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଲାଞ୍ଚ ନେବାବେଳେ ଧରା ପଡିଲେ