ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଗଞ୍ଜାମ ଖୋର୍ଦ୍ଧା ପୁରୀ

ପ୍ରବଳ ମଲ୍ଲିକଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ପ୍ରବଳ ମଲ୍ଲିକଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ – ସମୀକ୍ଷା ଖବର

ଶିଳ୍ପୀଙ୍କ ସୁନ୍ଦର ଭୁଦୃଷ୍ୟ ଚିତ୍ର ଓ କାନଭାସ ଚିତ୍ରକଳା ଦର୍ଶକଙ୍କ ମନକୁ ମୋହିଲା

ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର:

ପ୍ରବଳ ମଲ୍ଲିକଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ – ସମୀକ୍ଷା

ଭୁବନେଶ୍ୱର,୦୯/୧୦/୨୬- ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ର ଆର୍ଟ ଗ୍ୟାଲେରୀରେ ଉଦ୍ଘାଟିତ ହୋଇଯାଇଛି ଶିଳ୍ପୀ ପ୍ରବଳ ମଲ୍ଲିକଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ।ପ୍ରଦର୍ଶନୀକୁ ଶିଳ୍ପୀଙ୍କ ବାପା ତଥା ପ୍ରେରଣା ଦାତା ଗୋଲକ ବିହାରୀ ମଲ୍ଲିକ ଓ ମା ପ୍ରଭାସିନୀ ମଲ୍ଲିକ, ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ,ଶିଶିର କୁମାର ଦାସ,ଲଳିତ କଳା ଏକାଡେମୀର କର୍ମକର୍ତ୍ତା ଓ ଶିଳ୍ପୀ ବନ୍ଧୁ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ।ଉପସ୍ଥିତ ଅତିଥି ମାନେ ଶିଳ୍ପୀଙ୍କ କଳାକୃତିର ଭୂୟସୀ ପ୍ରଶଂସା କରିଥିଲେ।ଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ସୁନ୍ଦର ସୁନ୍ଦର ଭୂଦୃଷ୍ୟ ଚିତ୍ର,ମୁଖାକୃତି ଓ ନାରୀ ମନୋସ୍ତତ୍ଵ ଉପରେ ଆଧାରିତ ଚିତ୍ରକଳା ଗୁଡ଼ିକ ଉପସ୍ଥିତ ବରିଷ୍ଠ ଶିଳ୍ପୀ ଓ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା। ଏହି ଅବସରରେ ଅନେକ ବରିଷ୍ଠ ଓ ଯୁବ ଶିଳ୍ପୀ ତଥା କଳାପ୍ରେମୀ ପ୍ରଦର୍ଶନୀ ବୁଲି ଦେଖିଥିଲେ।ଏହି ପ୍ରଦର୍ଶନୀ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ପ୍ରବଳ ମଲ୍ଲିକଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଟାଟା ପାୱାର ଠିକା କର୍ମଚାରୀଙ୍କ ଛଟେଇକୁ ବିରୋଧ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା, ସି.ଇ.ଓ.ଙ୍କ କୁଶପୁତ୍ତଳିକା ଦାହ