ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଟାଟା ପାୱାର ଠିକା କର୍ମଚାରୀଙ୍କ ଛଟେଇକୁ ବିରୋଧ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା, ସି.ଇ.ଓ.ଙ୍କ କୁଶପୁତ୍ତଳିକା ଦାହ

ଟାଟା ପାୱାର ଠିକା କର୍ମଚାରୀଙ୍କ ଛଟେଇକୁ ବିରୋଧ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା, ସି.ଇ.ଓ.ଙ୍କ କୁଶପୁତ୍ତଳିକା ଦାହ – ସମୀକ୍ଷା ଖବର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋର୍ଦ୍ଧା, ୯/୧୦:ଦୀର୍ଘ ୧୫ରୁ ୨୦ ବର୍ଷ ଧରି ବିଦ୍ୟୁତ ବିଭାଗରେ କାର୍ଯ୍ୟ କରି ଆସୁଥିବା ଠିକା କର୍ମଚାରୀଙ୍କୁ ବାରମ୍ବାର ଛଟେଇ କରାଯାଉଥିବା ଅଭିଯୋଗରେ ଶୁକ୍ରବାର ଖୋର୍ଦ୍ଧାରେ ପ୍ରତିବାଦ ଦେଖିବାକୁ ମିଳିଛି। ଛଟେଇ ବନ୍ଦ କରିବା ସହ ନିଯୁକ୍ତିର ସୁରକ୍ଷା ଓ ଦୀର୍ଘବର୍ଷର ସେବାକୁ ଗୁରୁତ୍ୱ ଦେବା ଦାବିରେ ଠିକା କର୍ମଚାରୀମାନେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ। ପରେ ସେମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଜାନନ କାଲେଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ ଜଣାଇଥିଲେ।
ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧା ବିଦ୍ୟୁତ ଡିଭିଜନ ଅଧୀନରେ ଥିବା ୧୮ଟି ସେକ୍ସନରେ ବହୁ ଠିକା କର୍ମଚାରୀ ଦୀର୍ଘବର୍ଷ ଧରି ବିଦ୍ୟୁତ ସେବା ଯୋଗାଇ ଆସୁଛନ୍ତି। ଏଥିରେ ଲାଇନମ୍ୟାନ୍‌, ମିଟର ରିଡର୍‌, ବିଲ କଲେକ୍ଟର ଓ ଏମ୍‌.ଏମ୍‌.ଜି. କର୍ମଚାରୀ ସାମିଲ ଅଛନ୍ତି। ବିଦ୍ୟୁତ ବିତରଣ, ମିଟର ରିଡିଂ, ବିଲ ସଂଗ୍ରହ ଓ ଅନ୍ୟାନ୍ୟ ଦାୟିତ୍ୱ ତୁଲାଇବାରେ ଏହି କର୍ମଚାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଦୀର୍ଘ ୧୫ରୁ ୨୦ ବର୍ଷର କାର୍ଯ୍ୟ ଅଭିଜ୍ଞତା ସତ୍ତ୍ୱେ ସେମାନଙ୍କ ନିଯୁକ୍ତି ସୁରକ୍ଷିତ ହୋଇପାରୁ ନଥିବା ଏବଂ ପ୍ରତିବର୍ଷ ଛଟେଇ ଆଶଙ୍କା ଲାଗି ରହୁଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।
କର୍ମଚାରୀଙ୍କ କହିବା ଅନୁଯାୟୀ, ବର୍ଷବର୍ଷ ଧରି ବିଦ୍ୟୁତ ବିଭାଗରେ କାମ କରିବା ପରେ ମଧ୍ୟ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି। ଛଟେଇ ଯୋଗୁଁ ରୋଜଗାର ହରାଇବାକୁ ପଡ଼ୁଥିବାରୁ ପରିବାର ପ୍ରତିପୋଷଣ, ପିଲାଙ୍କ ପାଠପଢ଼ା ଓ ଦୈନନ୍ଦିନ ଖର୍ଚ୍ଚ ତୁଲାଇବାରେ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘବର୍ଷର ଅଭିଜ୍ଞତା ଓ ସେବାକୁ ଅଣଦେଖା କରି ଛଟେଇ କରାଯିବା ଦ୍ୱାରା ସେମାନଙ୍କ ଜୀବିକା ପ୍ରଭାବିତ ହେଉଥିବା ସେମାନେ କହିଛନ୍ତି।

ଟାଟା ପାୱାର ଠିକା କର୍ମଚାରୀଙ୍କ ଛଟେଇକୁ ବିରୋଧ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା, ସି.ଇ.ଓ.ଙ୍କ କୁଶପୁତ୍ତଳିକା ଦାହ – ସମୀକ୍ଷା


ଏହି ପରିପ୍ରେକ୍ଷୀରେ ଠିକା କର୍ମଚାରୀମାନେ ଛଟେଇ ବନ୍ଦ କରିବା, ନିଯୁକ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଦୀର୍ଘବର୍ଷ ଧରି କାର୍ଯ୍ୟରତ କର୍ମଚାରୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି। ଏଥିସହ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଦ୍ୟୁତ ବିତରଣ କମ୍ପାନୀ କର୍ତ୍ତୃପକ୍ଷ ଏହି ମାମଲାରେ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି।
ଠିକା କର୍ମଚାରୀଙ୍କ ଏହି ଆନ୍ଦୋଳନ ପରେ ଛଟେଇ ସମସ୍ୟାର ସମାଧାନ ଓ ନିଯୁକ୍ତି ସୁରକ୍ଷା ଦିଗରେ ଜିଲ୍ଲା ପ୍ରଶାସନ ଏବଂ ଟିପିସିଓଡିଏଲ୍‌ କର୍ତ୍ତୃପକ୍ଷ କି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାରାଦୀପ ମହାବିଦ୍ୟାଳୟରରେ ବିଭିନ୍ନ ଦଳ ତରଫରୁ ପ୍ରାର୍ଥୀପତ୍ର ଦାଖଲ