ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:
ପାରାଦୀପ ହିନ୍ଦ ମଜଦୁର ସଭା ଅନୁବନ୍ଧିତ ଶ୍ରମିକ ସଂଗଠନ ପାରାଦୀପ ଫସଫେଟ୍ସ ମଜଦୁର ୟୁନିୟନ ର ଏକ ସାଧାରଣ ପରିଷଦ ବୈଠକ ସଂଘର ବରିଷ୍ଠ ଉପସଭାପତି ତଥା ଆଇନଜୀବୀ ଅମୃତ ଦାସଙ୍କ ଅଧ୍ୟକ୍ଷତା ରେ ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପାରାଦୀପ ଫସଫେଟ୍ସ ମଜଦୁର ୟୁନିୟନ ର ସଭାପତି ତଥା ବିଜେପି ଜିଲ୍ଲା ସଭାପତି ଏବଂ ପାରାଦୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ୟୁନିୟନ ର ଅନ୍ୟତମ ଉପସଭାପତି ତଥା ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଖଟୁଆ, ଶ୍ରମିକ ନେତା ଅନନ୍ତ କୁମାର ଦାସ, ନୀଳକଣ୍ଠ ଦେ, ପ୍ରତାପ ହଜାରୀ, ଅନୟ କୁମାର ସ୍ୱାଇଁ, ଅନ୍ତର୍ଯ୍ୟାମୀ ମାର୍ଥୀ, ଦୁର୍ଗା ଚରଣ ମଲ୍ଲିକ, ପ୍ରକାଶ ଦାସ, ଗଜେନ୍ଦ୍ର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ବୈଠକରେ ଅତୀତରେ ଶ୍ରମିକ ସଂଗଠନର କାର୍ଯ୍ୟଧାରା, ସଫଳତା ଓ ବିଫଳତା ସମ୍ପର୍କରେ ଆଲୋଚନା କରାଯାଇ ଆଗାମୀ ଦିନରେ ଶ୍ରମିକ ମାନଙ୍କ ସାମୁହିକ ବିକାଶ ଉପରେ ଆଲୋକପାତ କରାଯାଇ କାର୍ଯ୍ୟ ପନ୍ଥା ସ୍ଥିର କରାଯାଇଥିଲା l ତେବେ ଶ୍ରମିକ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସଭାପତି ପ୍ରତାପ ମିଶ୍ର ଙ୍କ ବଳିଷ୍ଠ ନେତୃତ୍ୱ ପ୍ରତି ସାଧାରଣରେ ଆସ୍ଥା ପ୍ରକଟ କରାଯାଇଥିଲା l






