ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଦୁର୍ଘଟଣାରେ ପାରାଦୀପ ଲକ ଥାନା ଡ୍ରାଇଭରଙ୍କ ମୃତ୍ୟୁ : ଜଣେ ଗୁରୁତର

ଦୁର୍ଘଟଣାରେ ପାରାଦୀପ ଲକ ଥାନା ଡ୍ରାଇଭରଙ୍କ ମୃତ୍ୟୁ : ଜଣେ ଗୁରୁତର – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ପାରାଦୀପ,୧୩/୧୦ – ପାରାଦୀପ ଲକ ଥାନା ପିସିଆର ଗାଡି ଡ୍ରାଇଭର ବିକ୍ରମ ମଲ୍ଲିକ (୨୭) ଡାକ ନାମ ସଚୀନ ଙ୍କ ଗତ ସୋମବାର ରାତିରେ ଅଜଣା ଗାଡି ଧକାରେ ମୃତ୍ୟୁ ହୋଇଯାଇଛି l ଘଟଣାରୁ ପ୍ରକାଶ ଯେ ସଚୀନ ସୋମବାର ରାତିରେ ଡ୍ୟୁଟି ସାରି ନିଜ ବାଇକ ଯୋଗେ ଥାନାର ରାଇଟର ଙ୍କୁ ନେଇ ନିଜ ଗ୍ରାମ ମଙ୍ଗରାଜପୁର ଯାଉଥିବା ବେଳେ ବରେଇ ଛକ ନିକଟରେ ପଛପଟୁ ଏକ ଅଜଣା ଗାଡି ଧକା ଦେବାରୁ ବିଳମ୍ବରେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ କେଏମଏସ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଥାନା କର୍ମଚାରୀ ଙ୍କୁ ଭୁବନେଶ୍ୱର ର ଏକ ଘରୋଇ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା l ତେବେ କେଏମଏସ ରେ ଭର୍ତ୍ତି ହୋଇଥିବା ଥାନା ଡ୍ରାଇଭର ସଚୀନ ର ମୃତ୍ୟୁ ହୋଇଯାଇଛି l ମୃତ ସଚୀନ ଜଣେ ଶାନ୍ତ ଓ ସ୍ନେହୀ ଯୁବକ ଭାବେ ସାଧାରଣରେ ଜଣାଶୁଣା l

ଦୁର୍ଘଟଣାରେ ପାରାଦୀପ ଲକ ଥାନା ଡ୍ରାଇଭରଙ୍କ ମୃତ୍ୟୁ : ଜଣେ ଗୁରୁତର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ଼ରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଆୟୋଜିତ