ଗୁତିଘାଟ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ:ସୁରଭି-୨୦୨୬ ଅନୁଷ୍ଠିତ
ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ୧୪/୧୦/୨୬ ମୁରିବାହାଲ ବ୍ଲକ ଗୁତିଘାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୁତିଘାଟ ସିଆରସିସି ଲକ୍ଷ୍ମୀକାନ୍ତ ମହାନନ୍ଦଙ୍କ ସଭାପତିତ୍ୱରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହର ମୁଖ୍ୟ ଅତିଥି ଭାବେ ଗୁତିଘାଟ ସରପଞ୍ଚ ରଶ୍ମିତା ବାଗ ଯୋଗଦେଇ ପୂଜାର୍ଚନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ୱାର୍ଡ ଏସଏମସି ସଭାପତି ଉଗ୍ରସେନ ସାହୁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁତିଘାଟ ପ୍ରଧାନ ଶିକ୍ଷକ…