ଏମଭି-୬୮ ସ୍କୁଲରେ ମକ୍ ପାର୍ଲାମେଣ୍ଟ ଅନୁଷ୍ଠିତ
ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ/ମାଲକାନଗିରି:୧୪/୧୦/୨୬ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଏମଭି-୬୮ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମକ୍ ପାର୍ଲାମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତନ୍ତ୍ରର ମୂଲ୍ୟବୋଧ ଓ ସଂସଦୀୟ ପ୍ରଣାଳୀ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ସମସ୍ତ ସଦନର ଛାତ୍ରଛାତ୍ରୀ ସଂସଦର ବାସ୍ତବ ରୂପାୟନ କରିଥିଲେ ।ଛାତ୍ରଛାତ୍ରୀମାନେ ଶାସକ ଦଳ, ବିରୋଧୀ ଦଳ, ବାଚସ୍ପତି ଓ ସାଂସଦ ଭୂମିକା ଗ୍ରହଣ କରିଥିଲେ…