ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

ହୋଲି ହୋମ୍ ବୃଦ୍ଧାଶ୍ରମରେ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳନ – ସମୀକ୍ଷା ଖବର

ହୋଲି ହୋମ୍ ବୃଦ୍ଧାଶ୍ରମରେ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳନ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ସମୀକ୍ଷା ନ୍ୟୁଜ: ତା: ୦୧/୧୦/୨୦୨୬ ରିଖ ନୂଆପଡା ଜିଲ୍ଲା କୋମନା ବ୍ଲକ କୁରୁମପୁରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିନାପାଲି ସ୍ଥିତ ହୋଲି ହୋମ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବୃଦ୍ଧାଶ୍ରମର କର୍ମଚାରୀଗଣ ଓ ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ନାଲ୍ସା (ବରିଷ୍ଠ ନାଗରିକଙ୍କୁ ଆଇନ ସହାୟତା) ଯୋଜନା,…

Read More
ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ନୂଆପଡାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ – ସମୀକ୍ଷା ଖବର

ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ନୂଆପଡାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା ସମୀକ୍ଷା ନ୍ୟୁଜ : ନୂଆପଡ଼ା, ତା.02/10/2026 ନୂଆପଡା ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଭାବେ ଗଢ଼ି ତୋଳିବା ସହ ଜିଲ୍ଲାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମମୁକ୍ତ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ୦୨ ଅକ୍ଟୋବର, ଗାନ୍ଧୀ ଜୟନ୍ତୀ ଓ ସ୍ୱତନ୍ତ୍ର ଗ୍ରାମସଭା ଠାରୁ…

Read More
ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ – ସମୀକ୍ଷା ଖବର

ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର ପାଟଣା:୨/୧୦,ବିଦ୍ୟାଳୟ ପରିସରରେ ମହାସମାରୋହରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମାଳତୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନ, ଆଦର୍ଶ ଓ ଦେଶ ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା।ଏହି ଅବସରରେ କ୍ଲଷ୍ଟର ସଂଯୋଜକ ଜ୍ୟୋତିର୍ମୟ ତ୍ରିପାଠୀ, ତୁରୁମୁଙ୍ଗା କ୍ଲଷ୍ଟର ସଂଯୋଜକ ଲିପ୍ଟନ ସାହୁ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କମଳାକାନ୍ତ ପତି,…

Read More
ବିଳମ୍ବ ନକରି ବଡ଼ସାହିରେ ଜେ ଏମ ଏଫ ସି କୋର୍ଟ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ବ୍ଲକବାସୀଙ୍କ ଦାବି – ସମୀକ୍ଷା ଖବର

ବିଳମ୍ବ ନକରି ବଡ଼ସାହିରେ ଜେ ଏମ ଏଫ ସି କୋର୍ଟ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ବ୍ଲକବାସୀଙ୍କ ଦାବି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି , ୨/୧୦/୨୬ – ୩୦ଟି ପଞ୍ଚାୟତକୁ ନେଇ ସର୍ବବୃହତ ବଡ଼ସାହି ବ୍ଲକରେ ଏକ ଜେ ଏମ ଏଫ ସି କୋର୍ଟର ଆବଶ୍ୟକତା ନେଇ ବହୁବାର ଦାବି କରାଯାଇଛି । ବିଭିନ୍ନ ମହଲରୁ ବିଭିନ୍ନ ସ୍ତରରେ ବହୁବାର ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ମାତ୍ର ବଡ଼ସାହି ପ୍ରତି ସରକାରୀ ଉଦାସୀନତା କାରଣରୁ କୋର୍ଟ କାର୍ଯ୍ୟକ୍ଷମ ନହେବା ନେଇ ପୁଣି ଅଣ୍ଟା ଭିଡୁଛନ୍ତି ବ୍ଲକ ବାସୀ । ଘଟଣା ଅନୁଯାୟୀ…

Read More
ଜଗତସିଂହପୁର :ବରିଷ୍ଠ ନାଗରୀକଙ୍କ ପାଇଁ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର – ସମୀକ୍ଷା ଖବର

ଜଗତସିଂହପୁର :ବରିଷ୍ଠ ନାଗରୀକଙ୍କ ପାଇଁ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର

ଭଗବାନ ମହାନ୍ତି/ଜଗତସିଂହପୁର/ସମୀକ୍ଷା ନ୍ୟୁଜ:ଜଗତସିଂହପୁର, 01/09/2026:ଜଗତସିଂହପୁର ସାରଳା ଦାସ କଳା ଓ ସଂସ୍କୃତି ଭବନରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପଳାନହୋଇଯାଇଛି |ଜିଲା ପ୍ରଶାସନର ସାମାଜିକ ଓ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହିକାର୍ଯ୍ୟକ୍ରମରେ ପ୍ରଥମେ ପାଲା, ସ୍ୱାସ୍ଥ୍ୟ ଯାଞ୍ଚ ଶିବିର, ବରିଷ୍ଠ ନାଗରିକ ମାନଙ୍କୁ ସମର୍ଦ୍ଧନା ଜିଲ୍ଲାପାଳ, ଅଧିକ୍ଷଣ ପୋଲିସ, ବରିଷ୍ଠନାଗରିକ ସଂଘର ସଭାପତି, ଜଗତସିଂହପୁର ବିଧାୟକ ମାନେ ମିଶିକରି କରିଥିଲେ | ପ୍ରକାଶ ଥାଉକି ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବରିଷ୍ଠ ନାଗରୀକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ…

Read More
ଏଚ ଆଇ ଭି/ ଏଡ଼ସ୍ ସଚେତନତା ପାଇଁ ରେଡ଼ ରନ ପାଇଁ ମାରାଥନ ୪.୦ ଅନୁଷ୍ଠିତ – ସମୀକ୍ଷା ଖବର

ଏଚ ଆଇ ଭି/ ଏଡ଼ସ୍ ସଚେତନତା ପାଇଁ ରେଡ଼ ରନ ପାଇଁ ମାରାଥନ ୪.୦ ଅନୁଷ୍ଠିତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧ ଅକ୍ଟୋବର : ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ଏବଂ ଜିଲ୍ଲା ସ୍ବାସ୍ଥ୍ୟ ସମିତି ମିଳିତ ଆନୁକୁଲ୍ୟରେ ରେଡ୍ ରନ୍ ୪.୦ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ମାରାଥନ ରେ ୧୦ ଗୋଟି ମହାବିଦ୍ୟାଳୟର ୬୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଯୁବ…

Read More
ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା,କୁଚିଣ୍ଡାରେ ହାତୀ ଉପଦ୍ରବ ଅଳ୍ପକେ ବର୍ତ୍ତିଲେ ସପରିବାର – ସମୀକ୍ଷା ଖବର

ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା,କୁଚିଣ୍ଡାରେ ହାତୀ ଉପଦ୍ରବ ଅଳ୍ପକେ ବର୍ତ୍ତିଲେ ସପରିବାର

ମୁକେଶ କୁମାର ବେହେରା / ଭବାନୀପାଟଣା /ସମୀକ୍ଷା ନିୟୁଜ: ​କୁଚିଣ୍ଡା: ୧ | ୨୬ :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବନଖଣ୍ଡ ଅନ୍ତର୍ଗତ କୁସୁମୀ ପଞ୍ଚାୟତର ବଣ୍ଡାବହାଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ପରିବାର ଲୋକେ ଶୋଇଥିବା ଅବସ୍ଥାରେ ଏକ ଦନ୍ତା ହାତୀ ଆକ୍ରମଣ କରି ଗ୍ରାମର ଜାସେଫ କିସାନଙ୍କ ବାସଗୃହକୁ ସମ୍ପୂର୍ଣ୍ଣ ଭାଙ୍ଗି ଧୂଳିସାତ କରିଦେଇଛି। ତେବେ ଭାଗ୍ୟବଶତଃ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ​ସ୍ଥାନୀୟ ଲୋକଙ୍କ ସୂଚନା…

Read More
ଅନ୍ତର୍ଲାରେ ଏକଦିବସୀୟ ଛତୁ ଚାଷ ତାଲିମ ଶିବିର । – ସମୀକ୍ଷା ଖବର

ଅନ୍ତର୍ଲାରେ ଏକଦିବସୀୟ ଛତୁ ଚାଷ ତାଲିମ ଶିବିର ।

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଜମରତଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅନ୍ତର୍ଲା ଗ୍ରାମରେ ନାବାର୍ଡ ସହାୟତାରେ ଦେବଦତ୍ତ କ୍ଲବ ଦ୍ୱାରା ପରିଚାଳିତ ଆଦିବାସୀ ଉନ୍ନୟନ କାର୍ଯ୍ୟକ୍ରମ (WADI) ପ୍ରକଳ୍ପ ଅଧୀନରେ ଏକଦିବସୀୟ ଛତୁ ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମୀଣ ମହିଳାମାନଙ୍କୁ ପାରମ୍ପରିକ କୃଷି ସହିତ ଅନ୍ୟାନ୍ୟ ଜୀବିକା ମାଧ୍ୟମ ସହ ଯୋଡ଼ି ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଏହି ତାଲିମ ଶିବିର ଆୟୋଜନ…

Read More
ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ.. – ସମୀକ୍ଷା ଖବର

ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ..

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ନମିତା ନାୟକ ଙ୍କ ରିପୋର୍ଟ ସମୀକ୍ଷା ନିଉଜ୍ ଲାଇଭ୍: କେନ୍ଦ୍ରାପଡ଼ା, ୨ ଅକ୍ଟୋବର: କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଆଜି ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।କେନ୍ଦ୍ରାପଡ଼ା ମାନ୍ୟବର ବିଧାୟକ ଗଣେଶ୍ୱର ବେହେରା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହାତ୍ମା…

Read More
କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ୧୫୭ତମ ଗାନ୍ଧୀ ଜୟନ୍ତୀ ପାଳିତ:ନିଜର ପରିବର୍ତ୍ତନ ହିଁ ଦେଶର ପରିବର୍ତ୍ତନ – ସାଂସଦ ଶ୍ରୀ ଅନନ୍ତ ନାୟକ – ସମୀକ୍ଷା ଖବର

କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ୧୫୭ତମ ଗାନ୍ଧୀ ଜୟନ୍ତୀ ପାଳିତ:ନିଜର ପରିବର୍ତ୍ତନ ହିଁ ଦେଶର ପରିବର୍ତ୍ତନ – ସାଂସଦ ଶ୍ରୀ ଅନନ୍ତ ନାୟକ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: କେନ୍ଦୁଝର ୨/୧୦: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଦରବାର ହଲ୍‌ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା।ଏଥିରେ ମହାତ୍ମା ଗାନ୍ଧୀଙ୍କ ‘ସର୍ବଧର୍ମ ସମଭାବ’ ଓ ସଦ୍‌ଭାବନା ନୀତିକୁ…

Read More