ହରିଶଙ୍କର ମନ୍ଦିରରେ ପିଇବା ପାଣିର ଅଭାବ: ଅଭିଯୋଗ ଆଣିଛନ୍ତି ଖୋଦ୍ ଦୋକାନୀ ଓ ପର୍ଯ୍ୟଟକ
ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ: ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ପ୍ରସିଦ୍ଧ ଧାର୍ମିକ ପୀଠ ହରିଶଙ୍କର ମନ୍ଦିରକୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଏଠାରେ ପିଇବା ପାଣିର ସମସ୍ୟା ନେଇ ଅଭିଯୋଗ ଉଠିଛି। ମନ୍ଦିର ପରିସରରେ ପର୍ଯ୍ୟାପ୍ତ ଓ ସୁବ୍ୟବସ୍ଥିତ ପାନୀୟଜଳ ବ୍ୟବସ୍ଥା ନଥିବା ନେଇ ଖୋଦ୍ ଦୋକାନୀ ଓ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହରିଶଙ୍କର ହେଉଛି ବଲାଙ୍ଗୀର ଜିଲ୍ଲାର ଏକ ପ୍ରମୁଖ ଆକର୍ଷଣ। ଧାର୍ମିକ…