ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ହରିଶଙ୍କର ମନ୍ଦିରରେ ପିଇବା ପାଣିର ଅଭାବ: ଅଭିଯୋଗ ଆଣିଛନ୍ତି ଖୋଦ୍‌ ଦୋକାନୀ ଓ ପର୍ଯ୍ୟଟକ

ହରିଶଙ୍କର ମନ୍ଦିରରେ ପିଇବା ପାଣିର ଅଭାବ: ଅଭିଯୋଗ ଆଣିଛନ୍ତି ଖୋଦ୍‌ ଦୋକାନୀ ଓ ପର୍ଯ୍ୟଟକ – ସମୀକ୍ଷା
ହରିଶଙ୍କର ମନ୍ଦିରରେ ପିଇବା ପାଣିର ଅଭାବ: ଅଭିଯୋଗ ଆଣିଛନ୍ତି ଖୋଦ୍‌ ଦୋକାନୀ ଓ ପର୍ଯ୍ୟଟକ – ସମୀକ୍ଷା

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ:

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ପ୍ରସିଦ୍ଧ ଧାର୍ମିକ ପୀଠ ହରିଶଙ୍କର ମନ୍ଦିରକୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଏଠାରେ ପିଇବା ପାଣିର ସମସ୍ୟା ନେଇ ଅଭିଯୋଗ ଉଠିଛି। ମନ୍ଦିର ପରିସରରେ ପର୍ଯ୍ୟାପ୍ତ ଓ ସୁବ୍ୟବସ୍ଥିତ ପାନୀୟଜଳ ବ୍ୟବସ୍ଥା ନଥିବା ନେଇ ଖୋଦ୍‌ ଦୋକାନୀ ଓ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହରିଶଙ୍କର ହେଉଛି ବଲାଙ୍ଗୀର ଜିଲ୍ଲାର ଏକ ପ୍ରମୁଖ ଆକର୍ଷଣ। ଧାର୍ମିକ ପର୍ଯ୍ୟଟନ ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଏହି ସ୍ଥାନର ଗୁରୁତ୍ୱ ରହିଛି। ବିଶେଷକରି ପର୍ବପର୍ବାଣୀ, ଛୁଟିଦିନ ଓ ସପ୍ତାହାନ୍ତରେ ଏଠାକୁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିଥାଏ। ଏଭଳି ସ୍ଥାନରେ ପାନୀୟଜଳ ଭଳି ମୌଳିକ ସୁବିଧାର ଅଭାବ ଥିବା ଘଟଣା ପର୍ଯ୍ୟଟନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।

ହରିଶଙ୍କର ମନ୍ଦିରରେ ପିଇବା ପାଣିର ଅଭାବ: ଅଭିଯୋଗ ଆଣିଛନ୍ତି ଖୋଦ୍‌ ଦୋକାନୀ ଓ ପର୍ଯ୍ୟଟକ – ସମୀକ୍ଷା


ସ୍ଥାନୀୟ ଦୋକାନୀଙ୍କ ଅଭିଯୋଗ ଅନୁଯାୟୀ, ଦୂରଦୂରାନ୍ତରୁ ଆସୁଥିବା ଲୋକେ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ବୁଲିବା ସମୟରେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି। ଅନେକ ସମୟରେ ପର୍ଯ୍ୟଟକମାନଙ୍କୁ ବୋତଲ ପାଣି କିଣିବାକୁ ପଡ଼ୁଛି। ଗ୍ରୀଷ୍ମ ଦିନରେ ଏହି ସମସ୍ୟା ଆହୁରି ଗୁରୁତର ହେବାର ଆଶଙ୍କା ରହିଛି।
ପର୍ଯ୍ୟଟକମାନେ କହିଛନ୍ତି ଯେ, ଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀରେ ନିରାପଦ ପିଇବା ପାଣି, ଶୌଚାଳୟ, ବସିବା ସ୍ଥାନ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକ ଦାୟିତ୍ୱ। ହରିଶଙ୍କରକୁ ଅଧିକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ବିଭିନ୍ନ ଯୋଜନା ଓ ଉନ୍ନୟନ କାର୍ଯ୍ୟ ନେଇ ଆଲୋଚନା ହେଉଥିବା ବେଳେ ପିଇବା ପାଣି ଭଳି ମୌଳିକ ସମସ୍ୟା ଦୂର ନହେବା ଚିନ୍ତାର ବିଷୟ ବୋଲି ସେମାନେ କହିଛନ୍ତି।
ଏହି ସମସ୍ୟା ପ୍ରତି ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ମନ୍ଦିର ପରିସର ଓ ପର୍ଯ୍ୟଟନସ୍ଥଳୀର ବିଭିନ୍ନ ସ୍ଥାନରେ ଶୁଦ୍ଧ ପାନୀୟଜଳ ବ୍ୟବସ୍ଥା, ଜଳ ଟ୍ୟାପ୍‌ ଓ ଆବଶ୍ୟକ ହେଲେ ଜଳ ATM ସ୍ଥାପନ କରିବାକୁ ଦାବି ହୋଇଛି। ଏଥିସହ ପାଣି ବ୍ୟବସ୍ଥା ନିୟମିତ ଭାବେ ଚାଲୁଛି କି ନାହିଁ, ତାହାର ରକ୍ଷଣାବେକ୍ଷଣ ଓ ତଦାରଖ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି। ପର୍ଯ୍ୟଟନର ବିକାଶ କେବଳ ନୂଆ ନିର୍ମାଣରେ ନୁହେଁ, ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇଦେବାରେ ମଧ୍ୟ ରହିଛି। ତେଣୁ ହରିଶଙ୍କରର ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ, ତାହା ଏବେ ପ୍ରଶାସନ ପାଇଁ ବଡ଼ ପ୍ରଶ୍ନ।

ହରିଶଙ୍କର ମନ୍ଦିରରେ ପିଇବା ପାଣିର ଅଭାବ: ଅଭିଯୋଗ ଆଣିଛନ୍ତି ଖୋଦ୍‌ ଦୋକାନୀ ଓ ପର୍ଯ୍ୟଟକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସମୀକ୍ଷା ପରିବାର ତରଫରୁ ଆପଣଙ୍କୁ କୃତଜ୍ଞତା