ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା – ସମୀକ୍ଷା ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା

ବିଜୟ କୁମାର ମହାପାତ୍ର / ସମୀକ୍ଷା ନ୍ୟୁଜ/ ପିପିଲି :୧୩ା୧୦ ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ବିକ୍ରମ କେଶରୀ ସିଂହ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିବା ଅବସରରେ ଶିଶୁମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢିତୋଳିବା ଦିଗରେ ମାଆ ମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟଅତିଥି ଭାବେ ପିପିଲି ସଂକୁଳ ଶିଶୁବାଟିକା ପ୍ରମୁଖ ତନୁଶ୍ରୀ ଦାଶ ଯୋଗଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ ।…

Read More
ପିପିଲି କଲେଜ ନିର୍ବାଚନ ପାଇଁ ୨୧ ପ୍ରାର୍ଥୀପତ୍ର ଦାଖଲ – ସମୀକ୍ଷା ଖବର

ପିପିଲି କଲେଜ ନିର୍ବାଚନ ପାଇଁ ୨୧ ପ୍ରାର୍ଥୀପତ୍ର ଦାଖଲ

ବିଜୟ କୁମାର ମହାପାତ୍ର / ପିପିଲି/ସମୀକ୍ଷା ନ୍ୟୁଜ: ପିପିଲି,ତା-୯ା୧୦ ରାଜ୍ୟରେ ଦିର୍ଘ ୮ବର୍ଷ ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଅକ୍ଟୋବର୯ ତାରିଖ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିବାର ସମୟ ରହିଥିଲା ବେଳେ ଦିନ ୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଯାଂଚ ପ୍ରକ୍ରିୟା ଚାଲିଥିଲା । ଅପରାହ୍ନ ୫ଟାରେ ଚୁଡାନ୍ତ ପ୍ରାର୍ଥୀ ପତ୍ର ତାଲିକା ପ୍ରକାଶ ପାଇଛି ।…

Read More
ପୁର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକ:ଅଖଣ୍ଡ ପ୍ରଦୀପ ପୁସ୍ତକ ଉନ୍ମୋଚନ – ସମୀକ୍ଷା ଖବର

ପୁର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକ:ଅଖଣ୍ଡ ପ୍ରଦୀପ ପୁସ୍ତକ ଉନ୍ମୋଚନ

ବିଜୟ କୁମାର ମହାପାତ୍ର / ପିପିଲି/ସମୀକ୍ଷା ନିୟୁଜ: ପିପିଲି,ତା୪ା୧୦ ପିପିଲି ନିର୍ବାଚନ ମଣ୍ଡଳୀର ୭ଥର ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ୬ଷ୍ଠ ତମ ଶ୍ରାଦ୍ଧବାର୍ଷିକ ପିପିଲିସ୍ଥିତ ମାଣିକ ଗାର୍ଡେନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେଢାଖୋଲ ବିଧାୟକ ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ,ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର,ପୁର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ,ପୁର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା,ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଂଟିଆ ,କାକଟପୁର ନିର୍ବାଚନ…

Read More
ପୁରୀ_ବାଙ୍ଗିରିପୋଷି ଏକ୍ସପ୍ରେସ୍‌ ଟ୍ରେନର ନିୟମିତ ବିଳମ୍ୱ, ଅସୁରକ୍ଷିତ ଯାତ୍ରା ଓ ବିପଦ ଆଶଙ୍କା – ସମୀକ୍ଷା ଖବର

ପୁରୀ_ବାଙ୍ଗିରିପୋଷି ଏକ୍ସପ୍ରେସ୍‌ ଟ୍ରେନର ନିୟମିତ ବିଳମ୍ୱ, ଅସୁରକ୍ଷିତ ଯାତ୍ରା ଓ ବିପଦ ଆଶଙ୍କା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି /ସମୀକ୍ଷା ନ୍ୟୁଜ : ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍ (୧୨୮୯୧/୯୨)ନମ୍ବର ଟ୍ରେନ ମୟୂରଭଞ୍ଜ ସମେତ ବାଲେଶ୍ଵର ବାସୀଙ୍କ ପାଇଁ ଭୁବନେଶ୍ଵର ଓ ପୁରୀ ମଧ୍ୟରେ ଯାତାୟାତ ଓ ଯୋଗାଯୋଗର ଏକ ପ୍ରମୁଖ ରେଳସେବା ଭାବେ ପରିଚିତ । ଅନେକ ଯାତ୍ରୀ ଏହି ଟ୍ରେନକୁ ଭରସା ଓ ନିର୍ଭର କରୁଥିବା ସମୟରେ ପୁରୀରୁ ଫେରିବା ସମୟରେ ନିୟମିତ ବିଳମ୍ବକୁ ନେଇ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ବିଳମ୍ବ…

Read More
ଓଏମସି ପୁରୀ କୋଷ୍ଟାଲ ମାରାଥନ ପ୍ରୋମୋ ରନ୍ ସହ ମାଲକାନଗିରିରେ ଧୂମଧାମରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ – ସମୀକ୍ଷା ଖବର

ଓଏମସି ପୁରୀ କୋଷ୍ଟାଲ ମାରାଥନ ପ୍ରୋମୋ ରନ୍ ସହ ମାଲକାନଗିରିରେ ଧୂମଧାମରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୨୭/୦୯/୨୬ସ୍ଥାନୀୟ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ମାଲକାନଗିରିଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଉଦ୍ୟମରେ ଓଏମସି ପୁରୀ କୋଷ୍ଟାଲ ମାରାଥନ ଓଡ଼ିଶା ପ୍ରୋମୋ ରନର ଆୟୋଜନ କରାଯାଇଥିଲା। ଏହି ଦୌଡ଼ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରୁ ଆରମ୍ଭ ହୋଇ ପ୍ରସିଦ୍ଧ ମଲ୍ଲିକେଶ୍ୱର ଶିବ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।…

Read More
ପିପିଲି ବିଧାୟକ ଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର ଓ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ – ସମୀକ୍ଷା ଖବର

ପିପିଲି ବିଧାୟକ ଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର ଓ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି : ପିପିଲି,ତା ୨୩।୯ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ର ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଶୁଭ ଜନ୍ମଦିନ ମଙ୍ଗଳବାର ଦିନ ତେଇଶିପୁର ନିକଟସ୍ଥ ରାଞ୍ଚ ହୋଟେଲରେ ପାଳନ କରାଯାଇଛି ।ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ସ୍ୱେଚ୍ଛାକୃତ ୧୨୮ଜଣ ରକ୍ତଦାନ କରିଥିଲେ । ଶୁଭ ଜନ୍ମଦିନ ଉପଲକ୍ଷେ ଡେଲାଙ୍ଗ ପିପିଲି ବ୍ଲକ ର ୧୧୧ ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ବିଧାୟକ…

Read More
ନଦୀ ରୁ ଜଣେ ଯୁବକ ର ମୃତୁ ଶରୀର ଉଦ୍ଧାର ଅନ୍ୟ ଜଣେ ନିଖୋଜ – ସମୀକ୍ଷା ଖବର

ନଦୀ ରୁ ଜଣେ ଯୁବକ ର ମୃତୁ ଶରୀର ଉଦ୍ଧାର ଅନ୍ୟ ଜଣେ ନିଖୋଜ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ପିପିଲି -ପିପିଲି ଥାନା ଅନ୍ତର୍ଗତ ମଠସାହି ଦୟା ନଦୀର ତୋଟା ପଡା ଘାଟ ନିକଟରେ ଜଣେ ୧୮ବର୍ଷର ଯୁବକ ର ମୃତ୍ୟୁ ଶରୀରକୁ ପିପିଲି ପୋଲିସ ଉଦ୍ଧାର କରିଛି। କିଛି ଦୂର ନିକଟରେ ଏକ କଳା ରଙ୍ଗର ସ୍କୁଟି ଗାଡି ରହିଥିବା ବେଳେ ସେଠାରେ ଆଇ କାର୍ଡ, ପ୍ୟାଣ୍ଟ, ଜୋତା, ଆଧାର କାର୍ଡ କୁ ପୋଲିସ ଜବତ କରିଛି। ମୃତକ ଙ୍କ ନାମ ଅବଦୁଲ ଅଜିଜ (୧୮)…

Read More
ଗଣେଶ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ ଷଡାଙ୍ଗୋଇରେ ଉତ୍ତେଜନା – ସମୀକ୍ଷା ଖବର

ଗଣେଶ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ ଷଡାଙ୍ଗୋଇରେ ଉତ୍ତେଜନା

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ଡେଲାଙ୍ଗ,ତା୨୧।୯(ପିଏନଏସ) ଡେଲାଙ୍ଗ ଥାନା ଚାଇଁପୁର ପଂଚାୟତ ଅନ୍ତର୍ଗତ ଷଡାଙ୍ଗୋଇ ଗ୍ରାମରେ ଗଣେଶ ମୂର୍ତ୍ତି ଭାଷାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଉଭୟ ଗୋଷ୍ଠୀରୁ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମଧ୍ୟରେ ଶିବୁନା ରାଉତ, ରଘୁନାଥ ରାଉତ ଏବଂ ଜଣେ ଛାତ୍ର ରହିଥିବା ଅନ୍ୟ ଏକ ଗୋଷ୍ଠୀର ଦେବକିଶୋର ପରିଡା ଙ୍କ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଛି। ସମସ୍ତ ଆହତ ମେଡିକାଲ ରେ ଚିକିତ୍ସା ହେଉଛନ୍ତି…

Read More
ପିପିଲି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଶୁଣାଣି ଶିବିର – ସମୀକ୍ଷା ଖବର

ପିପିଲି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଶୁଣାଣି ଶିବିର

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ପିପିଲି,ତା୨୧ା୯ ପିପିଲି ବ୍ଲକର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଭାଗ ସୁଶାନ୍ତ କୁମାର ପତିଙ୍କ ସଭାପତିତ୍ୱରେ ଉପଜିଲ୍ଲାପାଳ ରାଜକିଶୋର ଜେନା ,ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ସଞ୍ଜୁ ଦାଶ,ପିପିଲି ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ, ପିପିଲି ଏସଡିପିଓ ଦେବାଶିଷ ମିଶ୍ର, ବିଡିଓ ସରୋଜ କୁମାର ରାଉତ, ବ୍ଲକ ଅଧ୍ୟକ୍ଷା ଦେବସ୍ୱିନି ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ ,ଜିଲ୍ଲାପରିଷଦ ଧରଣିଧର…

Read More
ମୋରମ ଓ ମାଙ୍କଡା ପଥର ଚୋରାଚାଳଣ ବନ୍ଦକୁ ନେଇ ତେଜିଲା ବିବାଦଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂର୍ଘଷ ଉଭୟ ପକ୍ଷରୁ ୧୨ଆହତ – ସମୀକ୍ଷା ଖବର

ମୋରମ ଓ ମାଙ୍କଡା ପଥର ଚୋରାଚାଳଣ ବନ୍ଦକୁ ନେଇ ତେଜିଲା ବିବାଦଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂର୍ଘଷ ଉଭୟ ପକ୍ଷରୁ ୧୨ଆହତ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ଡେଲାଙ୍ଗ,ତା୨୧ା୯ ଡେଲାଙ୍ଗ ଥାନା ରେଙ୍ଗଳ ପଂଚାୟତ ଅର୍ନ୍ତଗତ ଝାରପଡା ଗ୍ରାମରେ ବେଆଇନ ମୋରମ ଓ ମାଙ୍କଡା ପଥର ଚୋରା ଚାଳଣ ବନ୍ଦ କରିବା ଦାବୀରେ ତେଜିଲା ବିବାଦ । ରବିବାର ରାତିରେ ଝାରପଡା ଗ୍ରାମରେ ଦୁଇ ସାହି ମଧ୍ୟରେ ମାରପିଟ ଭଳି ଘଟଣା ଘଟି ଗୋଷ୍ଠୀ ସଂର୍ଘଷ ଘଟିଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଟେକା ପଥର ମାଡ,ଠେଙ୍ଗା କଟୁରୀ ଓ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ବେଳେ…

Read More