ପ୍ରଦୀପ ଜିତ /ସମୀକ୍ଷା ନ୍ୟଜ /ବଣାଇ /ସୁନ୍ଦରଗଡ଼ :
ଜିଲ୍ଲା ବଣାଇ ଉପଖଣ୍ଡ ରେ ବାତ୍ୟା ଅର୍ଣ୍ଣବ ର ପ୍ରଭାବ ରେ ଲଗାଣ ବର୍ଷା ରେ ବିଲରେ ପଡିଛି ପାଚିଲା ଧାନ!ଅମଳ ପାଇଁ ଚାଷୀ ସଜବାଜ ହେଉଥିବା ବେଳେ ଲଗାଣ ବର୍ଷା ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି! ବର୍ଷା ଧାନ ଅମଳ କୁ ପ୍ରଭାବିତ କରିବା ସହ ଚାଷୀଙ୍କ ଆର୍ଥିକ କ୍ଷତି ର କାରଣ ହୋଇପାରେ ଏହିଭଳି ଅଶା ଆକାଂକ୍ଷା ରେ ରହିଛନ୍ତି ବଣାଇ ଅଂଚଳ ର ଚାଷୀ!ଚଳିତ ବର୍ଷ ବିଳମ୍ବିତ ବର୍ଷା ଓ ପାଣିପାଗ ଅନିଶ୍ଚିତତା ଦୃଷ୍ଟିରେ ରଖି ଅନେକ ଚାଷୀ ସ୍ୱଳ୍ପ ଅବଧି ର ଧାନ ଚାଷକୁ ଗୁରୁତ୍ୱ ଦେଇ ଧାନ ଚାଷ କରିଥିଲେ! ଏବେ ସେହିଧାନ ପାଚି ଅମଳ ଉପଯୋଗୀ ହୋଇଥିବାରୁ ଚାଷୀମାନେ ଧାନ କାଟି ଘରକୁ ଆଣିବାପାଇଁ ପ୍ରସ୍ତୁତ ହେଉଥିଲେ ଏହିସମୟ ରେ ପ୍ରବଳ ବର୍ଷା ସହ ପବନ ଯୋଗୁ ଧାନ ଗଛ ମାଟିରେ ଲୋଟିପଡ଼ିଛି ଫଳରେ ଧାନ କାଟିବାରେ ବିଳମ୍ବ ହେବାସହ ଶସ୍ୟରେ ଗୁଣବତ୍ତା ମଧ୍ୟ ହ୍ରାସ ହୋଇପାରେ ଦୀର୍ଘ ସମୟଧରି ଧନକେଣ୍ଡା ପାଣିରେ ଭିଜିରହିଲେ ଧାନ ଗଜା ହେବା ମଧ୍ୟ ଆଶଙ୍କା ରହିଛି!






