ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ କୋରାପୁଟ ଜଗତସିଂହପୁର ଗଞ୍ଜାମ ବାଲେଶ୍ୱର ବରଗଡ଼ ନୟାଗଡ଼

ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଉତ୍ସବ ପାଳନର ସିଧା ପ୍ରସାରଣ

ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଉତ୍ସବ ପାଳନର ସିଧା ପ୍ରସାରଣ – ସମୀକ୍ଷା ଖବର

ସମୀକ୍ଷା ବ୍ୟୁରୋ ନ୍ୟୁଜ /ସୁନ୍ଦରଗଡ଼:

ଅଦ୍ୟ ତା ୩୦.୧୦.୨୦୨୬ରିଖ ସୁନ୍ଦରଗଡ଼ ଜିଲ୍ଲାର କୃଷି ଓ କୃଷକ ଶସକ୍ତିକରଣ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ସୁନ୍ଦରଗଡ-୧ର ମିଳିତ ସହଯୋଗରେ ବିକାଶ ଭବନ ଠାରେ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନନିଧିର ୨୪ ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମର  ସିଧା ପ୍ରସାରଣ ଓ ଏକ ସଭା ଆୟୋଜନ କରାଯାଇଥିଲା । ଗୁଜୁରାଟର ବନସକାଣ୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୯ କୋଟି ୩୪ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଭାଇ ଭଉଣୀମାନଙ୍କୁ ପି.ଏମ୍. କିସାନର ୨୪ ତମ କିସ୍ତି ଡିବିଟି ମାଧ୍ୟମରେ ଅଠର ହଜାର ଛଅଶହ ଅଶୀ କୋଟି ଟଙ୍କା ହସ୍ତାନ୍ତର ଓ ଗୁଜୁରାଟର ବିଭିନ୍ନ ପ୍ରକଳ୍ପର ଶୁଭ-ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ୧୫୦ ରୁ ଉର୍ଦ୍ଧ୍ୱ ଚାଷୀ ଯୋଗଦେଇଥିଲେ । ଏହି ୨୪ ତମ କିସ୍ତି ସୁନ୍ଦରଗଡ ଜିଲ୍ଲାର ୧ ଲକ୍ଷ ୩୬ ହଜାର ୩୫୮ ଜଣ ହିତାଧିକାରୀଙ୍କ ଖାତାକୁ ୨୭ କୋଟି ୨୭ଲକ୍ଷ ୧୬ ହଜାର ଟଙ୍କା ହସ୍ତାନ୍ତର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ତଥା ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ରଘୁନାଥପାଲ୍ଲି ବିଧାୟକ ଦୁର୍ଗାଚରଣ ତନ୍ତି, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତି ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ସାଧାରଣ) ସୁରଜ ପଟ୍ଟନାୟକ ଯୋଗଦେଇ ପିଏମ୍ କିସାନର ସହାୟତା ରାଶି ଚାଷୀଭାଇ ମାନଙ୍କୁ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଭାରତ ତଥା ଓଡିଶା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନାର ସୁଫଳ ନେବାପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଉତ୍ସବ ପାଳନର ସିଧା ପ୍ରସାରଣ – ସମୀକ୍ଷା

ଅନ୍ୟମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ-୨ ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ଜୟନ୍ତ କୁମାର ପତି, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ସନ୍ତୋଷ କୁମାର ପାଣିଗ୍ରାହୀ, ଉପ-ନିର୍ଦ୍ଦେଶକ (ଉଦ୍ୟାନ କୃଷି) ସୁକାନ୍ତ ନାଏକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ବିବେକ ସୋରେନ୍, ସହ-ମୃତ୍ତିକା ସଂରକ୍ଷଣ  ନିର୍ଦ୍ଦେଶକ ଧୂମା ହେମ୍ବ୍ରମ୍, ଆଞ୍ଚଳିକ କୃଷି ଓ ଗବେଷଣା ଉପକେନ୍ଦ୍ର, କିରେଇର ମୁଖ୍ୟ ଡଃ. ସଜୀବ କୁମାର ବିଶ୍ୱାସୀ, କୃଷି ଜିଲ୍ଲା ଅଧିକାରୀ, ନରେଶ ମହାନନ୍ଦିଆ, ସୁପ୍ରିତୀ ମାଝୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲାର ପାଞ୍ଚ ଜଣ ଅଗ୍ରଣୀ ଚାଷୀଙ୍କୁ ସମନ୍ୱିତ କୃଷି ପଦ୍ଧତି ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲ୍ଲିପ କୁମାର ମିଶ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ-୧ ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ଲକ୍ଷ୍ମୀପ୍ରିୟା ପ୍ରଧାନ କ୍ଷେତ ବଞ୍ଚାଅ ଅଭିଯାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡର ମୃତ୍ତିକା ବୈଜ୍ଞାନିକ ଡ଼ଃ ମନୋଜ କୁମାର ଜେନା ଉପସ୍ଥାପନା କରିଥିଲେ । ଜିଲ୍ଲା କୃଷି ବିଭାଗର ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା:ବିଲ ରେ ପଡିଛି ପାଚିଲା ଧାନ