ମାନସ ବିଶ୍ୱାଳ /ବାଲେଶ୍ୱର ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ବାଲେଶ୍ବର, ୧୦୲୧୧ – ବାଲେଶ୍ୱର ସହରର ସ୍ଥିତ ପୋଲିସ ଲାଇନ ପଡିଆରେ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି , ରାଜ୍ୟର ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଜନ ଓ ଅସହାୟ ବ୍ୟକ୍ତିମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ସହ ପେନ୍ସନ୍ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସରଳ, ସ୍ବଚ୍ଛ ଓ ତ୍ବରିତ କରିବା ଦିଗରେ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ୍ ଓ ସାଚୁରେସନ୍ ମୋଡ୍ରେରେ “ମଧୁବାବୁ ପେନ୍ସନ୍ ଯୋଜନା”ର ଶୁଭାରମ୍ଭ କରି ପୂର୍ବରୁ ମିଲୁଥିବା ହିତାଧିକାରୀଙ୍କ ସହିତ ଏକ କାଳିନ ୫ ଲକ୍ଷରୁ ଊର୍ଦ୍ଧ୍ଵ ନୂତନ ଯୋଗ୍ୟ ହିତାକାରୀଙ୍କୁ ସାମିଲ କରିଛନ୍ତି । ଏଥି ସହ , ୮୦ ବର୍ଷ ଓ ତଦୂର୍ଦ୍ଧ୍ବ ବୟସ୍କ ହିତାଧିକାରୀଙ୍କ ପେନ୍ସନ୍ ରାଶିର ସ୍ୱୟଂଚାଳିତ ବୃଦ୍ଧି, ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି ) ଯୋଜନା ଅଧୀନରେ ରାଜ୍ୟର ଅତିରିକ୍ତ ପେନ୍ସନ୍ ସହାୟତା ରାଶି ନଗଦ ଆକାରରେ ପ୍ରଦାନ। କରାଯିବାର ପ୍ରକାଶ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀପ୍ରକାଶ କରିଛନ୍ତି ଯେ , ଦୀର୍ଘ ବର୍ଷ ଧରି ଭତ୍ତା ପାଇବାକୁ ଅପେକ୍ଷା କରିଥିବା ୫,୦୫,୮୧୭ ଜଣ ନୂତନ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯାଇଛି । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା , ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସମବାୟ, ହସତନ୍ତ୍ର, ବୟନ, ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏବଂ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ , ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଡଙ୍ଗୀ, ମୟୁରଭଞ୍ଜ ସାଂସଦ ,,,, ଏବଂ ବହୁ ବିଧାୟକ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ୩୬,୭୫,୦୦୮ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି । ବର୍ତମାନ ଆଉ ୫,୦୫,୮୧୭ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଅକ୍ଟୋବର ମାସଠାରୁ ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତା ପ୍ରଦାନ ଆରମ୍ଭ କରାଯିବ । କୌଣସି ଯୋଗ୍ୟ ବ୍ୟକ୍ତି ଯେପରି ସାମାଜିକ ସୁରକ୍ଷା ସହାୟତାରୁ ବଞ୍ଚିତ ନ ହୁଅନ୍ତି କିମ୍ବା ଏଥିପାଇଁ ବର୍ଷ ବର୍ଷ ଧରି ଅପେକ୍ଷା ନ କରନ୍ତି, ତାହା ସରକାରଙ୍କ ଲକ୍ଷ୍ୟ ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ୍ ହେଉଛି ଏକ ସମନ୍ବିତ ଡିଜିଟାଲ୍ ପ୍ଲାଟଫର୍ମ, ଯାହା ମାଧ୍ୟମରେ ପେନ୍ସନ୍ ସମ୍ବନ୍ଧୀୟ ବିଭିନ୍ନ ପ୍ରକ୍ରିୟାକୁ ଗୋଟିଏ ବ୍ୟବସ୍ଥାରେ ଏକୀକୃତ କରାଯାଇଛି । ଏହାଦ୍ବାରା ହିତାଧିକାରୀଙ୍କ ତଥ୍ୟ ପରିଚାଳନା, ଆବେଦନ, ଯୋଗ୍ୟତା ଯାଞ୍ଚ ଏବଂ ପେନ୍ସନ୍ ପ୍ରଦାନ ପ୍ରକ୍ରିୟା ଅଧିକ ସରଳ, ସ୍ବଚ୍ଛ ଓ ଦକ୍ଷ ହୋଇପାରିବ । ଏହି ପୋର୍ଟାଲ୍ର ଅନ୍ୟତମ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ନୂତନ ପେନ୍ସନ୍ ମଞ୍ଜୁରୀ ପାଇଁ ସାଚୁରେସନ୍ ମୋଡ଼ରେ ଆବେଦନ ବ୍ୟବସ୍ଥା । ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏହି ପୋର୍ଟାଲ୍ ମାଧ୍ୟମର ପେନ୍ସନ୍ ପାଇଁ ଆବେଦନ କରିପାରିବେ । ଏହାହାରା ନୂତନ ପେନ୍ସନ୍ ମଞ୍ଜୁରୀ ପାଇଁ ଦୀର୍ଘ ବର୍ଷ ଧରି ଅପେକ୍ଷା କରିବାର ଆବଶ୍ୟକତା ରହିବ ନାହିଁ ବ୍ୟକ୍ତି ନିଜ ନିକଟସ୍ଥ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ କିମ୍ବା https://upmp.odisha.gov.in ପୋର୍ଟାଲ୍ ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ ।
ନିର୍ଦ୍ଧାରିତ ଯୋଗ୍ୟତା ଯାଞ୍ଚ ଓ ଆବଶ୍ୟକୀୟ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ଆବେଦନର ପରବର୍ତ୍ତୀ ମାସଠାରୁ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ । ଭତ୍ତା ପ୍ରଦାନ ବ୍ୟବସ୍ଥାରେ ଆଉ ଏକ ଗୁରୁତ୍ଵପୂର୍ଣ ସରଳୀକରଣ କରାଯାଇଛି । ଏଣିକି ଭତ୍ତା ପାଉଥିବା କୌଣସି ହିତାକାରୀ ୮୦ ବର୍ଷ ବୟସ ପୂରଣ କରିବା ମାତ୍ରେ ପରବର୍ତ୍ତୀ ମାସଠାରୁ ବଦ୍ଧିତ ଭତ୍ତା ପାଇପାରିବେ । ଏଥିପାଇଁ ତାଙ୍କୁ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ । ନୂତନ ଭାବେ ସାମିଲ ହୋଇଥିବା ୫ ଲକ୍ଷ ୫ ହଜାର ୮୧୭ ଜଣ ହିତାଧିକାରୀଙ୍କୁ ଚଳିତ ନଭେମ୍ବର ମାସରେ ଏକାଥରେ ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ପ୍ରଦାନ କରାଯିବ । ଏଥିପାଇଁ ନଭେମ୍ବର ୧୧ ଓ ୧୨ ତାରିଖ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଏବଂ ନଭେମ୍ବର ୧୩ ଓ ୧୪ ତାରିଖ ମଧ୍ୟରେ ପ୍ରତ୍ୟେକ ବ୍ଲକ୍ରେ ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ । ରାଜ୍ୟସ୍ତରୀୟ ଜିଲ୍ଲାସ୍ତରୀୟ କିମ୍ବା ବ୍ଲକ୍ସ୍ତରୀୟ କାର୍ଯ୍ୟକ୍ରମରେ ଯେଉଁ ହିତାଧିକାରୀମାନେ ଭତ୍ତା ପାଇପାରିବେ ନାହଁ, ସେମାନଙ୍କୁ ନଭେମ୍ବର ୨୫ ତାରିଖରେ ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ସହରାଞ୍ଚଳ ୱାର୍ଡ ଅଫିସ୍ରେ ନଗଦ ଆକାରରେ ଭତ୍ତା ରାଶି ପ୍ରଦାନ କରାଯିବ । ଡିସେମ୍ବର ମାସଠାରୁ ଏହି ନୂତନ ୫,୦୫,୮୧୭ ଜଣ ହିତାଧିକାରୀଙ୍କୁ ପୁରୁଣା ହିତାଧିକାରୀଙ୍କ ସହ ପ୍ରତି ମାସର ୧୫ ତାରିଖରେ, ଅର୍ଥାତ୍ ଜନସେବା ଦିବସରେ ନିୟମିତ ଭାବେ ଭତ୍ତା ପ୍ରଦାନ କରାଯିବ । ଏହାବ୍ୟତୀତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (National Social Assistance Programme-NSAP) ଅଧୀନରେ ବ୍ୟାଙ୍କ ଖାତା ଜରିଆରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ସୁବିଧା ପାଇଁ ମଧ୍ୟ ରାଜ୍ୟ ସରକାର ଏକ ଗୁରୁତ୍ଵପୂର୍ଣ ନିଷ୍ପରି ନେଇଛନ୍ତି । ଗତ କିଛି ମାସ ଧରି ଉପଯୁକ୍ତ ସମୟରେ ଭଲା ନ ପାଇବାରୁ ଏହି ହିତାଧିକାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖ୍ ନଭେମ୍ବର ମାସଠାରୁ ଭତ୍ତାରେ ଓଡ଼ିଶା ସରକାରଙ୍କ ଭାଗ ରାଶି ନଗଦ ଆକାରରେ ପ୍ରଦାନ କରାଯିବ । ଅନ୍ୟପକ୍ଷରେ, ଭାରତ ସରକାରଙ୍କ ଭାଗ ପୂର୍ବଭଳି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ ।

ଏହି ବ୍ୟବସ୍ଥା ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଓଡ଼ିଶା ସରକାରଙ୍କ ଭାଗ ବାବଦକୁ ମିଳିବାକୁ ଥିବା ଭତ୍ତା ରାଶି ନଭେମ୍ବର ୨୫ ତାରିଖରେ ନିଜ ନିଜ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ସହରାଞ୍ଚଳ ୱାର୍ଡ ଅଫିସ୍ରେ ନଗଦ ଆକାରରେ ପ୍ରଦାନ କରାଯିବ । ଏହି ଦୁଇ ମାସ ପାଇଁ ଭାରତ ସରକାରଙ୍କ ଭାଗ ବାବଦକୁ ପ୍ରାପ୍ୟ ଭତ୍ତା ରାଶି ହିତାଧୁକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ । ଡିସେମ୍ବର ମାସଠାରୁ ପ୍ରତି ମାସର ୧୫ ତାରିଖରେ ଓଡ଼ିଶା ସରକାରଙ୍କ ଭାଗ ନିୟମିତ ଭାବେ ନଗଦ ଆକାରରେ ବଣ୍ଟନ କରାଯିବ ଏବଂ ଭାରତ ସରକାରଙ୍କ ଭାଗ ପୂର୍ବଭଳି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ । ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ୍ର ଶୁଭାରମ୍ଭ ସାଚୁରେସନ୍ ମୋଡ଼ରେ ନୂତନ ହିତାଧିକାରୀଙ୍କୁ ସାମିଲ କରିବା ଏବଂ NSAP ହିତାଧୁକାରୀଙ୍କ ପାଇଁ ଭତ୍ତା ପ୍ରଦାନ ବ୍ୟବସ୍ଥାରେ ଏହି ସଂସ୍କାର ଓଡ଼ିଶାରେ ଏକ ସମାବେଶୀ ଓ ଜନକଲ୍ୟାଣକାରୀ ସମାଜ ଗଠନ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହାହାରା ବରିଷ୍ଠ ନାଗରିକମାନେ ସମ୍ମାନର ସହ ଜୀବନଯାପନ କରିବା ସହ ଭିନ୍ନକ୍ଷମଜନ ଏବଂ ସମାଜର ଦୁର୍ବଳ ବର୍ଗର ଲୋକମାନେ ନିର୍ଭରଯୋଗ୍ୟ ସାମାଜିକ ସୁରକ୍ଷା ପାଇପାରିବେ । ଅନ୍ୟ ମଞ୍ଚାସୀନ ଅତିଥିବୃନ୍ଦ ହେଲେ ବାଲେଶ୍ୱର ବିଧାୟକ ମାନସ ଦତ୍ତ , ରେମୁଣା ବିଧାୟକ ଓ ବିଧାନସଭା ଉପ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବସ୍ତା ବିଧାୟିକା ସୁବାସିନୀ ଜେନା , ସିମୁଳିଆ ବିଧାୟକ ପଦ୍ନଲୋଚନ ପଣ୍ଡା, ବଡସାହି ବିଧାୟକ ସନାତନ ବିଜୁଳି ପ୍ରମୁଖ ଉପସ୍ଥିତ ଥିଲେ ।





