ସମୀକ୍ଷା ବ୍ୟୁରୋ ନ୍ୟୁଜ / ମହାରାଷ୍ଟ୍ର :
ମହାରାଷ୍ଟ୍ରର ପୁଣେ ସହରରେ ନଭେମ୍ୱର ୨୦ ରୁ ୨୬ ପର୍ଯ୍ୟନ୍ତ ହେବାକୁ ଯାଉଛି ‘ପ୍ରଥମ ଇଣ୍ଡିଆ ଓପନ୍ ଆନ୍ତର୍ଜାତୀୟ ଟାଇକୋଣ୍ଡୋ ଚାମ୍ପିୟନସିପ୍’। ଏହି ପ୍ରତିଯୋଗିତାରେ ଦେଶବିଦେଶରୁ ପ୍ରତିଯୋଗୀମାନେ ଭାଗ ନେଉଥିବାବେଳେ, ଓଡ଼ିଶାର ପ୍ରତିଭାବାନ ଖେଳାଳିମାନେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏଥିରେ ଅଂଗ୍ରହଣ କରିବେ। ଏଥିରେ ଓଡ଼ିଶାରୁ ବର୍ଷା ରାଣୀ ଦାସ, ଇପାରୀ ପ୍ରାଂଶୀ, ୟୁଭିକା ଗୁପ୍ତା, ଏସ ସମରଜିତ୍ ଚକ୍ର, ଓମ୍ କଲ୍ୟାଣ ନାୟକ, ଶୁଭଙ୍କର ଦେହୁରୀ, ଶୁଭଜିତ୍ ମଲ୍ଲିକ, ରୋହିତ ମାଳୀ, ଚିନ୍ମୟ ବେହେରା, ଜଗନ୍ନାଥ ବେହେରା, ଶ୍ରୁତି ମହାନ୍ତି, ଏମ୍. ଜଗା ରାଓ, ସରୋଜ ବେଦମୁଣ୍ଡି, ଓମ୍ ପ୍ରଜ୍ଞା ପଣ୍ଡା, ଆର୍ଯ୍ୟନ୍ ଚୌଧୁରୀ, ବ୍ରଜେନ୍ଦ୍ର ବାରିକ, ଭବେଶ ଚନ୍ଦ୍ର ଦୀକ୍ଷିତ, ଗୋଲକ ପ୍ରସାଦ ବେହେରା, ପ୍ରଦୀପ କୁମାର ନାହାକ, ରଜତ କୁମାର ଜଗଦେବ, ମନୀଷ ସେଠୀ, ଇନ୍ଦ୍ରଜିତ୍ ପଟ୍ଟନାୟକ,ବିକି ସୂରଜ ରାଉତ, ଶାଶ୍ୱତୀ ନାୟକ,ସତ୍ୟ ପ୍ରକାଶ ମହାନ୍ତି, ରଞ୍ଜିତ କୁମାର ପାଣି, ଶିଲା ଦାସ, କୌଶିକ ଚର୍ଚ୍ଚିଲ କର, ଦିଲ୍ଲୀପ କୁମାର ଶତପଥୀ, ଅମରେନ୍ଦ୍ର ପ୍ରୁଷ୍ଟି ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିବେ। ଏମାନଙ୍କ ମଧ୍ୟରୁ ଜଗନ୍ନାଥ ବେହେରା, ଶ୍ରୁତି ମହାନ୍ତି, ବର୍ଷା ରାଣୀ ଦାସ ଓ ଟିମ୍ କୋଚ ଙ୍କୁ ବେଦାନ୍ତ ଗ୍ରୁପ୍ ସ୍ପୋନ୍ସର କରିଥିବା ବେଳେ ଶୁଭଜିତ୍ ମଲ୍ଲିକ ଙ୍କୁ ଓଏମସି ସ୍ପୋନ୍ସର କରିଛି। ରାଜ୍ୟର ଏହି ପ୍ରତିଭାବାନ ଖେଳାଳିମାନେ ବିଶ୍ୱସ୍ତରୀୟ ମଞ୍ଚରେ ନିଜର ଦକ୍ଷତା ପ୍ରଦର୍ଶନ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଦେବାକୁ ଲକ୍ଷ୍ୟ ରଖିଛନ୍ତି।ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଖେଳାଳି ମାନେ କଠିନ ଅଭ୍ୟାସ ଜାରି ରଖିବା ସହ ରାଜ୍ୟର ଟାଇକୋଣ୍ଡୋ ସଂଘର ସଂପାଦକ ଚିନ୍ମୟ ବେହେରା ଯୁବ ପ୍ରତିଭାମାନଙ୍କୁ ପୂର୍ଣ୍ଣ ସମର୍ଥନ ଓ ଶୁଭେଚ୍ଛା ଜଣାଇଛନ୍ତି।






