କିର୍ତ୍ତୀ ଚନ୍ଦ୍ର ସାହୁ /ରାଜ୍ୟ ପ୍ରତିନିଧି / ବରିଷ୍ଠ ସାମ୍ବାଦିକ / ସମୀକ୍ଷା ନ୍ୟୁଜ : ତାରିଖ-୨୩/୧୧/୨୬
ପୁଅ ଖୋଜୁଛି ବାପାର ପରିଚୟ ,,,,,, ମା କୋହୁଛି ସ୍ୱାମୀ ମୋ ଫେରାର,,,
ପ୍ରେମ ପ୍ରତାରଣାର ଶିକାର ହୋଇ ଥାନାର ଦ୍ୱାରସ୍ତ ଅସହାୟ ଯୁବତୀ ; ନ୍ୟାୟ ପାଇଁ ଗୁହାରୀ କଲେ ଯୁବତୀ |
କୋଷାଗୁମୁଡା (ନବରଙ୍ଗପୁର ) ପ୍ରେମ ପ୍ରତାରଣାର ଶିକାର ହେବା ପରେ ଥାନାର ଦ୍ୱାରସ୍ତ ହୋଇଛନ୍ତି ଜଣେ ଆଦିବାସୀ ଯୁବତୀ |ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକରେ |ସୂଚନା ପ୍ରକାରେ, କୋଷାଗୁମୁଡା ଥାନା ଅଧୀନରେ ଥିବା ଅଂଚଳା ଗ୍ରାମର ଜଣେ ଆଦିବାସୀ ଯୁବତୀ ଛଅ ବର୍ଷ ହେବ କୋଷାଗୁମୁଡା ବ୍ଲକ ସଦର ମହକୁମାର ଗୋବର୍ଦ୍ଧନ ବିଶୋଇଙ୍କ ପୁଅ ନରେନ୍ଦ୍ର ବିଶୋଇଙ୍କ ପ୍ରେମ ଜାଲରେ ପଡ଼ିଥିଲେ |ଇତି ମଧ୍ୟରେ ନରେନ୍ଦ୍ର ବିବାହ କରିବାର ପ୍ରତିଶୃତି ଦେଇ ଅଚିହ୍ନା ଅଜଣା ଘରେ ଘରେ ନେଇ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲା |ଯୁବତୀ ଜଣକ ଗର୍ଭବତୀ ହେବା ପରେ ନରେନ୍ଦ୍ରକୁ ଜଣେଇବା ପରେ ନରେନ୍ଦ୍ର ଯୁବତୀଙ୍କୁ ଆଦିବାସୀ ଝିଅ ଆମ ଘରେ ବୋହୁ ହୋଇପାରିବ ନାହିଁ ବୋଲି ସଫା ସଫା ମନା କରିଦେବା ସହିତ ଅନ୍ୟ କାହା ଆଗରେ ନଜଣେଇବା ପାଇଁ ବିଭିନ୍ନ ଉପାୟରେ ଡରା ଧମକା କରିଥିଲା |କିଛି ଦିନ ପରେ ଝିଅ ଗର୍ଭବତୀ ହେବା କଥା ଯୁବତୀଙ୍କ ମାବାପା ଓ ବନ୍ଧୁବାନ୍ଧବ ଜାଣିବାକୁ ପାଇବା ପରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦକୁ ଡାକି ଏକ ବୈଠକ କରିଥିଲେ |ସମାଜର ମୁଖିଆମାନେ ନରେନ୍ଦ୍ରକୁ ସଭାକୁ ଡାକି ସବୁ ପଚରାଉଚରା କରିବା ସହ ଯୁବତୀକୁ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ କହିଥିଲେ |ହେଲେ ନରେନ୍ଦ୍ର ଝିଅକୁ ରଖିବିନାହିଁ ବୋଲି ସଫା ସଫା ମନା କରିବା ସହ ତମେ ଯାହା କରିବ କର ବୋଲି ଧମକ ଦେଇଥିଲା |ଇତି ମଧ୍ୟରେ ଯୁବତୀ ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି |କୌଣସି ଉପାୟ ନପାଇ ଯୁବତୀ ଜଣକ କୋଷାଗୁମୁଡା ଥାନାର ଦ୍ୱାରସ୍ତ ହୋଇ ନାୟ ପାଇଁ ଥାନା ଅଧିକାରୀଙ୍କୁ ଗୁହାରି କରିଥିବା ସୂଚନା ମିଳିଛି |ଏହା କୁ ନେଇ କୋଷାଗୁମୁଡ଼ା ଥାନାଧିକାରୀ ଗୋପାଳକୃଷ୍ଣ ଅଗୁପାତ୍ର ଏବଂ ପାପଡାହାଣ୍ଡି ଏସ୍ଡିପିଓ ସତ୍ୟଜିତ କଣ୍ଡେଲକେଲ ପୋସ୍କୋ କେସ ନମ୍ବର ୨୭୩/୨୬ରେ ମାମଲା ରୁଜ୍ଜୁ କରି ଫେରାର ଅଭିଯୁକ୍ତ ର ସନ୍ଧାନ କରୁଥିବା ଜଣାପଡିଛି । ଏପଟେ ଅଭିଯୁକ୍ତ ର ବାପା ଗୋବର୍ଦ୍ଧନ ବିଶୋଇ ଙ୍କୁ ଫୋନ ଯୋଗେ ପଚାରିବାରୁ ସେ ବିଗତ କାଲି ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ।






