ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୬ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨୩ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୩୯ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୫୦ ମିନିଟ ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୫୬ ମିନିଟ ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା ୧ ଘଣ୍ଟା ପୂର୍ବେNagabali development has not reached the other side: ନାଗାବଳୀ ଆରପାରିରେ ବିକାଶ ନପହଞ୍ଚାଇବା ଦୁଃଖ ଦାୟକ!
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

Bargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ

Bargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି /ବରଗଡ /ସମୀକ୍ଷା ନ୍ୟୁଜ:

ବରଗଡ: ରାଜ୍ୟର ଭାତହାଣ୍ଡି ଭାବେ ପରିଚିତ ବରଗଡ ଜିଲ୍ଲାରେ ଚଳିତ ୨୦୨୬-୨୦୨୭ ଖରିଫ୍ ଋତୁ ଆସନ୍ତା ନଭେମ୍ବର ୩୦ ତାରିଖରୁ ଧାନ ସଂଗ୍ରହ କମିଟି (DLPC ) ର ଅଧ୍ୟକ୍ଷ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ଵ ପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ୨୦୨୬-୨୦୨୭ ଧାନ ସଂଗ୍ରହ ନୀତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶନାମା ଏବଂ ଯୋଗାଣ ନିଗମ ର ନିୟମାବଳୀ ଅନୁଯାୟୀ ଧାନ ସଂଗ୍ରହ ପ୍ରକ୍ରିୟାକୁ ଶତପ୍ରତିଶତ ସ୍ଵଚ୍ଚ ଓ ବ୍ୟବସ୍ଥିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବୈଠକରେ ନିୟନ୍ତ୍ରିତ ବଜାର କମିଟି (RMC) ର ଭିତ୍ତିଭୂମି ସ୍ଥିତି ସମୀକ୍ଷା କକରାଯିବ ସହ ଆସନ୍ତା ନଭେମ୍ବର ୩୦ ତାରିଖ ରୁ ଜିଲ୍ଲାର ତିନୋଟି ଯାକ RMC ବରଗଡ, ଅତାବିରା ଓ ପଦ୍ମପୁର ଅଧୀନରେ ପ୍ରାଥମିକ କୃଷି ସମବାୟ ସମିତି (PACS ) ଜରିଆରେ ଏକକାଳୀନ ମଣ୍ଡି ଖୋଲାଯାଇ ଧାନକ୍ରୟ ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି। ଚଳିତ ଖରଫ ଋତୁରେ ଚାଷୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ପ୍ରକୃତ ଚାଷୀ ଯେପରି ସୁବିଧାରେ ନିଜର ଅମଳ ଧାନ ବିକ୍ରି କରିପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କକରାଯାଇଛି। ସଟେଲାଇଟ ସର୍ଭେ ସମ୍ମନ୍ଧିୟ ବୈଷୟିକ ଦିଗଗୁଡ଼ିକର ତୁରନ୍ତ ସମାଧାନ, ଟୋକନ୍ ବ୍ୟବସ୍ଥାର ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ଏବଂ ମଣ୍ଡିଗୁଡ଼ିକରେ ଚାଷୀଙ୍କ ପାଇଁ ପାନୀୟ ଜଳ, ଛାଇ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇଦେବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏହା ସହ ସମ୍ଭାବ୍ୟ ଅଦିନିଆ ବର୍ଷା ଓ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ମଣ୍ଡିରେ ଚାଷୀଙ୍କ ଅମଲ ଧାନର ସୁରକ୍ଷା ପାଇଁ ଆଗକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Bargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ – ସମୀକ୍ଷା

ଧାନ ସଂଗ୍ରହ ପ୍ରକିୟାକୁ ଅଧିକ ଗତିଶୀଳ କକରିବା ନିମନ୍ତେ ଚାଉଳ କଳ ମାଲିକ ପ୍ରତିନିଧି ମାନଙ୍କ ସହ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ପୂର୍ବରୁ ମିଲଗୁଡ଼ିକୁ ଯୋଗାଇ ଦିଆଯାଇଥିବା ଧାନରୁ ପ୍ରସ୍ତୁତ ଚାଉଳ ଉଠାଣ ପ୍ରକ୍ରିୟାକୁ ତ୍ଵରାନିତ କରାଯାଇ ନୂତନ ଧାନ ସଂଗ୍ରହ କାର୍ଯ୍ୟକୁ ସଂପୂଣ୍ଣ ସୁଗମ କକରିବାକୁ ପଦକ୍ଷେପ ନିଆଯାଉଥିବା ବୈଠକରେ ସ୍ପଷ୍ଟ କିଦିଆଯାଇଛିକରାଯାଇଛି । ପ୍ରଶାସନ, କୃଷକ ଏବଂ ଚାଉଳ କଳ ମାଲିକ ମାନଙ୍କ ମଧ୍ୟରେ ଉତ୍ତମ ସମନ୍ନୟ ରକ୍ଷା କରି ଧାନ ସଂଗ୍ରହକୁ ଏକ ସଫଳ ଅଭିଯାନରେ ପରିଣତ କକରିବାକୁ ସମସ୍ତେ ସହମତ ପ୍ରକାଶ କୁକରିଛନ୍ତି। ଆଜିର ଏହି ସମୀକ୍ଷା ବୈଠକରେ ବରଗଡର ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ବରଗଡ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭାଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ ଗଡତିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ ଆରକ୍ଷୀ ଅଧିକ୍ଷକ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରିବୃନ୍ଦ, କୃଷକ ପ୍ରତିନିଧି, ଚାଉଳ କଳ ମାଲିକ ପ୍ରତିନିଧି ଏବଂ ଗଣମାଧ୍ୟମର ସାମ୍ବାଦିକଗଣ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Bargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Patana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ