ବିଜୟ ରତ୍ନ ପତି/ ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ / କେନ୍ଦୁଝର:
ପାଟଣା:୨୨/୧୧,କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ପୁଟୁଳିଆ ସ୍ଥିତ ଅଗ୍ନିଶମ ଓ ଜରୁରୀକାଳୀନ ସେବା କେନ୍ଦ୍ରକୁ ଏକଅତ୍ୟାଧୁନିକ ନୂତନ ଅଗ୍ନିଶମ ଗାଡ଼ି ମିଳିଛି । ରବିବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଫିତା କାଟି ଏହି ନୂତନ ଗାଡ଼ିଟିକୁ ଉଦ୍ଘାଟନ କରିଛନ୍ତି । ଏହି ନୂତନ ଅଗ୍ନିଶମ ଗାଡ଼ି ସାମିଲ ହେବା ଦ୍ୱାରା ପାଟଣା ବ୍ଲକ ତଥା ଏହାର ଆଖପାଖ ଅଞ୍ଚଳରେ ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ଅଧିକ ସହଜ ଓ ତ୍ୱରିତ ହୋଇପାରିବ ବୋଲି ବିଧାୟକ ଶ୍ରୀ ନାଏକ ମତବ୍ୟକ୍ତ କରିଛନ୍ତି । ପୂର୍ବରୁ ଏହି କେନ୍ଦ୍ରରେ ଏକ ପୁରୁଣା ଗାଡି ସାହାଯ୍ୟ ରେ ସେବା ଯୋଗାଉ ଥିବାରୁ ଏଠାରେ ନୂତନ ଗାଡି ଦେବା ପାଇଁ ସାଧାରଣରେ ଦାବି ହୋଇଆସୁଥିଲା ।ଆଜି ଉଦ୍ଘାଟନୀ ଉତ୍ସବରେ ସାଂସଦ ଙ୍କ ପାଟଣା ବ୍ଲକ ପ୍ରତିନିଧି ପ୍ରହ୍ଲାଦ ପଲେଇ, ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ,ଜିଲ୍ଲା ଅଗ୍ନିଶମ ଅଧିକାରୀ ସରତ ମଲ୍ଲିକ,ସହ ଅଗ୍ନିଶମ ଅଧିକାରୀ କୃଷ୍ଣ ସାମଲ,ପାଟଣା ଅଗ୍ନିଶମ ଅଧିକାରୀ ଗୌରମୋହନ ହେମ୍ବ୍ରମ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ ଙ୍କ ସହିତ ଦମକଳ କେନ୍ଦ୍ରର ସମସ୍ତ ପୁଲିସ କର୍ମଚାରୀ ସମେତ ବହୁ ସ୍ଥାନୀୟ ଜନପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।






