ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧ ମିନିଟ ପୂର୍ବେFormer clerk arrested for misappropriating Rs 3.81 crore : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩.୮୧ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ପୂର୍ବତନ କିରାଣୀ ଗିରଫ ୧୭ ମିନିଟ ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୩୦ ମିନିଟ ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୩୫ ମିନିଟ ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୩୯ ମିନିଟ ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୧ ଘଣ୍ଟା ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୧ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୧ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୨ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

Keonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ

Keonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ – ସମୀକ୍ଷା ଖବର

କେନ୍ଦୁଝରରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ:

କେନ୍ଦୁଝର, ୨୨/୧୧: ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି କେନ୍ଦୁଝର ଜିଲ୍ଲାରେ ତୀବ୍ର ପଲ୍ସ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ବିଭାଗ ପରିସରରେ ସକାଳ ୮ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ ଶିଶୁଙ୍କୁ ପୋଲିଓ ବୁନ୍ଦା ପିଆଇ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଜିଲ୍ଲାରେ ପ୍ରଥମ ଦିନରେ ମୋଟ ୧,୫୦,୫୦୩ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି, ଯାହା ଲକ୍ଷ୍ୟର ପ୍ରାୟ ୮୫ ପ୍ରତିଶତ। ଏହି ଅଭିଯାନରେ ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ଆଜି ଜିଲ୍ଲାର ୮୪୦ଟି ପୋଲିଓ ବୁଥ୍‌ରେ ଟୀକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ, ଅଭିଯାନରୁ ବାଦ ପଡ଼ିଥିବା ଶିଶୁଙ୍କୁ ଚିହ୍ନଟ କରି ପୋଲିଓ ବୁନ୍ଦା ପ୍ରଦାନ କରିବା ନିମନ୍ତେ ନଭେମ୍ବର ୨୩ ଓ ୨୪ ତାରିଖରେ ଦୁଇଦିନ ଧରି ଘରକୁ ଘର ଯାଇ ଟୀକାକରଣ କରାଯିବ। ସୂଚନାଯୋଗ୍ୟ ଯେ, ୨୨.୧୧.୨୦୨୬ ରବିବାର ଦିନ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧,୪୯୨ ଜଣ, ବାସୁଦେବପୁରରେ ୧୦,୯୯୯ ଜଣ, ଭଣ୍ଡାରେ ୭,୪୮୬ ଜଣ, ଫକୀରପୁରରେ ୮,୧୯୮ ଜଣ, ଘଟଗାଁରେ ୯,୭୨୧ ଜଣ, ହରିଚନ୍ଦନପୁରରେ ୧୪,୧୭୯ ଜଣ, ଝୁମ୍ପୁରାରେ ୯,୬୬୮ ଜଣ, ପଦ୍ମପୁରରେ ୧୨,୨୪୭ ଜଣ, ପାଟଣାରେ ୯,୬୦୧ ଜଣ, ସାଇଁକୁଳରେ ୧୧,୧୦୯ ଜଣ, ସାଳନିଆଁରେ ୧୧,୬୪୭ ଜଣ, ତେଲକୋଇରେ ୮,୦୦୭ ଜଣ, ଉଦୟପୁରରେ ୮,୬୯୬ ଜଣ, ଯୋଡ଼ାରେ ୩,୬୯୩ ଜଣ ଓ ବଡ଼ବିଲରେ ୪,୭୭୬ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି। ଏହାସହ ଆନନ୍ଦପୁର ଉପଖଣ୍ଡରେ ୨,୧୫୩ ଜଣ, ଚମ୍ପୁଆ ଉପଖଣ୍ଡରେ ୧,୪୩୪ ଜଣ ଓ କେନ୍ଦୁଝର ସହରରେ ୫,୨୯୭ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି।

Keonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ – ସମୀକ୍ଷା

ଏହି ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୩୧ଟି ଟ୍ରାନଜିଟ୍ ଟିମ୍‌ରେ ୬୨ ଜଣ ସଦସ୍ୟ, ୧୪ଟି ମୋବାଇଲ୍ ଟିମ୍‌, ୧୭୩ ଜଣ ସୁପରଭାଇଜର ଓ ୩,୩୬୦ ଜଣ ଭ୍ୟାକ୍ସିନେଟର ନିୟୋଜିତ ହୋଇଥିଲେ। ଉଦ୍ଘାଟନୀ ସମାରୋହରେ ଡିପିଏଚ୍‌ଓ ଡାକ୍ତର ପୁରୁଷୋତ୍ତମ ମହାନ୍ତ, ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ବସନ୍ତ କୁମାର ପାତ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭିପିଡି) ଡାକ୍ତର ପୁଷ୍ପାଞ୍ଜଳି ପଟ୍ଟନାୟକ, ଡିପିଏମ୍‌ (ଏନ୍‌ଏଚ୍‌ଏମ୍‌) ନିତ୍ୟରଞ୍ଜନ ବରାଳ, ଡିପିଏଚ୍‌ସିଓ ଭରତ ଚନ୍ଦ୍ର ସାହୁ, ଜିଲ୍ଲା ରେଡ୍‌କ୍ରସ୍‌ର ଏ.ଆର୍. ଖାନ୍‌, ରୋଟାରି କେନ୍ଦୁଝରର ସଞ୍ଜିବ କୁମାର ଓତା, ଡିଭିଏଲ୍‌ଏମ୍‌ ଗୋବିନ୍ଦ ଚନ୍ଦ୍ର ମିଶ୍ର, ଏଲ୍‌ଏଚ୍‌ଭି ବୁଧୁନୀ ମହାପାତ୍ର, ଭିବିଡିସି ମନୋଜ ମହାପାତ୍ର, ଡିପିସି ତାପସ କୁମାର ଜେନା, ଏସ୍‌.ଏ. ବୃନ୍ଦାବନ ସାହୁ, ଆଇସିଏ ଚିତ୍ତରଞ୍ଜନ ଜେନାଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମ୍ପୃକ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Malkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ