ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର ନବରଙ୍ଗପୁର ଗଞ୍ଜାମ

Battalion BSF District level volleyball tournament:୧୩୬ ବାଟାଲିୟନ୍ BSF ପକ୍ଷରୁ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Battalion BSF District level volleyball tournament:୧୩୬ ବାଟାଲିୟନ୍ BSF ପକ୍ଷରୁ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ – ସମୀକ୍ଷା ଖବର

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ/ସମୀକ୍ଷା ନ୍ୟୁଜ :

ଜୁନିୟର ବର୍ଗରେ କୋଟଗଡ଼ ଓ ସିନିୟର ବର୍ଗରେ ଟିକାବାଲି ଚାମ୍ପିୟନ

ବାଲିଗୁଡ଼ା: ତା 13/11/26 ,୧୩୬ ବାଟାଲିୟନ୍ ସୀମା ସୁରକ୍ଷା ବଳ (BSF) ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଉତ୍ସାହ, ଉଦ୍ଦୀପନା ଓ କ୍ରୀଡ଼ାମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଦଳଗୁଡ଼ିକ ଅଂଶଗ୍ରହଣ କରି ନିଜ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। ନକ୍‌ଆଉଟ୍ ପର୍ଯ୍ୟାୟ ପରେ ଜୁନିୟର ଓ ସିନିୟର ବର୍ଗରେ ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଜୁନିୟର ବର୍ଗରେ କୋଟଗଡ଼ ଚାମ୍ପିୟନ | ଜୁନିୟର ବର୍ଗର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ କୋଟଗଡ଼ ଓ ତୁମୁଡ଼ିବନ୍ଧ ମଧ୍ୟରେ ହୋଇଥିବା ବେଳେ କୋଟଗଡ଼ ଦଳ ବିଜୟୀ ହୋଇ ଫାଇନାଲ୍‌ରେ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲ୍‌ରେ ଦାରିଙ୍ଗବାଡ଼ି ଓ ଚକାପାଦ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ଦାରିଙ୍ଗବାଡ଼ି ଦଳ ବିଜୟୀ ହୋଇ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲା। ଫାଇନାଲ୍ ମ୍ୟାଚ୍‌ରେ କୋଟଗଡ଼ ଓ ଦାରିଙ୍ଗବାଡ଼ି ମଧ୍ୟରେ ରୋମାଞ୍ଚକର ଲଢ଼େଇ ହୋଇଥିଲା। ଶେଷରେ କୋଟଗଡ଼ ଦଳ ବିଜୟ ହାସଲ କରି ଜୁନିୟର ବର୍ଗର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ସିନିୟର ବର୍ଗରେ ଟିକାବାଲି ଦଳ ବିଜୟୀ ସେହିପରି ସିନିୟର ବର୍ଗର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ କୋଟଗଡ଼ ଓ ରାଇକିଆ ମଧ୍ୟରେ ହୋଇଥିଲା। ଏଥିରେ ରାଇକିଆ ଦଳ ବିଜୟୀ ହୋଇ ଫାଇନାଲ୍‌କୁ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲ୍‌ରେ ଟିକାବାଲି ଓ ଚକାପାଦ ମଧ୍ୟରେ ମ୍ୟାଚ୍ ହୋଇଥିବା ବେଳେ ଟିକାବାଲି ଦଳ ବିଜୟୀ ହୋଇ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲା।

Battalion BSF District level volleyball tournament:୧୩୬ ବାଟାଲିୟନ୍ BSF ପକ୍ଷରୁ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ – ସମୀକ୍ଷା

ସିନିୟର ବର୍ଗର ଫାଇନାଲ୍ ମ୍ୟାଚ୍ ରାଇକିଆ ଓ ଟିକାବାଲି ମଧ୍ୟରେ ଖେଳାଯାଇଥିଲା। ଏଥିରେ ଟିକାବାଲି ଦଳ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ବିଜୟୀ ହେବା ସହ ସିନିୟର ବର୍ଗର ଚାମ୍ପିୟନ ଟ୍ରଫି ହାସଲ କରିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ ଉଭୟ ଜୁନିୟର ଓ ସିନିୟର ବର୍ଗର ଫାଇନାଲ୍ ମ୍ୟାଚ୍ ଶେଷ ହେବା ପରେ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜର କଳା ଓ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନ କରିଥିଲେ।
ଉଦଯାପନୀ ସମାରୋହରେ ବିଜୟୀ ଦଳ, ରନର୍ସଅପ୍ ଦଳ ଏବଂ ଶ୍ରେଷ୍ଠ ଖେଳାଳିମାନଙ୍କୁ ପୁରସ୍କାର ରାଶି, ଟ୍ରଫି ଓ ପଦକ ପ୍ରଦାନ କରାଯାଇଥିଲା। ବିଭିନ୍ନ ବର୍ଗର ଖେଳାଳିଙ୍କୁ ସମ୍ମାନିତ କରାଯିବା ସହ କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କ ଉତ୍ସାହ ଓ ପ୍ରତିଭାକୁ ପ୍ରୋତ୍ସାହିତ କରାଯାଇଥିଲା। BSF ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି ଏହି ଉଦଯାପନୀ ସମାରୋହରେ BSF ପକ୍ଷରୁ କମାଣ୍ଡାଣ୍ଟ ଶ୍ରୀ ମାନସ ରଞ୍ଜନ ପଣ୍ଡା, କମାଣ୍ଡାଣ୍ଟ ଶ୍ରୀ ଇସ୍ମାଇଲ ଜାଫର, ଦ୍ୱିତୀୟ-ଇନ୍-କମାଣ୍ଡ ଶ୍ରୀ ସତପାଲ ସିଂହ, ଡେପୁଟି କମାଣ୍ଡାଣ୍ଟ ଶ୍ରୀ କେ. କେ. ଦାଶ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ନିର୍ମଳ ଚନ୍ଦ୍ର ଦାସ ଏବଂ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ (MO) ଶ୍ରୀ ବଲକରଣ ଉପସ୍ଥିତ ଥିଲେ।

Battalion BSF District level volleyball tournament:୧୩୬ ବାଟାଲିୟନ୍ BSF ପକ୍ଷରୁ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ – ସମୀକ୍ଷା

ଏହା ସହିତ ବାଲିଗୁଡ଼ା SDPO ଶ୍ରୀ ଶୁଭମ ଭୋସଲେ ମଧ୍ୟ ଉଦଯାପନୀ ସମାରୋହରେ ଯୋଗଦେଇଥିଲେ। ବହୁ ସଂଖ୍ୟାରେ ସ୍ଥାନୀୟ ନାଗରିକ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଏହି କ୍ରୀଡ଼ା ଉତ୍ସବରେ ସାମିଲ ହୋଇଥିଲେ। କ୍ରୀଡ଼ା ମାଧ୍ୟମରେ ଯୁବପିଢ଼ିଙ୍କୁ ନୂଆ ଦିଗଦର୍ଶନ ଏହି ଟୁର୍ଣ୍ଣାମେଣ୍ଟ କେବଳ ଏକ ଖେଳ ପ୍ରତିଯୋଗିତା ନୁହେଁ, ବରଂ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା, ଏକତା, ଭାଇଚାରା ଓ ସହଯୋଗର ଭାବନାକୁ ମଜବୁତ କରିବାର ଏକ ପ୍ରୟାସ ଭାବେ ପରିଗଣିତ ହୋଇଛି। BSF ପକ୍ଷରୁ ଏଭଳି ଜିଲ୍ଲାସ୍ତରୀୟ କ୍ରୀଡ଼ା ଆୟୋଜନ ସ୍ଥାନୀୟ ଖେଳାଳିମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ଓ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିଛି। ଶେଷରେ ପୁରସ୍କାର ବିତରଣ ସହ ଏହି ତିନିଦିନିଆ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ସଫଳ ସମାପନ ହୋଇଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Dumudisahi Anganwadi Centre: ବିପଦସଙ୍କୁଳ ଅବସ୍ଥାରେ ଡୁମୁଡିସାହି ଅଙ୍ଗନବାଡ଼ି କେନ୍ଦ୍ର