ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୪ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୪ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୪ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୫ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୫ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୫ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୫ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୫ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୫ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୫ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Dumudisahi Anganwadi Centre: ବିପଦସଙ୍କୁଳ ଅବସ୍ଥାରେ ଡୁମୁଡିସାହି ଅଙ୍ଗନବାଡ଼ି କେନ୍ଦ୍ର

Dumudisahi Anganwadi Centre: ବିପଦସଙ୍କୁଳ ଅବସ୍ଥାରେ ଡୁମୁଡିସାହି ଅଙ୍ଗନବାଡ଼ି କେନ୍ଦ୍ର – ସମୀକ୍ଷା ଖବର

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ/ସମୀକ୍ଷା ନ୍ୟୁଜ :

ବାଲିଗୁଡ଼ା, କନ୍ଧମାଳ: ତା 12/11/26 କୁନି କୁନି ଶିଶୁଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା, ପୁଷ୍ଟିସାଧନ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଏନ୍‌ଏସି ଅନ୍ତର୍ଗତ ଡୁମୁଡିସାହି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରର ଅବସ୍ଥା କିନ୍ତୁ ସରକାରୀ ବିକାଶର ବାସ୍ତବ ଚିତ୍ରକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଦୀର୍ଘ ବର୍ଷ ପୂର୍ବରୁ ନିର୍ମିତ ଏହି ଅଙ୍ଗନବାଡ଼ି ଗୃହ ଏବେ ଅତ୍ୟନ୍ତ ଜରାଜୀର୍ଣ୍ଣ ଓ ବିପଦସଙ୍କୁଳ ଅବସ୍ଥାରେ ପହଞ୍ଚିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ନିର୍ମାଣ ପରଠାରୁ ଏହି କେନ୍ଦ୍ରରେ ଆବଶ୍ୟକୀୟ ମରାମତି କିମ୍ବା ରକ୍ଷଣାବେକ୍ଷଣ କରାଯାଇନାହିଁ। ଘରର ଟିଣ ଓ ଆଜବେଷ୍ଟସ୍ ଛାତ ନଷ୍ଟ ହୋଇଯାଇଥିବା ବେଳେ ଛାତକୁ ଧରି ରଖିଥିବା କାଠଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଛି। ସାମ୍ନା ପଟର ପାଚେରି ଓ କାନ୍ଥର ଫାଉଣ୍ଡେସନ୍ ଭୁଶୁଡ଼ି ପଡ଼ିଥିବା ସହ ଝରକା ଓ କବାଟ ଭାଙ୍ଗିରୁଜି ଯାଇଛି। ଫଳରେ ସମଗ୍ର ଅଙ୍ଗନବାଡ଼ି ଗୃହଟି ଅସୁରକ୍ଷିତ ଅବସ୍ଥାରେ ରହିଛି।

Dumudisahi Anganwadi Centre: ବିପଦସଙ୍କୁଳ ଅବସ୍ଥାରେ ଡୁମୁଡିସାହି ଅଙ୍ଗନବାଡ଼ି କେନ୍ଦ୍ର – ସମୀକ୍ଷା

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ଭଙ୍ଗାଦଦରା ଘର ଭିତରେ କୋମଳମତି ଶିଶୁମାନେ ବସି ପାଠ ପଢ଼ିବା, ଗୀତ ଗାଇବା, ଖେଳକୁଦ ଓ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକଳାପ କରିବା କେତେ ସୁରକ୍ଷିତ? ଏପରି ପରିବେଶରେ ଶିଶୁମାନଙ୍କ ଶିକ୍ଷାଦାନ ଓ ଦୈନନ୍ଦିନ କାର୍ଯ୍ୟକ୍ରମ ଚଳାଇବା ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ମଧ୍ୟ ଏକ ବଡ଼ ଆହ୍ୱାନ ହୋଇପଡ଼ିଛି।ସରକାର ଶିଶୁଙ୍କ ସୁରକ୍ଷା, ପୁଷ୍ଟି ଓ ଶିକ୍ଷା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଏକ ଅଙ୍ଗନବାଡ଼ି କେନ୍ଦ୍ରର ମୌଳିକ ଭିତ୍ତିଭୂମି ଯଦି ଏତେ ଦୁର୍ବଳ ରହିବ, ତେବେ ଯୋଜନାର ସଫଳତା କେତେଦୂର ସମ୍ଭବ? ଶିଶୁଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ନେଇଥିବା ଏହି କେନ୍ଦ୍ର ନିଜେ ଯଦି ଅସୁରକ୍ଷିତ ହୋଇପଡ଼ିଛି, ତେବେ ଏହାଠାରୁ ଦୁଃଖଦ ଚିତ୍ର ଆଉ କ’ଣ ହୋଇପାରେ? କେବଳ ଡୁମୁଡିଶା ନୁହେଁ, ବାଲିଗୁଡ଼ା ଉପଖଣ୍ଡର ଅନେକ ଦୁର୍ଗମ ଅଞ୍ଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ଓ ରକ୍ଷଣାବେକ୍ଷଣକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଉଛି। ଶିଶୁଙ୍କ ସୁରକ୍ଷା ଓ ଉନ୍ନତ ଶିକ୍ଷା ପରିବେଶ ପାଇଁ ଏହି କେନ୍ଦ୍ରଗୁଡ଼ିକର ନିୟମିତ ଯାଞ୍ଚ ଓ ମରାମତି ଅତ୍ୟନ୍ତ ଆବଶ୍ୟକ।

ସାଧାରଣ ଜନତାଙ୍କ ଦାବି ଡୁମୁଡିଶା ଗ୍ରାମବାସୀଙ୍କ ପକ୍ଷରୁ ସମ୍ପୃକ୍ତ ବିଭାଗ, ବାଲିଗୁଡ଼ା ଏନ୍‌ଏସି ପ୍ରଶାସନ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (CDPO), ଜିଲ୍ଲାପାଳ କନ୍ଧମାଳ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ହେଉଛି ଯେ ତୁରନ୍ତ ଏହି ଅଙ୍ଗନବାଡ଼ି ଗୃହର ସ୍ଥିତି ଯାଞ୍ଚ କରାଯାଉ। ଆବଶ୍ୟକ ପଡ଼ିଲେ ନୂତନ ପକ୍କା ଛାତଯୁକ୍ତ ଅଙ୍ଗନବାଡ଼ି ଗୃହ ନିର୍ମାଣ କରାଯାଉ। ସେପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ ବିକଳ୍ପ ସ୍ଥାନର ବ୍ୟବସ୍ଥା କରାଯାଉ। ଶେଷରେ ପ୍ରଶ୍ନ ଉଠୁଛି — ଶିଶୁଙ୍କ ସୁରକ୍ଷା ପ୍ରତି ପ୍ରଶାସନ କେବେ ସଚେତନ ହେବ? କୌଣସି ଅଘଟଣ ଘଟିବା ପରେ ପଦକ୍ଷେପ ନିଆଯିବ ନା ତା’ ପୂର୍ବରୁ ଏହି ଅଙ୍ଗନବାଡ଼ି ଗୃହର ନବୀକରଣ କରାଯିବ? ଶିଶୁଙ୍କ ଭବିଷ୍ୟତ ସହ ଖେଳ ନହେଉ। ତୁରନ୍ତ ପଦକ୍ଷେପ ନେଇ ଡୁମୁଡିଶା ଅଙ୍ଗନବାଡ଼ି କେନ୍ଦ୍ରକୁ ସୁରକ୍ଷିତ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି।

Dumudisahi Anganwadi Centre: ବିପଦସଙ୍କୁଳ ଅବସ୍ଥାରେ ଡୁମୁଡିସାହି ଅଙ୍ଗନବାଡ଼ି କେନ୍ଦ୍ର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Irresponsibility of the cloud project company: ମେଘା ପ୍ରକଳ୍ପ କମ୍ପାନୀର ଦାୟିତ୍ୱହୀନତା!