ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର କେନ୍ଦ୍ରାପଡ଼ା ବରଗଡ଼ ନୟାଗଡ଼

Irresponsibility of the cloud project company: ମେଘା ପ୍ରକଳ୍ପ କମ୍ପାନୀର ଦାୟିତ୍ୱହୀନତା!

Irresponsibility of the cloud project company: ମେଘା ପ୍ରକଳ୍ପ କମ୍ପାନୀର ଦାୟିତ୍ୱହୀନତା! – ସମୀକ୍ଷା ଖବର

ରତିକାନ୍ତ ନାୟକ/ସମୀକ୍ଷା ନ୍ୟୁଜ/ଭଦ୍ରକ:

ଭଦ୍ରକ 12/11 ଆରଡ଼ି-ଧୂଷୁରୀ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ, ତୁରନ୍ତ ସମାଧାନ ପାଇଁ ଦାବି। ମେଘା ପ୍ରକଳ୍ପର ଦାୟିତ୍ୱ ନେଇଥିବା କମ୍ପାନୀର ଖାମଖିଆଲି ମନୋଭାବ ଓ ଦାୟିତ୍ୱହୀନତା ଯୋଗୁଁ ଆରଡ଼ିରୁ ଧୂଷୁରୀ ଯିବା ମୁଖ୍ୟ ରାସ୍ତା ଏବେ ଜଳମଗ୍ନ ହେବାରେ ଲାଗିଛି। ରାସ୍ତାର ବିଭିନ୍ନ ସ୍ଥାନରେ ପାନୀୟ ଜଳ ଯୋଗାଣ ପାଇଁ ବିଛାଯାଇଥିବା ପାଇପ୍ ଫାଟି ଅବିରତ ଭାବେ ପାଣି ବାହାରୁଥିବାରୁ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିବା ସହ ନିକଟସ୍ଥ ଘର ଭିତରକୁ ମଧ୍ୟ ପାଣି ପଶିଯାଉଛି। ବିଶେଷକରି ଧୂଷୁରୀ, ପନ୍ଦରବାଟିଆ, ସାହୁସାହି ଆଦି ଅଞ୍ଚଳରେ ପାଇପ୍ ଫାଟିବା ଯୋଗୁଁ ରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ଫଳରେ ରାସ୍ତାକଡ଼ରେ ଥିବା ଅନେକ ଘର ଭିତରକୁ ପାଣି ପଶି ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘର ଅଗଣା ଓ ରାସ୍ତା ଏକାକାର ହୋଇପଡ଼ିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଅନ୍ୟପକ୍ଷରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ପାଣି ପ୍ରବାହିତ ହେବା ଯୋଗୁଁ ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି।

Irresponsibility of the cloud project company: ମେଘା ପ୍ରକଳ୍ପ କମ୍ପାନୀର ଦାୟିତ୍ୱହୀନତା! – ସମୀକ୍ଷା

ଏହାସହ ଯାତାୟାତରେ ମଧ୍ୟ ଗୁରୁତର ବାଧା ସୃଷ୍ଟି ହେଉଛି। ଦୁଇଚକିଆ ଯାନଠାରୁ ଆରମ୍ଭ କରି ଚାରିଚକିଆ ଯାନ ପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏପରିକି ରାସ୍ତାରେ ଥିବା ପାଣି ଯୋଗୁଁ ଯାନବାହନ ଚାଳକମାନେ ଦୁର୍ଘଟଣାର ଆଶଙ୍କାରେ ଯାତାୟାତ କରୁଛନ୍ତି। ଜନସାଧାରଣଙ୍କୁ ସୁବିଧାରେ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ମେଘା ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ପାଇପ୍ ଫାଟି ଏଭଳି ଅବସ୍ଥା ସୃଷ୍ଟି ହେବା ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ କାର୍ଯ୍ୟ ତଦାରଖକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ପାଇପ୍ ଫାଟିବା ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହେଉନଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ତୁରନ୍ତ ଫାଟିଥିବା ପାଇପ୍‌ଗୁଡ଼ିକର ମରାମତି କରିବା, ରାସ୍ତା ଉପରେ ଜମିଥିବା ପାଣି ନିଷ୍କାସନ କରିବା ଏବଂ କ୍ଷତିଗ୍ରସ୍ତ ରାସ୍ତାର ମରାମତି କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଏଥିସହିତ ମେଘା ପ୍ରକଳ୍ପର ଦାୟିତ୍ୱରେ ଥିବା କମ୍ପାନୀ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି ହୋଇଛି। ଜନସାଧାରଣଙ୍କ ପ୍ରଶ୍ନ—ପାନୀୟ ଜଳ ଯୋଗାଣ ପାଇଁ ହୋଇଥିବା ପ୍ରକଳ୍ପ ଲୋକଙ୍କୁ ସୁବିଧା ଦେବ ନା ଏଭଳି ଦୁର୍ଦ୍ଦଶା ଭୋଗିବାକୁ ବାଧ୍ୟ କରିବ?

Irresponsibility of the cloud project company: ମେଘା ପ୍ରକଳ୍ପ କମ୍ପାନୀର ଦାୟିତ୍ୱହୀନତା! – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Jagatsinghpur Children’s Science Congress Competition: ଜଗତସିଂହପୁର ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତା ୨୦୨୬ ଉଦଯାପିତ