ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ନୂଆପଡ଼ା ବରଗଡ଼ ନୟାଗଡ଼

The incident of the Baitarani river embankment collapse: ସୁନ୍ଦରପୁର ଓ ଷାଠିବାଙ୍କୁଡାରେ ବୈତରଣୀ ନଦୀବନ୍ଧ ଧସିବା ଘଟଣା

The incident of the Baitarani river embankment collapse: ସୁନ୍ଦରପୁର ଓ ଷାଠିବାଙ୍କୁଡାରେ ବୈତରଣୀ ନଦୀବନ୍ଧ ଧସିବା ଘଟଣା – ସମୀକ୍ଷା ଖବର

ରତିକାନ୍ତ ନାୟକ/ସମୀକ୍ଷା ନ୍ୟୁଜ/ଭଦ୍ରକ:

କ୍ଷୟକ୍ଷତି ଓ ଧସିବାର କାରଣ ଅନୁଧ୍ୟାନ କଲେ ରାଜ୍ୟସ୍ତରୀୟ ୪ ଜଣିଆ ଟିମ୍.

ଭଦ୍ରକ ୧୩/୧୧: ଜିଲ୍ଲା ଆରଡ଼ି ନିକଟସ୍ଥ ସୁନ୍ଦରପୁର ଓ ଷାଠିବାଙ୍କୁଡା ଗ୍ରାମ ନିକଟରେ ବୈତରଣୀ ନଦୀବନ୍ଧ ଦୁଇଟି ସ୍ଥାନରେ ଧସିଯିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଏହି ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶରେ ବିପର୍ଯ୍ୟୟ ଓ ଜଳସମ୍ପଦ ବିଭାଗର ଏକ ଚାରିଜଣିଆ ଟିମ୍ ଗୁରୁବାର ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚି କ୍ଷେତ୍ରୀୟ ଅନୁଧ୍ୟାନ କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ମିଶ୍ର, ୟୁନିସେଫ୍ ଅଧିକାରୀ ସୁମନ୍ତ ବାନାର୍ଜୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ଳାନ ଅନୁପମ ସେନାପତି ଓ ବିଶେଷଜ୍ଞ ତ୍ରିଲୋଚନ ରାଉତ ଏହି ଟିମ୍‌ରେ ସାମିଲ ଥିଲେ। ସେହିପରି ଡ୍ରେନେଜ୍ ବିଭାଗର ଏସ୍‌ଓ ଜ୍ଞାନରଞ୍ଜନ ରାଉତ, ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଚନ୍ଦ୍ରଶେଖର ସେଠୀ, ଏସ୍‌ଡିଓ ଶମ୍ଭୁନାଥ ମଲ୍ଲିକ ଓ ସହକାରୀ ଯନ୍ତ୍ରୀ ବିମଳ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ରହି ନଦୀବନ୍ଧର ସ୍ଥିତି ପରଖିଥିଲେ। ସୂଚନା ଅନୁଯାୟୀ, ସୁନ୍ଦରପୁର ଗ୍ରାମ ନିକଟରେ ବୈତରଣୀ ନଦୀବନ୍ଧରେ ପ୍ରଥମେ ପ୍ରାୟ ୩୦୦ରୁ ୪୦୦ ଫୁଟ ଲମ୍ବର ଏକ ବଡ଼ ଫାଟ ସୃଷ୍ଟି ହୋଇଥିଲା। ଏହାସହ ନଦୀବନ୍ଧଟି ନଦୀ ଆଡ଼କୁ ଢଳିବା ଆରମ୍ଭ କରିଥିଲା। ଏ ସମ୍ପର୍କରେ ଖବର ପ୍ରକାଶ ପରେ ଧାମନଗର ଜଳସମ୍ପଦ ବିଭାଗ ପକ୍ଷରୁ ବାଲିବସ୍ତା ପକାଯିବା ସହ କଳା ପାଲ ଘୋଡ଼ାଇ ସାମୟିକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମାତ୍ର ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଓ ନଦୀର ପ୍ରବଳ ଜୁଆର ମାଡ଼ ଯୋଗୁଁ ନଦୀବନ୍ଧର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ଭାବେ ନଦୀଗର୍ଭକୁ ଧସିଯାଇଥିଲା। ଏଥିସହ ନଦୀକୂଳରେ ଥିବା ଶହ ଶହ ବର୍ଷର ପୁରୁଣା ବଡ଼ ବଡ଼ ଗଛ ମଧ୍ୟ ନଦୀଗର୍ଭକୁ ଚାଲିଯାଇଥିଲା।

The incident of the Baitarani river embankment collapse: ସୁନ୍ଦରପୁର ଓ ଷାଠିବାଙ୍କୁଡାରେ ବୈତରଣୀ ନଦୀବନ୍ଧ ଧସିବା ଘଟଣା – ସମୀକ୍ଷା

ଅନ୍ୟପକ୍ଷରେ ଷାଠିବାଙ୍କୁଡା ଗ୍ରାମଠାରୁ ବୋଡ଼କ ଖେଳପଡ଼ିଆ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ମାତ୍ର ୬ ମାସ ତଳେ ୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ନଦୀବନ୍ଧରେ ମାଟି ଓ ପଥର ପ୍ୟାକିଂ କରାଯାଇଥିଲା। ହେଲେ ନିର୍ମାଣ କାର୍ଯ୍ୟର ୧୩ ମାସ ମଧ୍ୟ ପୂରଣ ହେବା ପୂର୍ବରୁ ପ୍ରାୟ ୫୦୦ ଫୁଟ ଲମ୍ବର ପଥର ପ୍ୟାକିଂ ନଦୀଗର୍ଭକୁ ଧସିଯାଇଥିବା ଅଭିଯୋଗ ହୋଇଛି। ଫଳରେ ୧୩ କୋଟି ଟଙ୍କାର ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟର ଗୁଣବତ୍ତା ଓ ସ୍ଥାୟୀତ୍ୱକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏହି ଦୁଇଟି ସ୍ଥାନରେ ନଦୀବନ୍ଧ ଧସିବାର ପ୍ରକୃତ କାରଣ, ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହି ଅନୁଧ୍ୟାନ କରାଯାଇଛି। ଖୁବ୍‌ଶୀଘ୍ର ଏ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ ହେବା ପରେ ନଦୀବନ୍ଧର ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ୧୩ କୋଟି ଟଙ୍କାର କାମର ସ୍ଥାୟୀତ୍ୱକୁ ନେଇ ଉଠିଲା ପ୍ରଶ୍ନ, ଏବେ ଅନୁଧ୍ୟାନ ରିପୋର୍ଟକୁ ଅପେକ୍ଷା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Ranki in Keonjhar ranked among the top 5 Eklavya Model Residential Schools: ଜାତୀୟସ୍ତରରେ ଶ୍ରେଷ୍ଠ ୫ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାନ ପାଇଲା କେନ୍ଦୁଝରର ରାଙ୍କି; ରାଷ୍ଟ୍ରପତିଙ୍କ ଦ୍ୱାରା ଜିଲ୍ଲାପାଳ ସମ୍ବର୍ଦ୍ଧିତ