ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର କେନ୍ଦ୍ରାପଡ଼ା ବରଗଡ଼ ନୟାଗଡ଼

Betaligaon Excise & Police Major joint raid: ବେତାଳିଗାଁରେ ଅବକାରୀ ଓ ପୋଲିସର ବଡ଼ଧରଣର ମିଳିତ ଚଢ଼ାଉ

Betaligaon Excise & Police Major joint raid: ବେତାଳିଗାଁରେ ଅବକାରୀ ଓ ପୋଲିସର ବଡ଼ଧରଣର ମିଳିତ ଚଢ଼ାଉ – ସମୀକ୍ଷା ଖବର

ସିଦ୍ଧାର୍ଥ ଶଙ୍କର ମିଶ୍ର /ଧାମନଗର ପ୍ରତିନିଧି /ସମୀକ୍ଷା ନ୍ୟୁଜ :

ଧାମନଗର 12/11 : ଧୁଷୁରୀ ଥାନା ଅଧୀନ ବେତାଳିଗାଁଠାରେ ଗୁରୁବାର ସକାଳୁ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଏକ ବଡ଼ଧରଣର ମିଳିତ ଚଢ଼ାଉ କରାଯାଇଛି। ଏଥିରେ ଧୁଷୁରୀ ପୋଲିସ ଥାନା, ଧାମନଗର ଅବକାରୀ ଥାନା, ଭଦ୍ରକ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ଓ ଭଦ୍ରକ ଅବକାରୀ ଥାନାର ଚାରୋଟି ଟିମ୍ ସାମିଲ ହୋଇଥିଲେ। ଅବକାରୀ ଇନ୍ସପେକ୍ଟର ମମତା କୁମାରୀ ଦାଶ ଓ ଅବକାରୀ ଇନ୍ସପେକ୍ଟର ରାଜକିଶୋର ଜେନାଙ୍କ ସମେତ ବିଭିନ୍ନ ଟିମ୍‌ର ଅଧିକାରୀ ଏହି ଅଭିଯାନରେ ସାମିଲ ଥିଲେ। ଚଢ଼ାଉ ସମୟରେ ଅଶୋକ କୁମାର ମଲ୍ଲିକ (୪୦), ଜୀବନ ମଲ୍ଲିକ (୨୩), ମାଧବ ଚନ୍ଦ୍ର ମଲ୍ଲିକ (3୪), ବିପିନ ମଲ୍ଲିକ (୩୮) ଓ ପିଣ୍ଟୁ ମଲ୍ଲିକ (୨୭)ଙ୍କଠାରୁ ବିଭିନ୍ନ ପରିମାଣର ମଦ ଜବତ କରାଯାଇଥିଲା। ଜବତ ମଦ ମଧ୍ୟରେ ୨୭.୦୫ ଲିଟର ବିୟର, ୩୪.୩୮ ଲିଟର ବିଦେଶୀ ମଦ ଏବଂ ୧୧ ଲିଟର ଆସ୍କା-୪୦ ରହିଛି। ଏହିପରି ମୋଟ ୭୨.୪୩ ଲିଟର ମଦ ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ୩୯୧/୨୬-୨୭, ୩୯୦/୨୬-୨୭, ୩୯୨/୨୬-୨୭, ୧୭୯/୨୬-୨୭ ଓ ୧୮୦/୨୬-୨୭ ନମ୍ବରରେ ପାଞ୍ଚଟି ପୃଥକ ମାମଲା ରୁଜୁ କରାଯାଇଛି। ଅଞ୍ଚଳରେ ଚୋରା ମଦ କାରବାରକୁ ନେଇ ପ୍ରଶାସନର ଏହି ମିଳିତ ଅଭିଯାନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବା ନେଇ ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

Betaligaon Excise & Police Major joint raid: ବେତାଳିଗାଁରେ ଅବକାରୀ ଓ ପୋଲିସର ବଡ଼ଧରଣର ମିଳିତ ଚଢ଼ାଉ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Journalist Life threatening attack: ଖବର କରିବାକୁ ଡାକି ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ