ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ବରଗଡ଼ ନୟାଗଡ଼ ଗଞ୍ଜାମ

Naul Shri Jagannath Mahotsav: ନାଉଲରେ ନଭେମ୍ବର ୨୫ରୁ ଶ୍ରୀଜଗନ୍ନାଥ ମହୋତ୍ସବ

Naul Shri Jagannath Mahotsav: ନାଉଲରେ ନଭେମ୍ବର ୨୫ରୁ ଶ୍ରୀଜଗନ୍ନାଥ ମହୋତ୍ସବ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ଉଦ୍‌ଘାଟନ କରିବେ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ

ଜଗତସିଂହପୁର,୧୩/୧୧ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତର ନାଉଲ ଗ୍ରାମରେ ଆସନ୍ତା ନଭେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଛଅଦିନ ବ୍ୟାପୀ ଶ୍ରୀଜଗନ୍ନାଥ ମହୋତ୍ସବ-୨୦୨୬ ମହାସମାରୋହରେ ଅନୁଷ୍ଠିତ ହେବ। ଏହି ମହୋତ୍ସବକୁ ପୁରୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଉଦ୍‌ଘାଟନ କରିବେ। ଏ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ଶ୍ରୀଜଗନ୍ନାଥ ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ନାଉଲସ୍ଥିତ ବାବା ଈଶାଣେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏହି ମହୋତ୍ସବ ଆୟୋଜିତ ହେବ। ଏହି ଅବସରରେ ମହୋତ୍ସବର ମାର୍ଗଦର୍ଶକ ବାବା ସତ୍ୟାନନ୍ଦ ଦାସ ମହାରାଜ ଖବରଦାତା ସମ୍ମିଳନୀରେ ଯୋଗଦେଇ ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଗଜପତି ମହାରାଜାଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ମହୋତ୍ସବକୁ ସଫଳ ଓ ଶୃଙ୍ଖଳିତ କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏଥିପାଇଁ ବିଭିନ୍ନ ସବ୍‌କମିଟି ମଧ୍ୟ ଗଠନ କରାଯାଇଛି।

Naul Shri Jagannath Mahotsav: ନାଉଲରେ ନଭେମ୍ବର ୨୫ରୁ ଶ୍ରୀଜଗନ୍ନାଥ ମହୋତ୍ସବ – ସମୀକ୍ଷା

ମହୋତ୍ସବର ପ୍ରତ୍ୟେକ ଦିନ ସ୍କନ୍ଧ ପୁରାଣ ବର୍ଣ୍ଣିତ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ପାରାୟଣ ଓ ପ୍ରବଚନ, ବିଶ୍ୱଶାନ୍ତି ଯଜ୍ଞ, ନାମଯଜ୍ଞ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚବିଶ ବେଶ ଦର୍ଶନ, ଛପନ ଭୋଗ ମଣ୍ଡପ ପ୍ରଦର୍ଶନ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିସହ ଆଧ୍ୟାତ୍ମିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ, ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ପୁସ୍ତକ ମେଳା ଏବଂ ସମୂହ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ଏହି ମହୋତ୍ସବରେ ଗଜପତି ମହାରାଜାଙ୍କ ସମେତ ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ୍ୱର ସାହୁ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ତଥା ଧାରାବାହିକ ପ୍ରବଚକ ବାବା ସତ୍ୟାନନ୍ଦ ଦାସ ମହାରାଜ ଯୋଗଦେଇ ମଞ୍ଚ ମଣ୍ଡନ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଖବରଦାତା ସମ୍ମିଳନୀରେ ମହୋତ୍ସବ କମିଟିର ସଭାପତି ପର୍ଶୁରାମ ବିଶ୍ୱାଳ, ଗ୍ରାମ କମିଟି ସଭାପତି କ୍ଷୀରୋଦ ପ୍ରସାଦ ଦାସ, ଜିଲ୍ଲା ଜଗନ୍ନାଥ ସମାଜର ସଭାପତି ଇଂ. ବିଷ୍ଣୁଚରଣ ସ୍ୱାଇଁଙ୍କ ସମେତ ଧୀରେନ୍ଦ୍ର ପ୍ରସାଦ ଦାସ, ଦିବ୍ୟସୁନ୍ଦର ସାମଲ, ନିମାଇଁ ଚରଣ ମହାନ୍ତି, ସନ୍ତୋଷ କୁମାର ରାଉତ, ନରେଶ କୁମାର ସ୍ୱାଇଁ, ପ୍ରକାଶ ଦାସ, କମିଟିର କର୍ମକର୍ତ୍ତା, ସଦସ୍ୟ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Balugaon Government Upper Primary School Children’s Day Celebrated: ବାଲୁଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ